Home ଓଡ଼ିଶା ସାମାଜିକ ନ୍ୟାୟ ପକ୍ଷ ପାଳନ ଅବସରରେ ମହିଳା ମୋର୍ଚ୍ଚା ତରଫରୁ ପୋଷଣ ଅଭିଯାନ

ସାମାଜିକ ନ୍ୟାୟ ପକ୍ଷ ପାଳନ ଅବସରରେ ମହିଳା ମୋର୍ଚ୍ଚା ତରଫରୁ ପୋଷଣ ଅଭିଯାନ

70

ଭୁବନେଶ୍ୱର: ଅପପୃଷ୍ଟି ମୁକ୍ତ ଭାରତ ପାଇଁ ମୋଦି ସରକାର ସଂକଳ୍ପବଦ୍ଧ। ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ପୋଷଣ ଅଭିଯାନ ଜରିଆରେ ବହୁ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ପୋଷଣ ସପ୍ତାହ, ପୋଷଣ ମାସ ଭଳି ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଅଧିକରୁ ଅଧିକ ଜନସଚେତନତା ସୃଷ୍ଟି କରାଯାଉଛି। ୨୦୧୮ ମସିହା ମାର୍ଚ୍ଚ ୮ ତାରିଖ ବିଶ୍ୱ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ଓ ଶିଶୁଙ୍କ ଶାରରିକ ଓ ମାନସିକ ବିକାଶକୁ ପ୍ରାଧାନ୍ୟ ଦେଇ ପୋଷଣ ଅଭିଯାନର ଶୁଭାରମ୍ଭ କରିଥିଲେ। ଫଳସ୍ୱରୁପ ମୋଦି ସରକାର ଅମଳରେ ୫ ବର୍ଷରୁ କମ୍ ବୟସ୍କର ଶିଶୁଙ୍କ ପୋଷଣା ସୁଚକାଙ୍କରେ ବ୍ୟାପକ ସୁଧାର ଆସିଛି। ୧୩.୨୦ ଲକ୍ଷ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା କରାଯାଇ ଶିଶୁ ଓ ମହିଳାଙ୍କ ପୋଷଣ ସୁନିଶ୍ଚିତ ହୋଇପାରିଛି। ଅନ୍ୟ ପଟେ ଓଡ଼ିଶାର ୩୦ଟି ଜିଲ୍ଲାରୁ ୧୦ଟି ଜିଲ୍ଲାରେ ପୃଷ୍ଟିହୀନତା ଗମ୍ଭୀର ରୂପ ଧାରଣ କରିଛି। ଏଭଳି ଦୃଶ୍ୟପଟର ପରିବର୍ତ୍ତନ ନିହାତି ଆବଶ୍ୟକ ଏବଂ ଏଥିପାଇଁ କେନ୍ଦ୍ର ସରକାରଙ୍କ ପୋଷଣ ଅଭିଯାନକୁ ରାଜ୍ୟ ସରକାର ସଠିକ ଭାବେ ପରିଚାଳନା କରିବା ନିହାତି ଆବଶ୍ୟକ। ଏହି ଯୋଜନାର ସଫଳ ରୁପାୟନରେ ରାଜ୍ୟର ଶିଶୁ ଓ ମହିଳାଙ୍କ ପାଇଁ ଏକ ସୁସ୍ଥ ଭବିଷ୍ୟତ ସୁନିଶ୍ଚିତ ହୋଇପାରିବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।ମୋଦୀ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ବାସ୍ତବ କାର୍ଯ୍ୟକାରିତା ଏବଂ ସାଧାରଣ ଜନତାଙ୍କୁ ଯୋଜନା ସଂପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ଗତ ୭ ତାରିଖରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ କାର୍ଯ୍ୟ କରୁଛନ୍ତି। ଏହି ଅବସରରେ ମହିଳା ମୋର୍ଚ୍ଚା ତରଫରୁ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଯୋଜନାର କାର୍ଯ୍ୟକାରିତାର ତଦାରଖ ଏବଂ ଜନସଚେତନ ସୃଷ୍ଟି କରିଛନ୍ତି।
@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.