Home Top News ବିଜେଡି ନେତ୍ରୀଙ୍କ ଅପମାନ ଦିଶୁଛି, ନିଜ ଦଳ ନେତ୍ରୀଙ୍କ ଅପମାନ ବେଳକୁ ଆଖି ବୁଝି ବୁଜି...

ବିଜେଡି ନେତ୍ରୀଙ୍କ ଅପମାନ ଦିଶୁଛି, ନିଜ ଦଳ ନେତ୍ରୀଙ୍କ ଅପମାନ ବେଳକୁ ଆଖି ବୁଝି ବୁଜି ହେଇଯାଉଛି?

109

ଭୁବନେଶ୍ୱର: ବିଜେଡି ନେତ୍ରୀଙ୍କ ଅପମାନ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୁବ୍ ବାଧୁଛି। ଧର୍ମେନ୍ଦ୍ର ସାଙ୍ଗେ ସାଙ୍ଗେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି ଦେଉଛନ୍ତି। କିନ୍ତୁ, ନିଜ ଦଳ ବିଜେପିରେ ନେତ୍ରୀଙ୍କ ଅପମାନ ବେଳକୁ ମନ୍ତ୍ରୀଙ୍କ ଆଖି ବୁଜି ହେଇଯାଉଛି! ଶଙ୍ଖ ଭବନ ଉଦଘାଟନ ବେଳେ ଜଣେ ବିଜେଡି ନେତ୍ରୀ କାନ୍ଦି କାନ୍ଦି ବାହାରକୁ ବାହାରିଲେ। ବିଜେଡି ସରକାରର ଜଣେ ମନ୍ତ୍ରୀ ସଂପୃକ୍ତ ନେତ୍ରୀଙ୍କ ସହିତ ବ୍ୟଭିଚାର କରିଥିବା ଏବଂ ନେତ୍ରୀ ଜଣଙ୍କ କାନ୍ଦି କାନ୍ଦି ଏହା ପ୍ରକାଶ କରୁଥିବା ଧର୍ମେନ୍ଦ୍ରଙ୍କୁ ଦେଖାଗଲା। ଧର୍ମେନ୍ଦ୍ର ତୁରନ୍ତ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଦେଲେ। କିନ୍ତୁ, ନିଜ ଦଳର ନେତ୍ରୀଙ୍କୁ ସର୍ବସାଧାରଣ ସଭାସ୍ଥଳିରେ ଆପତ୍ତିଜନକ, ଅରୁଚିକର, ଅଶାଳୀନ ମନ୍ତବ୍ୟ ଦେଇ ଲାଞ୍ଚିତ, ବେଇଜତ୍ କରିଥିବା ନେତାଙ୍କୁ ପୁଲମାଳ ଦେଇ ନିଜ ଦଳକୁ କୋଳେଇ ନେଉଛନ୍ତି ଧର୍ମେନ୍ଦ୍ର! ୨୦୧୯ ନିର୍ବାଚନ ସମୟର କଥା। ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା ପିଙ୍କି ପ୍ରଧାନ ୨୦୧୯ ନିର୍ବାଚନରେ ଦିଗପହଣ୍ଡିରୁ ବିଜେପି ପ୍ରାର୍ଥୀ ଘୋଷଣା କରାଯିବା ପରେ ସ୍ଥାନୀୟ ବିଜେପିରେ ଦେଖାଦେଇଥିଲା ବିଦ୍ରୋହ। ପିଙ୍କିଙ୍କୁ ଟିକେଟ୍ ମିଳିବା ପରେ ଦିଗପହଣ୍ଡି ପାଇଁ ଆଶାୟୀ ଥିବା ଉତ୍ତମ ପାଣିଗ୍ରାହୀ ଦଳ ବିରୋଧରେ ବିଦ୍ରୋହ ଆରମ୍ଭ କରି ଦେଇଥିଲେ। ଅସନ୍ତୋଷ ଜଣାଇବା ପାଇଁ ଉତ୍ତମ ଓ ତାଙ୍କର ସମର୍ଥକ ପାର୍ଟି ଅଫିସରେ ତାଲା ପକାଇଥିଲେ। କେବଳ ଯେ ସୂର୍ଯ୍ୟ ପାତ୍ର ଟିକେଟ୍ କିଣି ନେଇଛନ୍ତି ବୋଲି ଉତ୍ତମ ବିଜେପିକୁ ଆକ୍ଷେପ କରିନଥିଲେ, ଏକ ସର୍ବସାଧାରଣ ସଭାରେ ପିଙ୍କି ପ୍ରଧାନ ଯୋଗ ଦେଇଥିବା ବେଳେ ଉତ୍ତମ ପାଣିଗ୍ରାହୀଙ୍କ ସମର୍ଥକ ଏବଂ ନିଜେ ଉତ୍ତମ ପାଣିଗ୍ରାହୀ ପିଙ୍କି ପ୍ରଧାନଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ କଟୁ ମନ୍ତବ୍ୟ ଦେଇଥିଲେ।

ପିଙ୍କି ପ୍ରଧାନ ବେଇଜତ୍ ହୋଇ ସଭା ସ୍ଥଳ ଛାଡ଼ି ଚାଲି ଯାଇଥିଲେ। ଏହାପରେ ଉତ୍ତମ ପାଣିଗ୍ରାହୀ ସ୍ୱାଧୀନ ପାର୍ଥି ଭାବରେ ନିର୍ବାଚନ ଲଢ଼ିଥିଲେ। ତେବେ, ଭରି ସଭାରେ ନିଜ ଦଳର ଜଣେ ନେତ୍ରୀଙ୍କୁ ବେଇଜତ୍ କରିଥିବା ସେହି ନେତାଙ୍କୁ ପୁଣି ଆପଣାଇ ନେଇଥିଲା ବିଜେପି। ଏକ ମିଶ୍ରଣ ପର୍ବରେ ନିଜକୁ ଓଡ଼ିଶା ବିଜେପିର ମଙ୍ଗୁଆଳ ବୋଲାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତମ ପାଣିଗ୍ରାହୀଙ୍କୁ ବିଜେପି ଟୋପି ପିନ୍ଧାଇ, ଫୁଲ ତୋଡ଼ା ଦେଇ ନିଜ ଦଳକୁ କୋଳେଇ ନେଇଥିଲେ। ଖୋଦ୍ ପିଙ୍କି ପ୍ରଧାନଙ୍କର କିମ୍ବା ନାରୀ ସୁରକ୍ଷା, ନାରୀ ସମ୍ମାନ ପାଇଁ ଚିତ୍କାର କରୁଥିବା ମହିଳା ମୋର୍ଚ୍ଚାର କୌଣସି ନେତ୍ରୀଙ୍କର ଏହା ଉପରେ ପ୍ରଶ୍ନ ଉଠାଇବାର ଶକ୍ତି ନଥିଲା। ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ସେହି ଉତ୍ତମ ପାଣିଗ୍ରାହୀଙ୍କ ପତ୍ନୀ ହେଲେ ବ୍ରହ୍ମପୁର ବିଜେପି ମେୟର ପାର୍ଥି!
-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.