Home ଓଡ଼ିଶା ପଦଭାର ସମ୍ଭାଳିଲେ ନୂତନ ସଭାନେତ୍ରୀ; ପ୍ରଭାତୀ ପରିଡ଼ାଙ୍କ ପ୍ରଭାବଶାଳୀ କାର୍ଯ୍ୟଧାରା ବଜାୟ ରଖିବୁ: ସ୍ମୃତି

ପଦଭାର ସମ୍ଭାଳିଲେ ନୂତନ ସଭାନେତ୍ରୀ; ପ୍ରଭାତୀ ପରିଡ଼ାଙ୍କ ପ୍ରଭାବଶାଳୀ କାର୍ଯ୍ୟଧାରା ବଜାୟ ରଖିବୁ: ସ୍ମୃତି

45

ଭୁବନେଶ୍ୱର: ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ସ୍ମୃତି ପଟ୍ଟନାୟକ ଆନୁଷ୍ଠାନିକ ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି। କିଛି ଦିନ ତଳେ ତାଙ୍କୁ ସଭାନେତ୍ରୀ ଭାବେ ଦାୟୀତ୍ୱ ଦିଆଯାଇଥିଲା। ତେବେ ସୋମବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ଏବେକାର ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ନବ ନିଯୁକ୍ତ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କୁ କାର୍ଯ୍ୟଭାର ଅର୍ପଣ କରିଛନ୍ତି। ଏହି ଅବସରରେ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ନୂତନ ସଭାନେତ୍ରୀଙ୍କୁ ଶୁଭେଚ୍ଛା, ସମ୍ବର୍ଦ୍ଧନା ଜଣାଇଥିଲେ। ମହିଳାମାନେ ରାଜ୍ୟରେ ସୁରକ୍ଷିତ ନାହାଁନ୍ତି। ପ୍ରତିଦିନ ମହିଳାଙ୍କ ସହ ଅସଦାଚରଣ ଘଟଣା ସାମ୍ନାକୁ ଆସୁଛି। ଅନେକ ଯୋଜନା ମହିଳାଙ୍କ ପାଇଁ ଲାଗୁ ହୋଇଥିଲେ ବି ସେମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ରହୁଛନ୍ତି ବୋଲି କହିବା ସହ ଆଗାମୀ ଦିନରେ ମହିଳା ମୋର୍ଚ୍ଚା ସଙ୍ଗଠନକୁ ତୃଣମୂଳ ସ୍ତରରେ ସଶକ୍ତ କରିବା, ମହିଳା ଓ ନାବାଳିକାଙ୍କୁ ସୁରକ୍ଷା ଯୋଗାଇବା ଦିଗରେ କାର୍ଯ୍ୟ କରିବା ସହ ମୋଦି ସରକାରଙ୍କ ମହିଳା କଲ୍ୟାଣ ଯୋଜନା ଗୁଡ଼ିକୁ ରାଜ୍ୟର ସମସ୍ତ ମହିଳାଙ୍କ ପାଖରେ ପହଞ୍ଚାଇବାକୁ ପ୍ରାଥମିକତା ଦିଆଯିବ ବୋଲି ସ୍ମୃତି ପଟ୍ଟନାୟକ କହିଥିଲେ। ଏହାସହ ମହିଳା ମୋର୍ଚ୍ଚାକୁ ପ୍ରଭାବଶାଳୀ ନେତୃତ୍ୱ ଦେଇଥିବା ପୂର୍ବତନ ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଧନ୍ୟବାଦ ଦେବା ସହ ଆମେ ସମସ୍ତେ ଏକାଠି ହୋଇ ଭବିଷ୍ୟତରେ ତାଙ୍କର ସେହି ପ୍ରଭାବଶାଳୀ କାର୍ଯ୍ୟଧାରା ଜାରୀ ରଖିବୁ ବୋଲି କହିଛନ୍ତି ସ୍ମୃତି ପଟ୍ଟନାୟକ।

ମହିଳା ମୋର୍ଚ୍ଚାର କାର୍ଯ୍ୟକୁ ସଙ୍ଗଠିତ ଏବଂ ବ୍ୟବସ୍ଥିତ ଭାବେ ବଢ଼ାଇବାର ଗୁରୁ ଦାୟିତ୍ୱ ନୂତନ ସଭାନେତ୍ରୀଙ୍କ ନେତୃତ୍ୱରେ ଦ୍ରୁତ ଗତିରେ ଚାଲିବ। ମହିଳାମାନଙ୍କ ସମସ୍ୟାକୁ ନେଇ ସଂଘର୍ଷ ହିଁ ଲକ୍ଷ୍ୟ ବୋଲି ବିଦାୟୀ ସଭାନେତ୍ରୀ ତଥା ଏବେକାର ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା ମତବ୍ୟକ୍ତ କରିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ରାଜ୍ୟ ଉପାଧ୍ୟକ୍ଷା ଅନୀତା ଶୁଭଦର୍ଶିନୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କାନନବାଳା ପଟ୍ଟନାୟକ, ଡାଃ ଐଶ୍ୱର୍ଯ୍ୟା ବିଶ୍ୱାଳ, କସ୍ତୁରୀ ମିଶ୍ର, ଇରାନୀ ରାୟ, ମୁଖପାତ୍ର ସୋନାଲି ସାହୁ, ସୁବାସିନୀ ପୃଷ୍ଟି, ଶଶୀ ରଥ, ପଦ୍ମାବତୀ ଜେନା, ଉନ୍ନତି ପରିଡ଼ା, ତୃପ୍ତି ମକଦ୍ଦମା, ପ୍ରମୁଖ ଉପସ୍ଥିତ ଥିଲେ।
-@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.