ନୟାଗଡ଼, ୫ା୧୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ପରୀହତ୍ୟାର ପର୍ଦ୍ଦାଫାସ୍ ପାଇଁ ବିଜେପି ଜିଲାସ୍ତରରୁ କେନ୍ଦ୍ରସ୍ତର ପର୍ଯ୍ୟନ୍ତ ସବୁଠି ନାରାବାଜି ଚଳାଇଛି। ପରୀହତ୍ୟାର ହତ୍ୟକାରିକୁ ନଧରାଯିବା ପର୍ଯ୍ୟନ୍ତ ବିଜେପି ତା’ର ଆନ୍ଦୋଳନ ଆହୁରି ବ୍ୟାପକ କରିବ ବୋଲି କହିଛି। ଏହିପରୀପ୍ରେକ୍ଷୀରେ ଜିଲା ଓ ରାଜ୍ୟ ବିଜେପି ନେତୃତ୍ୱମାନେ ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଦୁର୍ଗା ମଣ୍ଡପଠାରେ ଧାରଣା ଦେଇଥିଲେ। ଏହି ଧାରଣାରେ ଜିଲା ନେତୃତ୍ୱଙ୍କ ସହିତ କେନ୍ଦ୍ରିୟ ନେତା ସମ୍ବିତ ପାତ୍ରଙ୍କ ସମେତ ଲେଖାଶ୍ରୀ ସାମନ୍ତସିଂହାର, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ପ୍ରମୁଖ ଯୋଗଦେଇଥିବା ଦେଖିବାକୁ ମିଳିଛି। ପରେ ସମ୍ବିତ ପାତ୍ରଙ୍କ ସମେତ ଅନ୍ୟାନ୍ୟ ନେତାମାନେ ପରୀଗାଁ ଯଦୁପୁରକୁ ଯାଇ ପରୀର ପରୀବାରକୁ ଭେଟି ସବୁକଥା ବୁଝିଥିଲେ।