Home Top News ମହିଳାଙ୍କ ଉପରେ ବଢ଼ୁଥିବା ଅପରାଧ ପାଇଁ ବିଜେଡି ସରକାର ଦାୟୀ: ବିଜେପି

ମହିଳାଙ୍କ ଉପରେ ବଢ଼ୁଥିବା ଅପରାଧ ପାଇଁ ବିଜେଡି ସରକାର ଦାୟୀ: ବିଜେପି

68

ଭୁବନେଶ୍ୱର: ଦେଶରେ ଅପରାଧ ହ୍ରାସ ପାଉଥିବା ବେଳେ ଓଡ଼ିଶାରେ ଅପରାଧ ମାମଲା ଏବଂ ମହିଳା ବିରୋଧୀ ହିଂସା ବୃଦ୍ଧି ପାଇବା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଗୋଟିଏ ପଟେ ବିଜେଡ଼ି ସୁପ୍ରିମୋ ମହିଳାଙ୍କୁ ସଶକ୍ତି କରଣ କଥା କହୁଥିବା ବେଳେ ଅନ୍ୟପଟେ କିନ୍ତୁ ସେମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ରାଜ୍ୟରେ ମହିଳାଙ୍କ ବିରୋଧରେ ବଢ଼ୁଥିବା ହିଂସା ପ୍ରତି ରାଜ୍ୟ ସରକାର ସଚେତନ ନାହାନ୍ତି। ସଦ୍ୟ ପ୍ରକାଶିତ ନ୍ୟାସନାଲ କ୍ରାଇମ୍ ରେକର୍ଡ୍ସ ବ୍ୟୁରୋ (ଏନସିଆରବି) ରିପୋର୍ଟରେ ଓଡ଼ିଶା ସରକାରଙ୍କ ବ୍ୟବସ୍ଥାରେ ଚାଲୁଥିବା ଆଇନ ଶୃଙ୍ଖଳା ଏବଂ ମହିଳା ବିରୋଧୀ ହିଂସାକୁ ପର୍ଦ୍ଦାଫାଶ କରିଛି ବୋଲି ଡ. ଲେଖାଶ୍ରୀ କହିଛନ୍ତି।ଅପରାଧିକ ମାମଲା – ରାଜ୍ୟରେ ୨୦୧୯ ମସିହାରେ ୧.୨୧ ଲକ୍ଷ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ ମସିହାରେ ଏହି ସଂଖ୍ୟା ୧.୩୪ ଲକ୍ଷକୁ ବୃଦ୍ଧି ପାଇଛି। ମହିଳା ବିରୋଧୀ ହିଂସା – ବର୍ଷ ୨୦୨୦ରେ ଓଡ଼ିଶାରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୧୧୩ ଜଣ ମହିଳା ଆଇପିସି ଏବଂ ଏସଏଲଏଲ ଅଧୀନରେ ଅପରାଧ ମାମଲା ରୁଜୁ କରିଛନ୍ତି। ମହିଳା ବିରୋଧୀ ହିଂସାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ଡ. ଲେଖାଶ୍ରୀ କହିଛନ୍ତି।

