ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଲିପିକା ବାରିକ ଆଦିବାସୀ ବସ୍ତିକୁ ଯାଇ ତାଙ୍କ ଜନ୍ମଦିନ ଆଦିବାସୀ ମହିଳା ଏବଂ ଛୋଟ ଛୋଟ ପିଲାମାନଙ୍କ ସହିତ ପାଳନ କରିଛନ୍ତି। ଲିପିକା ଭଦ୍ରକ ସାବରଙ୍ଗ ଅଞ୍ଚଳର ଆଦିବାସୀ ବସ୍ତିକୁ ଯାଇ ସେଠାରେ ନିଜର ବାର୍ଥ ଡେ’ କେକ୍ କାଟିବା ସହ ସେଠାରେ ବିସ୍କୁଟ, ଚକୋଲେଟ, ଫଳମୂଳ ସମେତ ମାସ୍କ ଏବଂ ମହିଳାଙ୍କୁ ପ୍ୟାଡ୍ ଆଦି ବଣ୍ଟନ କରିଛନ୍ତି। ଏହା ସହ ଲିପିକା ଛୋଟ ଛୋଟ ପିଲାଙ୍କ ସହିତ ସମୟ ଅତିବାହିତ କରିବା ସହ ଆଦିବାସୀ ମହିଳା ମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ବିଭିନ୍ନ ସମସ୍ୟା, ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଛନ୍ତି।