Home Top News ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ହେବେ ବିଜେପି ସାଂସଦ ତିରଥ ସିଂ ରାୱତ

ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ହେବେ ବିଜେପି ସାଂସଦ ତିରଥ ସିଂ ରାୱତ

88

ନୂଆ ଦିଲ୍ଲୀ ୧୦-୩ (ଓଡ଼ିଆ ପୁଅ) ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ହେବେ ବିଜେପି ସାଂସଦ ତିରଥ ସିଂ ରାୱତ। ଗତକାଲି ଇସ୍ତଫା ଦେଇଥିବା ତ୍ରିବେନ୍ଦ୍ର ସିଂ ରାୱତ ଏହା ଘୋଷଣା କରିଛନ୍ତି।

ଡେରାଡ଼ୁନରେ ଅନୁଷ୍ଠିତ ବିଧାନସଭା ପାର୍ଟି ବୈଠକରେ ତିରଥ ସିଂ ରାୱତଙ୍କ ନାମରେ ମୋହର ଲାଗିଥିଲା। ସମସ୍ତ ବିଧାୟକ ତାଙ୍କୁ ସମର୍ଥନ କରିଥିଲେ। ସେ ଏବେ ସାଂସଦ ଅଛନ୍ତି ପୂର୍ବରୁ ବିଧାୟକ ମଧ୍ୟ ଥିଲେ। ସେ ରାଜ୍ୟ ସଭାପତି ମଧ୍ୟ ରହିଥିଲେ। ଆଜି ଅପରାହ୍ନ ୪ ଟାରେ ତିରଥ ସିଂ ରାୱତ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

ସୂଚନାଯୋଗ୍ୟଯେ, ଗତକାଲି ତ୍ରିବେନ୍ଦ୍ର ସିଂ ରାୱତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତ୍ରିବେନ୍ଦ୍ର ସିଂ ରାୱତ ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ।
ତ୍ରିବେନ୍ଦ୍ର ସିଂ ରାୱତଙ୍କ ପ୍ରତି କିଛି ମନ୍ତ୍ରୀ ଏବଂ ବିଧାୟକଙ୍କ ଅସନ୍ତୋଷ ଥିବାରୁ ତାଙ୍କୁ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଏହି ନେତାମାନେ ଅସନ୍ତୋଷ ବ୍ୟକ୍ତ କରିବା ପରଠାରୁହିଁ ତ୍ରିବେନ୍ଦ୍ର ସିଂ ରାୱତ ମୁଖ୍ୟମନ୍ତ୍ରୀ ଥିବାବେଳେ ସଙ୍କଟ ଜାରି ରହିଥିଲା। ସେବେଠାରୁ କେନ୍ଦ୍ରୀୟ ନେତୃତ୍ୱଙ୍କର ଏହି ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିଥିଲେ ତାଙ୍କର ବିରୋଧି ଦଳୀୟ ନେତାମାନେ। ସେବେଠାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଇପାରେ ବୋଲି ଅନୁମାନ କରାଯାଉଥିଲା।

ଇସ୍ତଫା ଦେବା ପରେ ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତି – ୪ ବର୍ଷକୁ ମାତ୍ର ୯ ଦିନ ବାକି ଅଛି

ଇସ୍ତଫା ଦେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତି ଯେ ମୁଁ ଦୀର୍ଘ ଦିନ ଧରି ରାଜନୀତି କରୁଛି। ଚାରି ବର୍ଷ ଧରି ଦଳ ମୋତେ ସିଏମ୍ ଭାବରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିଲା। ମୁଁ କଦାପି ଭାବି ପାରିନଥିଲିଯେ, ମୁଁ କେବେ ମୁଖ୍ୟମନ୍ତ୍ରୀ ହୋଇପାରିବି ବୋଲି। କିନ୍ତୁ ବିଜେପି ମୋତେ ସେବା କରିବାର ସୁଯୋଗ ଦେଇଛି। ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତି ଯେ, ଦଳ ମୋତେ ଏହି ରାଜ୍ୟରେ ଚାରି ବର୍ଷ ସେବା କରିବାର ଏକ ସୁଯୋଗ ଦେଇଛି। ଦଳ ବର୍ତ୍ତମାନ ନିଷ୍ପତ୍ତି ନେଇଛି ଯେ, ସିଏମ୍ ଭାବରେ କାର୍ଯ୍ୟ କରିବାର ସୁଯୋଗ ବର୍ତ୍ତମାନ କାହାକୁ ଦିଆଯାଉ। ଜଣେ ମୁଖ୍ୟମନ୍ତ୍ରୀ ଭାବରେ, ମୁଁ ଚାରି ବର୍ଷକୁ ୯ ଦିନ ଵାକିଅଛି ସେବା କରିଛି।

ବୁଧବାର ଦିନ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି କୁହାଯାଇଥିଲା। ଏହାକୁ ନେଇ ରାଜ୍ୟରେ ଏକ ରାଜନୈତିକ ଅସ୍ଥିରତା ରହିତିଲା। ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଧନ ସିଂ ରାୱତଙ୍କ ନାମ ଦୌଡ଼ରେ ଆଗରେ ଥିଲା। ଧନ ସିଂ ରାୱତଙ୍କୁ ଶୀଘ୍ର ଡେରାଡୁନକୁ ଡକାଯାଇଥିଲା। ଏହା ବ୍ୟତୀତ ଏହି ପଦ ପାଇଁ ଦୌଡ଼ରେ ପୁଷ୍କର ସିଂ ଧାମିଙ୍କ ନାମ ଆଗରେ ରହିଥିଲା। ତେବେ ଏହି କଳ୍ପନାଜଳ୍ପନାର ଅନ୍ତ ହୋଇଛି ଏବଂ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ହେବେ ବିଜେପି ସାଂସଦ ତିରଥ ସିଂ ରାୱତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.