Home Top News ବିଜେପି ପାଇଁ ମହଙ୍ଗା ପଡ଼ିପାରେ ଯୁବ ମୋର୍ଚ୍ଚାର ଅଣ୍ଡାମାଡ଼, ମହିଳା ମୋର୍ଚ୍ଚାର କୋକେଇ ଯାତ୍ରା

ବିଜେପି ପାଇଁ ମହଙ୍ଗା ପଡ଼ିପାରେ ଯୁବ ମୋର୍ଚ୍ଚାର ଅଣ୍ଡାମାଡ଼, ମହିଳା ମୋର୍ଚ୍ଚାର କୋକେଇ ଯାତ୍ରା

121

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ ଉଠିବା ପରେ ମନ୍ତ୍ରୀଙ୍କ ବହିଷ୍କାର ଏବଂ ଗିରଫ୍ ସହିତ ଘଟଣାର ସିବିଆଇ ତଦନ୍ତ ଦାବୀ କରି ଆନ୍ଦୋଳନ ଚଲାଇଛି ବିଜେପି। ତେବେ, ଆନ୍ଦୋଳନର ବିଭିନ୍ନ ପଦ୍ଧତି ଭିତରେ ଯୁବ ମୋର୍ଚ୍ଚାର ଅଣ୍ଡାମାଡ଼ ଏବଂ ମହିଳା ମୋର୍ଚ୍ଚାର କୋକେଇ ଯାତ୍ରା ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ବିଶେଷ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଓ ଯଜ୍ଞ କର୍ମ ସାରି ଫେରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ଘଟଣାଟିକୁ ଖୁବ୍ ନାପସନ୍ଦ କରାଯାଉଛି। ସେହିପରି ମହିଳା ମୋର୍ଚ୍ଚା ପକ୍ଷରୁ କରାଯାଉଥିବା କୋକେଇ ଯାତ୍ରାରେ ଦୁଇ ମନ୍ତ୍ରୀଙ୍କ ସମେତ ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ କୋକେଇ ଯାତ୍ରା କରାଯିବାକୁ ସାଧାରଣରେ ଲୋକେ ନାପସନ୍ଦ କରୁଛନ୍ତି। “ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ବ୍ୟବସ୍ଥାର କୋକେଇ ଯାତ୍ରା” ବୋଲି କୁହାଯାଉଥିଲେ ମଧ୍ୟ ଏମାନେ ନବୀନଙ୍କ ପୁତ୍ତଳିକା ବନାଇ କୋକେଇରେ ଶୁଆଇ ଯାତ୍ରା କରୁଛନ୍ତି। ଏମିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ସେତେଟା ଭଲ ନାହିଁ ବୋଲି ଆଲୋଚନା ହେଉଛି। ଏମିତି ସ୍ଥିତିରେ ତାଙ୍କ ପୁତ୍ତଳିକାକୁ କୋକେଇରେ ବୁଲାଇବାକୁ ଲୋକେ ଖୁବ୍ ନାପସନ୍ଦ କରୁଛନ୍ତି।
ମମିତାକୁ ନ୍ୟାୟ ଦେବା ପାଇଁ ଲଢ଼େଇ ନୁହେଁ, ଅନେକ ସମୟରେ କେବଳ ନିଜର ଆତ୍ମପ୍ରଚାର ପାଇଁ, ନିଜ ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ଏପରି ଅଯଥା ପ୍ରହସନ କରାଯାଉଥିବା ପରି ଅନୁଭବ ହେଉଛି। ଶାଳୀନତାର ସୀମା ଲଙ୍ଘି ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅତ୍ୟନ୍ତ ନିନ୍ଦନୀୟ ଓ ଅଶୋଭନୀୟ ଶବ୍ଦ ପ୍ରୟୋଗ କରିବା କିମ୍ବା ଆଚରଣ ପ୍ରଦର୍ଶନ କରିବା ସାଧାରଣରେ ଗ୍ରହଣୀୟ ହୋଇନପାରେ। ବିଜେପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଯାଇଥିବାବେଳେ ତାଙ୍କ ସଭା ମଞ୍ଚକୁ ଚପଲ ଫିଙ୍ଗା ଯାଇଥିଲା। ଯାହାର କ’ଣ ଫାଇଦା ପାଇଥିଲା, ବିଜେପି ନିଜେ ତର୍ଜମା କରିବା ଉଚିତ୍।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.