Home ଅପରାଧ ଅପରାଧ ସାମ୍ରାଜ୍ୟ ଉପରେ ପରଦା ପକାଇବା ପାଇଁ ହିଂସାର ଆଶ୍ରୟ ନେଉଛି ବିଜେଡି: ଗୋଲକ ମହାପାତ୍ର

ଅପରାଧ ସାମ୍ରାଜ୍ୟ ଉପରେ ପରଦା ପକାଇବା ପାଇଁ ହିଂସାର ଆଶ୍ରୟ ନେଉଛି ବିଜେଡି: ଗୋଲକ ମହାପାତ୍ର

60

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ। ବାସ୍ତବ କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କାର୍ଡର କୈାଣସି ପ୍ରସଙ୍ଗିକତା ନଥିବାରୁ ସରଳ ରାଜ୍ୟବାସୀ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଣୟନ କରାଯାଇଥିବା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ‘ପୁସିଙ୍ଗ କାର୍ଡ’ ସଦୃଶ। ଏହି ମୁଲ୍ୟହୀନ ‘ପୁସିଙ୍ଗ କାର୍ଡ’ର ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ଆଜି ମୟୁରଭଂଜ ଗସ୍ତ କରିଛନ୍ତି। ଅନ୍ୟ ପଟେ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଅପମାନିତ କରିବାକୁ ଯାଇ ଶାସକ ବିଜେଡି ସମସ୍ତ ପ୍ରକାରର ଅଗଣତାନ୍ତ୍ରୀକ ପନ୍ଥାକୁ ଆପଣାଇବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କ୍ଷୋଭ ପ୍ରକାଶ କରି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମୟୁରଭଂଜ ଗସ୍ତ ଅବସରରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲାରୁ ନିର୍ବାଚିତ ଜନ ପ୍ରତିନିଧିମାନେ ଉପସ୍ଥିତ ରହିବା କଥା। ମାତ୍ର ମୟୁରଭଂଜ ଜିଲ୍ଲାର ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ଅଧିକାଂଶ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଜନପ୍ରତିନିଧିମାନେ ଭାରତୀୟ ଜନତା ପାର୍ଟିର ହୋଇଥିବା କାରଣରୁ ଜାଣିଶୁଣି ଅଭିସନ୍ଧମୁଳକ ଭାବେ ସରକାରୀ କାର୍ଯ୍ୟକ୍ରମରୁ ଦୁରେଇ ରଖାଗଲା।

ବାରିପଦାରେ ବିଜେପି ମହିଳା କାର୍ଯ୍ୟକର୍ତ୍ତାଙ୍କୁ ପ୍ରବେଶ କରିବାକୁ ବିରୋଧ କରାଯାଇଥିବା ବେଳେ ଅନ୍ୟପଟେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରାଯାଇଛି। ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାଧାରଣ ଜନତାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବା ଅତ୍ୟନ୍ତ ଦୁଃଖଦାୟକ। ଅପରାଧ ସାମ୍ରାଜ୍ୟ ଉପରେ ପରଦା ପକାଇବା ପାଇଁ ଶାସକ ବିଜେଡି ହିଂସାର ଆଶ୍ରୟ ନେଉଛି। ଏହି ଘଟଣାକୁ ବିରୋଧ କରାଯିବାରୁ ଶାସକ ବିଜେଡି ହିଂସାର ଆଶ୍ରୟ ନେଇଛି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମୟୁରଭଂଜ ଜିଲ୍ଲାରେ ଶାସକ ବିଜେଡିର କାର୍ଯ୍ୟକର୍ତାମାନଙ୍କ ଦ୍ୱାରା ବିଜେପି କାର୍ଯ୍ୟକର୍ତାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ତାଙ୍କ ଦୋମୁହାଁ ଚରିତ୍ରର ଖୁଲାସା କରିଛି। ସେହିପରି ଆଜି କଟକ ଜିଲ୍ଲା ବଡମ୍ବାଠାରେ ମଧ୍ୟ ଶାସକ ବିଜେଡିର କାର୍ଯ୍ୟକର୍ତାମାନେ ବିଜେପି କାର୍ଯ୍ୟକର୍ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ବସି ଅହିଂସାର ନାଟକ କରୁଛନ୍ତି, ମାତ୍ର ରାଜ୍ୟ ସାରା ବୁଲି ବୁଲି ଶାସକ ବିଜେଡି ହିଂସାର ତାଣ୍ଡବ କରୁଛି। ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବା ପାଇଁ ବାରମ୍ବାର ଦାବି କରୁଥିବା ମୁଖ୍ୟମନ୍ତ୍ରୀଙ୍କ ବିଜୁ ଜନତା ଦଳର ଏଭଳି ଆଚରଣ ଆଦୈା ଗ୍ରହଣୀୟ ନୁହେଁ ବୋଲି ଗୋଲକ ମହାପାତ୍ର କହିଛନ୍ତି। ଆଜି ବାରିପଦା, ବଡମ୍ବାଠାରେ ଯେଉଁ ମାନେ ବିଜେପି କାର୍ଯ୍ୟକର୍ତାମାନଙ୍କୁ ମରଣାନ୍ତକ ଆକ୍ରମଣ କରି ମାରି ଦେବାର ପ୍ରୟାସ କରିଛନ୍ତି, ସେମାନଙ୍କୁ ପୋଲିସ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତମୁଳକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ନଚେତ୍ ଆଗାମୀ ଦିନରେ ହିଂସ୍ର ଶାସକ ବିଜେଡି ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଗୋଲକ ମହାପାତ୍ର ଚେତାବନୀ ଦେଇଛନ୍ତି। ଏହି ଅବସରରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଉପସ୍ଥିତ ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.