ଭଦ୍ରକ: ୧୯୭୫ ମସିହା ଜୁନ୍ ୨୫ ତାରିଖରେ ଜରୁରୀ ପରିସ୍ଥିତି ଘୋଷଣାକୁ ନେଇ ଦେଶବ୍ୟାପୀ ଆଜିର ଦିନଟିକୁ କଳାଦିବସ ଭାବେ ପାଳନ କରିଛି ଭାରତୀୟ ଜନତା ପାର୍ଟି। ଏହି ଅବସରରେ ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ କୁମାର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ମୁଖ୍ୟ ଅତିଥି ଭାବରେ ସୁରେନ୍ଦ୍ରନାଥ ନାୟକ ଏବଂ ମୁଖ୍ୟବକ୍ତା ଭାବେ ବିଭୁ ପ୍ରସାଦ ତରାଇ ଯୋଗଦେଇଥିଲେ। ତେବେ, ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ର ଅଞ୍ଚଳର ପ୍ରମୂଖ ନେତା ଏବଂ ଅନେକ ସଙ୍ଗଠନ ପଦାଧିକାରୀ ମାନଙ୍କୁ ଏହି ବୈଠକରେ ଦେଖିବାକୁ ମିଳିନଥିଲା। ଭଦ୍ରକ ବିଜେପିରେ ଚାଲିଥିବା ଗୋଷ୍ଠୀ ବିବାଦ ଏହାର କାରଣ ବୋଲି କୁହାଯାଉଛି।
-@DevDrath