Home ଓଡ଼ିଶା ନୟାଗଡ଼ ପରୀହତ୍ୟା ଘଟଣାରେ ଯଦୁପୁରରେ ରାଜ୍ୟ କଂଗ୍ରେସ ପ୍ରତିନିଧି ଦଳ

ନୟାଗଡ଼ ପରୀହତ୍ୟା ଘଟଣାରେ ଯଦୁପୁରରେ ରାଜ୍ୟ କଂଗ୍ରେସ ପ୍ରତିନିଧି ଦଳ

17

ନୟାଗଡ଼, ୫ା୧୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ପରୀ ହତ୍ୟାକୁ ନେଇ ନୟାଗଡ଼ଠାରୁ ରାଜ୍ୟ ଓ କେନ୍ଦ୍ର ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା। ସବୁଠି ଆଲୋଚନା ପରୀ ହତ୍ୟାର ଅଭିଯୁକ୍ତ ଧରାପଡ଼ିବତ। ହେଲେ ପରୀହତ୍ୟାର ଅଭିଯୁକ୍ତକୁ ଧରାଯିବାରେ ଯେତିକି ଆଲୋଡ଼ନ ତା’ଠାରୁ ଅଧିକ ସରଗରମ୍ ହୋଇଛି ନୟାଗଡ଼ରେ ବିଭିନ୍ନ ରାଜନୈତିକ ଦଳର ପ୍ରବେଶ। ନିତିପ୍ରତିଦିନ ବିଭିନ୍ନ ଦଳର ଡଜନେ ଡଜନେ ନେତା। ପୂର୍ବରୁ ବିଜେପିର ୨୦ ଜଣ ବିଧାୟକ ଅନ୍ୟାନ୍ୟ ରାଜ୍ୟ ଓ ଜିଲ୍ଳା ସ୍ତରର ନେତୃବୃନ୍ଦ ଯୁଦପୁରକୁ ଆସି ପରୀ ବାପା, ମା’କୁ ଭେଟି ଘଟଣା ଉପରେ ଅନୁଧ୍ୟାନ କରିଥିବାବେଳେ ଶନିବାର ରାଜ୍ୟ କଂଗ୍ରେସର ପ୍ରତିନିଧି ଦଳ ନୟାଗଡ଼ର ଯଦୁପୁରକୁ ଆସି ଘଟଣା ପରସ୍ଥିତି ପଚାରି ବୁଝିଛନ୍ତି। ଏହି ପ୍ରତିନିଧି ଦଳରେ ଓଡ଼ିଶା କଂଗ୍ରେସ ପ୍ରଭାରି ଏ-ଚେଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଆସିଛନ୍ତି। ପରୀହତ୍ୟାକୁ ୫ମାସ ପୁରି ଥିବାବେଳେ ପୁଲିସର ନିଷ୍କ୍ରିୟତାକୁ ସେମାନେ ନିନ୍ଦା କରିଥିଲେ। ନୟାଗଡ଼ରେ ରହି ଏହାର ତଦନ୍ତ ପାଇଁ ସ୍ପେସାଲ ଇନ୍‌ଭେଷ୍ଟିଗେସନ ଟିମ୍‌ର ମୁଖ୍ୟ ଅରୁଣ ବୋଥ୍ରା ଓ ଏହାର ଟିମ୍ ଆଇଜି ଅରୁଣ ବୋଥ୍ରାଙ୍କ ସମେତ ସିଆଇଡି ଏସପି ଆର କେ ଦୋରା, ଏଏସ୍ ପି ଆର ସି ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର କୁମାର ବେହେରା ଓ ଇନ୍ସପେକ୍ଟର ମମତା ରାଣୀ ପଣ୍ଡା ପ୍ରମୁଖ ପରୀ ହତ୍ୟାର ସରଜମିନ୍ ତଦନ୍ତ ଚଳାଇଛନ୍ତି। ଉଲ୍ଲେଖଯୋଗ୍ୟ ନୟାଗଡ଼ ସଦର ଥାନା ଲକ୍ଷ୍ମୀ ପ୍ରସାଦ ପଂଚାୟତ ଯଦୁପୁର ଗ୍ରାମର ପରୀ ଗତ ଜୁଲାଇ ମାସ ୧୪ ତାରିଖ ଦିନ ୧୧ ଟା ବେଳୁ ଗାଁ ଦାଣ୍ଡରେ ଖେଳୁଥିବାବେଳେ ହଠାତ୍ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲା। ପରେ ତା’ର ଖଣ୍ଡ ବିଖଣ୍ଡିତ ଶବ ଏକ ଅଖା ଭିତରେ ପୋଖରୀରୁ ଉଦ୍ଧାର କରାଯାଇଥିଲା। ସେହିଦିନ ଠାରୁ ପରୀ ହତ୍ୟକାରୀକୁ ଗିରଫ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସଂଗଠନ ଦ୍ୱାରା ବହୁ ଆନ୍ଦୋଳନ, ରାସ୍ତାରୋକ କରାଯାଇଥିଲେ ମଧ୍ୟ ଏହାର ରହସ୍ୟ ଉନ୍ମୋଚନ ହୋଇ ପାରୁନଥିଲା। ତେବେ ପରୀର ବାପା ଓ ମା ଗତ ନଭେମ୍ବର ମାସ ୨୪ ତାରିଖରେ ବିଧାନସଭା ସମ୍ମୁଖରେ ନ୍ୟାୟ ପାଇଁ ଆତ୍ମାହୁତି ଉଦ୍ୟମ କରିବାକୁ ନେଇ ସାରା ଓଡ଼ିଶାରେ ପରୀହତ୍ୟାକୁ ନେଇ ଚହଳ ପଡ଼ିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.