Home ଅପରାଧ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଟଙ୍କା ମାଗିଲେ, ମାଡ଼ ମାରିଲେ ସରପଞ୍ଚ: ଗିରଫ ଦାବି କଲା...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଟଙ୍କା ମାଗିଲେ, ମାଡ଼ ମାରିଲେ ସରପଞ୍ଚ: ଗିରଫ ଦାବି କଲା ବିଜେପି ..

148

ଭଦ୍ରକ: ଭଦ୍ରକ ଜିଲ୍ଲା ଗୋରାମାଟି ପଞ୍ଚାୟତ ଅନ୍ତର୍ଗତ ଚକପୁର ଗ୍ରାମର ପ୍ରହ୍ଲାଦ ରଣା ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ସ୍ଥାନୀୟ ସରପଞ୍ଚ ପ୍ରଥମେ ଟଙ୍କା ମାଗିବା ଏବଂ ଟଙ୍କା ମାଗିବା ଅଡିଓ ଭାଇରାଲ ହେବା ପରେ ପ୍ରହ୍ଲାଦ ଏବଂ ତାଙ୍କ ଭାଇଙ୍କୁ ପଞ୍ଚାୟତ ଅଫିସ ଡକାଇ ସେଠାରେ ମାଡ଼ ମାରିବା ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିଛି ବିଜେପି। ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ କୁମାର ପାଢ଼ୀ ପଞ୍ଚାୟତ ଅଫିସ୍ ଭିତରେ ସରପଞ୍ଚ ବାଡ଼େଇବା ଘଟଣା ପ୍ରତିବାଦରେ ଗୋରାମାଟି ସରପଞ୍ଚଙ୍କୁ ତୁରନ୍ତ ଗିରଫ ଦାବି କରି ସାବରଙ୍ଗ ଥାନାଧିକାରୀଙ୍କୁ ଭେଟିଛନ୍ତି। ଏହାସହ ଅଭିଯୁକ୍ତ ସରପଞ୍ଚଙ୍କୁ ଗିରଫ କରାନଗଲେ ଥାନା ଆଗରେ ପ୍ରତିବାଦ କରିବା ସହ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀ।
– @DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.