Home ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜନ୍ମଜୟନ୍ତୀ ପାଳିତ

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜନ୍ମଜୟନ୍ତୀ ପାଳିତ

57

ଭୁବନେଶ୍ୱର: ରାଜମାତା ଅତି ସରଳ ସ୍ୱଭାବର ଥିଲେ। ସମାଜ ପାଇଁ ସେ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ରାଜନୀତିରେ ସେ ଏକ ନୂଆ କୀର୍ତ୍ତିମାନ ସ୍ଥାପନା କରିଥିଲେ। ରାଜମାତା ବଞ୍ଚିତ, ଶୋଷିତ ଏବଂ ଦୁର୍ବଳ ଶ୍ରେଣୀର ମହିଳାଙ୍କ ଉତ୍‌ଥାନ ପାଇଁ ଲଢେଇ କରିଥିଲେ। ତୃଣମୂଳ ସ୍ତରରେ ବିଶେଷ କରି ମହିଳାଙ୍କ ପାଇଁ ସେ ସର୍ବଦା ଚିରସ୍ମରଣୀୟ ହୋଇ ରହିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଲାଗିଥିବା ଜରୁରୀକାଳୀନ ପରିସ୍ଥିତିରେ ସେ କଂଗ୍ରେସର କଳା ଆଇନକୁ ବିରୋଧ କରିଥିଲେ। ରାଜମାତାଙ୍କ ନିସ୍ୱାର୍ଥପରତା, ତ୍ୟାଗ ଓ ବଳୀଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ରାଜମାତା ସ୍ୱର୍ଗତଃ ବିଜୟରାଜେ ସିନ୍ଧିଆ ଜନ୍ମଜୟନ୍ତୀ ପାଳନ ଅବସରରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ତଥା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ କହିଛନ୍ତି। ଭାରତୀୟ ଜନତା ପାର୍ଟିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଆଜି ୧୦୨ ତମ ଜନ୍ମଜୟନ୍ତୀ। ରାଜମାତା ମଧ୍ୟପ୍ରଦେଶ ଠାରେ ୧୨ ଅକ୍ଟୋବର ୧୯୧୯ ମସିହାରେ ଜନ୍ମ ହୋଇଥିଲେ। ଶ୍ରୀମତୀ ସିନ୍ଧିଆ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟା ଥିଲେ। ଭାରତର ରାଜନୀତିରେ ସେ ଜଣେ ଆଦର୍ଶ ମହିଳା ଥିଲେ। ରାଜମାତାଙ୍କ ବିଚାରଧାରାକୁ ଆଦର୍ଶ ଭାବେ ଗ୍ରହଣ କରି କାର୍ଯ୍ୟ କରିବା ପାଇଁ ଶ୍ରୀମତୀ ପୁରନ୍ଦେଶ୍ୱରୀ ଆହ୍ୱାନ ଦେଇଥିଲେ।

ବିଜେପି ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କାନନବାଳା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏବଂ ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅତିଥି ଭାବରେ ଯୋଗଦେଇ ରାଜମାତାଙ୍କୁ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ। ଏହି ଅବସରରେ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ନିୟତି ଗିରୀ ଏବଂ କସ୍ତୁରୀ ମିଶ୍ର, ସଙ୍ଗୀତା ଦାସ ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସ, ମହିଳା ମୋର୍ଚ୍ଚା ମିଡିଆ ସେଲ୍ ପ୍ରମୂଖ ସୂଚରୀତା ଜେନାମଣି, ଆଇଟି ସେଲ୍ ସଂଯୋଜିକା ସତରୂପା ମିଶ୍ର ଏବଂ ଭୂବନେଶ୍ୱର ଜିଲ୍ଲା ସଭାନେତ୍ରୀ ମନ୍ଦାକିନୀ ପାତ୍ରଙ୍କ ସହିତ ସୁବାସିନୀ ପୃଷ୍ଟି, ତୃପ୍ତି ମକଦମ, ମାନସୀ ରାୟପାଢ଼ୀ, ସବିତା ପଟ୍ଟନାୟକ, ଲିପା ଦାସ, ପ୍ରତୀକ୍ଷା ମହାପାତ୍ର, ଜ୍ୟୋତିରେଖା ନାୟକ ପ୍ରମୂଖ ମହିଳା ମୋର୍ଚ୍ଚାର ଅନ୍ୟାନ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.