Home ଓଡ଼ିଶା ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧ କେବେ ହେବ ପ୍ରଧାନମନ୍ତ୍ରୀ ମୋଦୀ ନିଷ୍ପତ୍ତି ନେଇଛନ୍ତି –...

ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧ କେବେ ହେବ ପ୍ରଧାନମନ୍ତ୍ରୀ ମୋଦୀ ନିଷ୍ପତ୍ତି ନେଇଛନ୍ତି – ଉତ୍ତରପ୍ରଦେଶ ବିଜେପି ସଭାପତି

181

ନୂଆ ଦିଲ୍ଲୀ ୨୫ ଅକ୍ଟୋବର (ଓଡ଼ିଆ ପୁଅ) ଭାରତୀୟ ଜନତା ପାର୍ଟିର ଉତ୍ତରପ୍ରଦେଶ ସଭାପତି ସ୍ୱତନ୍ତ୍ର ଦେବ ସିଂ ଏକ ବିବାଦୀୟ ମନ୍ତବ୍ୟରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବେ ପାକିସ୍ତାନ ଏବଂ ଚୀନ୍ ବିରୋଧରେ ଯୁଦ୍ଧକରିବେ ତାହା ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ତାଙ୍କର ଏପରି ମନ୍ତବ୍ୟ ଆସିଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ହୋଇଛି।

ସୂଚନାଯୋଗ୍ୟ ଯେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ରହିଛି, ଯେଉଁଠାରେ ଉଭୟ ଦେଶର ସୈନ୍ୟ ବହୁ ସଂଖ୍ୟାରେ ନିୟୋଜିତ ହୋଇଛନ୍ତି।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା, ଜାମ୍ମୁ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ରଦ୍ଦ ହେବାକୁ ନେଇ ବିଜେପି ନେତା ତାଙ୍କ ଦାବି ସମ୍ପର୍କରେ କହିଛନ୍ତି। ବାସ୍ତବରେ ସିଂଙ୍କର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ କହିଛନ୍ତି ଯେ ରାମ ମନ୍ଦିର ଏବଂ ଧାରା ୩୭୦ ନିଷ୍ପତ୍ତି ପରି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧ କେବେ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେଇଛନ୍ତି। କେତେବେଳେ କରାଯିବା ସମ୍ବନ୍ଧୀୟ ତାରିଖ ସ୍ଥିର ହୋଇଛି।

ରିପୋର୍ଠ ଅନୁଯାୟୀ, ଅକ୍ଟୋବର ୨୩ ରେ ବାଲିଆ ଜିଲ୍ଲାର ସିକନ୍ଦରପୁରରେ ବିଜେପି ବିଧାୟକ ସଞ୍ଜୟ ଯାଦବଙ୍କ ବାସଭବନରେ ଦଳର କର୍ମୀଙ୍କୁ ସମ୍ବୋଧିତ କରିବା ସମୟରେ ସିଂ ଏହି ମନ୍ତବ୍ୟ ଦେଇଛନ୍ତି। ରବିବାର ଦିନ ବିଜେପି ବିଧାୟକ ସଞ୍ଜୟ ଯାଦବ ଏହି ଭିଡିଓ ଜାରି କରିଛନ୍ତି। ସ୍ୱତନ୍ତ୍ର ଦେବ ସିଂ ତାଙ୍କ ସମ୍ବୋଧନରେ ସମାଜବାଦୀ ପାର୍ଟି, ବାହୁଜନ ସମାଜ ପାର୍ଟି ଏବଂ କଂଗ୍ରେସର ନେତାମାନଙ୍କୁ ଆତଙ୍କବାଦୀଙ୍କ ସହ ତୁଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ଯେତେବେଳେ ବିଜେପିର ଆଞ୍ଚଳିକ ସାଂସଦ ରବିନ୍ଦ୍ର କୁଶୱାଙ୍କୁ ପଚରାଯାଇଥିଲା ସେତେବେଳେ ସେ କହିଥିଲେ ଯେ କର୍ମୀମାନଙ୍କମଧ୍ୟରେ ଉତ୍ସାହ ବଢ଼ାଇବା ପାଇଁ ରାଜ୍ୟ ସଭାପତି ଏହା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.