Home Top News ବଡ଼ ଟେନ୍ସନ୍ କରାଉଛି ଅପରାଜିତାଙ୍କ ହଗ୍ ..

ବଡ଼ ଟେନ୍ସନ୍ କରାଉଛି ଅପରାଜିତାଙ୍କ ହଗ୍ ..

157

ଭୁବନେଶ୍ୱର: ଓଡ଼ିଶା ବିଜେପିରେ ଗୋଷ୍ଠୀ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷତଃ ଅପରାଜିତା ଷଡ଼ଙ୍ଗୀ ବିଜେପିକୁ ଆସିବା ପରଠାରୁ ଗୋଷ୍ଠୀ ବିବାଦ ବଢ଼ିବାରେ ଲାଗିଛି। ଓଡ଼ିଶା ବିଜେପିରେ ନିଜକୁ ମଙ୍ଗୁଆଳ ବୋଲାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏକଚାଟିଆ ପ୍ରଭାବ ରହି ଆସିଥିଲା। ଧର୍ମେନ୍ଦ୍ରଙ୍କ ବିନା ଇଙ୍ଗିତରେ ଓଡ଼ିଶା ବିଜେପିରେ ପତ୍ରଟିଏ ବି ହଲେନି। ଧର୍ମେନ୍ଦ୍ରଙ୍କ ଅନୁଗ୍ରହରେ ହିଁ ଟିକେଟ୍ ମିଳେ। ତାଙ୍କ ଅନୁଗତ ମାନେ ହିଁ ସବୁ ପଦପଦବୀରେ ଅଧିଷ୍ଠିତ ହୋଇଥାଆନ୍ତି। ଆଉ ଏହିମାନେ ସବୁ କୁହନ୍ତି ବିଜେପି ମାନେ ଧର୍ମେନ୍ଦ୍ର ଆଉ ଧର୍ମେନ୍ଦ୍ର ମାନେ ବିଜେପି। ଧର୍ମେନ୍ଦ୍ର ହିଁ ସବୁକିଛି, ଧର୍ମେନ୍ଦ୍ର ହିଁ ଓଡ଼ିଶାର ଏକମାତ୍ର ରତ୍ନ! କେତେବେଳେ କିଏ ଯଦି ଧର୍ମେନ୍ଦ୍ରଙ୍କ ବଶତା ସ୍ୱୀକାର ନକଲା ତେବେ, ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ବିଜୟ ମହାପାତ୍ର, ଦିଲ୍ଲୀପ ରାଏ, ଐର ଖାରବେଳ ସ୍ୱାଇଁ, ସୁବାଷ ଚୌହାନ ଆଦିଙ୍କ ପରି କାହାର ସ୍ୱରକୁ ଦମନ କରିଦିଆଗଲା ତ’ କାହାକୁ ଅଣନିଶ୍ୱାସୀ କରିଦିଆଗଲା। ଏପରିକି ସାଥିରେ ଆସ, ନଚେତ୍ ମାଟିରେ ମିଶ ବୋଲି ଧମକ ଦିଆଗଲା। କିଏ ଦମନ ହୋଇ ରହିଲା ତ’ କିଏ ଅଣନିଶ୍ୱାସୀ ହୋଇ ଛାଡ଼ି ପଳାଇଲା ଆଉ କିଏ ମାଟିରେ ବି ମିଶିଗଲା।କିନ୍ତୁ, ପ୍ରଥମ ଥର ପାଇଁ ଅପରାଜିତା ଷଡ଼ଙ୍ଗୀଙ୍କ କ୍ଷେତ୍ରରେ ଭିନ୍ନ ଘଟିଲା। ପ୍ରଥମତଃ ସେ ସିଆଡ଼େ ଦିଲ୍ଲୀ ଲେବଲରେ ପିଏମଓ ଯୋଗାଯୋଗରେ ବିଜେପିରେ ମିଶିଲେ। ଧର୍ମେନ୍ଦ୍ରଙ୍କ ବିନା ସୁପାରିସରେ ଟିକେଟ୍ ପାଇଲେ ଆଉ ଧର୍ମେନ୍ଦ୍ରଙ୍କ ବିନା ସହଯୋଗରେ ନିଜ ଦମରେ ଜିତିଲେ। ଧର୍ମେନ୍ଦ୍ରଙ୍କ ବିନା ସୁପାରିସରେ ରାଷ୍ଟ୍ରୀୟ ପ୍ରବକ୍ତା ହେଲେ। ଧୀରେଧୀରେ ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚରମ ସୀମାରେ ପହଁଚିଲା। ଧର୍ମେନ୍ଦ୍ର ଏବଂ ତାଙ୍କ ସମର୍ଥକ ଗୋଷ୍ଠୀ ଅପରାଜିତାଙ୍କୁ ଆଦୌ ହଜମ୍ କରିପାରିଲେ ନାହିଁ। ଅପରାଜିତାଙ୍କ କାର୍ଯ୍ୟକ୍ରମକୁ ନଯିବାକୁ, ତାଙ୍କ ସମର୍ଥନରେ ସୋସିଆଲ୍ ମିଡିଆରେ ପୋଷ୍ଟ୍ ନକରିବାକୁ ଅଘୋଷିତ ହୁଇପ୍ ଜାରୀ ହେଲା। ଯିଏ ନ’ମାନିଲା ତାକୁ ସସପେଣ୍ଡ ମଧ୍ୟ କରିଦିଆ ଗଲା। କିନ୍ତୁ, କିଛି ମୂଲ୍ୟ ରହିଲା ନାହିଁ। ଏମାନେ ଯେତେ ବିରୋଧ କଲେ ଅପରାଜିତାଙ୍କ କ୍ରେଜ୍ ସେତେ ବଢ଼ିବଢ଼ି ଚାଲିଲା। ଏଣେ ରାଜ୍ୟ ବିଜେପିର ଅସହଯୋଗ ସତ୍ତ୍ୱେ ରାଜ୍ୟ ସରକାର ଏବଂ ବିଜେଡି ବିରୋଧରେ ଏକାକୀ ଲଢ଼ି ଚାଲିଲେ ଏବଂ ଅନେକ କଥାରେ ସଫଳତା ମଧ୍ୟ ପାଇଲେ ଅପରାଜିତା। ଏସବୁ ଦେଖି ଧୀରେଧୀରେ ଅପରାଜିତାଙ୍କ ସମର୍ଥକଙ୍କ ସଂଖ୍ୟା ବଢ଼ିଚାଲିଲା। ଏବେ ମନ୍ତ୍ରୀଙ୍କ ଗୋଷ୍ଠୀର ଅନେକ ଅପରାଜିତାଙ୍କ ସହ ଭିତିରିଆ ଭଲ ସମ୍ପର୍କରେ ଅଛିନ୍ତି। ଆଉ କେତେକ ସଂପର୍କ କରିବା ଚେଷ୍ଟାରେ ମଧ୍ୟ ଅଛନ୍ତି। ତେବେ, କେତେଜଣ ସେପଟୁ ସେପରି ଅହେତୁକ ଅନୁକମ୍ପା ପାଇଥିବାରୁ ଏବଂ କେହି କେହି ଭୟରେ ସେ’ ପକ୍ଷ ଛାଡ଼ିପାରୁ ନାହାଁନ୍ତି।ତେବେ, ଏସବୁ ଭିତରେ କେତେବେଳେ କୌଣସି କାର୍ଯ୍ୟକ୍ରମ ସ୍ଥଳୀରେ ଅପରାଜିତା ସମସ୍ତଙ୍କ ସହ ଭଲରେ ମିଶିବାକୁ ଚେଷ୍ଟା କରୁଛନ୍ତି।କୌଣସି ନେତ୍ରୀ ବା ମହିଳା କାର୍ଯ୍ୟକର୍ତ୍ତାଙ୍କୁ ଭେଟିଲେ ତାଙ୍କୁ ହଗ୍ କରିଦେଉଛନ୍ତି ବା କୁଣ୍ଢାଇ ପକାଉଛନ୍ତି। ସଂପୃକ୍ତ ନେତ୍ରୀ ବା କାର୍ଯ୍ୟକର୍ତ୍ତା ଜଣଙ୍କ ଯଦି ସେପଟ ଗୋଷ୍ଠୀର ହୋଇଥାଆନ୍ତି ତେବେ, ସେମାନେ ବଡ଼ ଟେନ୍ସନ୍ ହୋଇଯାଉଛନ୍ତି। କାରଣ ଏମାନେ ଏମିତିରେ ଧର୍ମେନ୍ଦ୍ରଙ୍କ ଭୟରେ ଅପରାଜିତାଙ୍କ ପ୍ରତି ସାଧାରଣ ସୌଜନ୍ୟ ମୂଳକ ସମ୍ମାନ ଦେଖାଇବାକୁ କୁଣ୍ଠା ପ୍ରକାଶ କରନ୍ତି। କାଳେ କିଏ ଫଟୋ ଉଠାଇଦେବ, କାଳେ ମନ୍ତ୍ରୀ ଜାଣିଯିବେ, କାଳେ ମନ୍ତ୍ରୀଙ୍କ ଖାସ୍ ଲୋକ କେହି ଦେଖି ମନ୍ତ୍ରୀଙ୍କୁ କହିଦେବେ ଭାବି ସେମାନେ ଭୟରେ ଅପରାଜିତାଙ୍କ ଠାରୁ ଦୂରେଇ ରହୁଛନ୍ତି। ତେବେ, ସେମାନଙ୍କୁ ମନ୍ତ୍ରୀଙ୍କ ସନ୍ଦେହ ଦୃଷ୍ଟିରେ ଆଣିବାକୁ କୁଆଡ଼େ ଅପରାଜିତା ଜାଣିଶୁଣି ମନ୍ତ୍ରୀଙ୍କ ସମର୍ଥକ ସହିତ ଭଲରେ ମିଶି, ମହିଳା ନେତ୍ରୀ ବା କାର୍ଯ୍ୟକର୍ତ୍ତାଙ୍କୁ ହଗ୍ କରିଦେଉଛନ୍ତି ବୋଲି କେତେଜଣ କହୁଛନ୍ତି। କିନ୍ତୁ, ସେ ଯାହା ବି ହେଉ ସତରେ ଏମାନଙ୍କୁ ଏବେ ବଡ଼ ଟେନ୍ସନ୍ କରାଇଛି ଅପରାଜିତାଙ୍କ ହଗ୍।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.