ନୂଆଦିଲ୍ଲୀ/ହାଇଦ୍ରାବାଦ: ମୁସଲିମ୍ ଧର୍ମଗୁରୁ ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ମନ୍ତବ୍ୟ ଦେଇ ଗିରଫ୍ ହୋଇଛନ୍ତି ବିଜେପି ବିଧାୟକ ଟି. ରାଜା ସିଂ। ମୁସଲମାନ୍ ସମ୍ପ୍ରଦାୟର ଲୋକଙ୍କ ଭାବାବେଗକୁ ଆଘାତ ଦେଇଥିବା ଆଧାରରେ ପୋଲିସ୍ ତାଙ୍କୁ ଗିରଫ କରିଛି। ଗୋଶାମାହାଲ ଆସନରୁ ବିଧାୟକ ଟି.ରାଜା ସିଂ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରୁ ବିବାଦ ସୃଷ୍ଟି ହୋଇଥିଲା। ଭିଡିଓ ଭାଇରାଲ୍ ହେବା ପରେ ବହୁ ସଂଖ୍ୟକ ମୁସଲମାନ ତାଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ। ଏହାପରେ ହାଇଦ୍ରାବାଦ ଦାବିରପୁରା ପୋଲିସ୍ ରାଜା ସିଂଙ୍କ ବିରୋଧରେ ୧୫୩ଏ, ୨୯୫ ଏବଂ ୫୦୫ ଅନୁଯାୟୀ ଏକ ମାମଲା ରୁଜୁ କରିଛି।
-/Dr