ସାରା ଦେଶରେ ମହିଳା ବିରୋଧୀ ହିଂସା ୮.୩ ପ୍ରତିଶତ ହ୍ରାସ ପାଇଥିବା ବେଳେ ଓଡ଼ିଶାରେ ଏହା ୯.୯ ପ୍ରତିଶତ ବଢ଼ିଛି। ରାଜ୍ୟରେ ୨୦୧୯ ମସିହାରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୧୦୩ ଜଣ ମହିଳା ସେମାନଙ୍କ ବିରୋଧରେ ହେଉଥିବା ଅପରାଧିକ ହିଂସା ନେଇ ମାମଲା ରୁଜୁ କରିଥିବା ବେଳେ ୨୦୨୦ରେ ୧୧୨.୯ ଜଣ ମହିଳା ଅପରାଧିକ ହିଂସା ନେଇ ମାମଲା ରୁଜୁ ରହିଛନ୍ତି। ମହାମାରୀ ବର୍ଷ ୨୦୨୦ରେ ମଧ୍ୟ ଦେଶର ପ୍ରମୁଖ ରାଜ୍ୟ ଭାବରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ମହିଳାଙ୍କ ପ୍ରତି ଅପରାଧ ସଂଖ୍ୟା ବୃଦ୍ଧିପାଇଛି। ଦେଶର ୨୮ଟି ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ପଞ୍ଚମରେ ଅଛି। ରାଜ୍ୟରେ ଗଣଦୁଷ୍କର୍ମ ପୀଡ଼ିତାଙ୍କ ସଂଖ୍ୟା ୨୦୧୯ରେ ୩ ଥିବାବେଳେ ବର୍ଷ ୨୦୨୦ରେ ଏହି ସଂଖ୍ୟା ୨୦ରେ ପହଞ୍ଚିଛି। ସେହିପରି ୨୦୧୯ରେ ୩୯୩୪ ଜଣ ମହିଳା ଅପହରଣ ହୋଇଥିଲା ବେଳେ ୨୦୨୦ରେ ରାଜ୍ୟରେ ମୋଟ ୩୭୭୫ ଜଣ ମହିଳା ଅପହରଣ ହୋଇଛନ୍ତି। ଦେଶରେ ୧ ଲକ୍ଷ ଜନସଂଖ୍ୟା ତୁଳନାରେ ଅପରାଧ ହାର ୧୬.୭ ସହ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଓଡ଼ିଶାରେ ୧୨, ୬୪୧ଟି ଧର୍ଷଣ କରିବା ପାଇଁ ଉଦ୍ଦେଶ୍ୟ ରଖି ଆକ୍ରମଣ କରୁଥିବା ମାମଲା ଦାୟର ହେବା ସହ ଏହି ମାମଲାରେ ଓଡ଼ିଶା ଦେଶରେ ଶୀର୍ଷରେ ରହିଛି। ଓଡ଼ିଶାରେ ଅପରାଧ ହାର (୫୫.୮) ଜାତୀୟ ହାରର ୪ ଗୁଣ ଅଟେ ବୋଲି ଡ. ଲେଖାଶ୍ରୀ କହିଛନ୍ତି।

ଶିଶୁଙ୍କ ବିରୋଧରେ ଜଘନ୍ୟ ଅପରାଧ: ୨୦୨୦ରେ ଓଡ଼ିଶାରେ ଶିଶୁ ଧର୍ଷଣ ୮% ରୁ ଅଧିକ ବୃଦ୍ଧି ପାଇଛି। ମୋଟ ଉପରେ ରାଜ୍ୟରେ ଦିନକୁ ପ୍ରାୟ ୮ଟି ଧର୍ଷଣ ସହ ରେକର୍ଡ କରିଛି। ରାଜ୍ୟରେ ଶିଶୁ ବଳାତ୍କାର ମାମଲାରେ ବୃଦ୍ଧି ଘଟିଛି, ଯାହା ଲଜ୍ୟାଜନକ। ସାଇବର ଅପରାଧ – ପୂର୍ବ ବର୍ଷ ତୁଳନାରେ ୨୦୧୯-୨୦ରେ ଓଡ଼ିଶାରେ ସାଇବର ଅପରାଧ ହାର ୭୬% ବୃଦ୍ଧି ପାଇଛି। ୨୦୧୮-୧୯ ବର୍ଷରେ ୮୪୩ ସାଇବର ଅପରାଧ ମାମଲା ରୁଜୁ ହୋଇଥିବାବେଳେ ୨୦୧୯-୨୦ରେ ଏହି ସଂଖ୍ୟା ୧୪୮୫କୁ ବୃଦ୍ଧି ପାଇଛି। ଅଧିକାଂଶ ସାଇବର ଅପରାଧ ଏଟିଏମ୍ ଠକେଇ ସହିତ ଜଡ଼ିତ ରହିଛି। ବିହାରର ୭୯୨ ଏବଂ ମହାରାଷ୍ଟ୍ରର ୪୫୪ ମାମଲା ପରେ ଓଡ଼ିଶା ୩୩୧ ଏଟିଏମ୍ ଠକେଇର ରିପୋର୍ଟ କରି ତୃତୀୟ ସ୍ଥାନରେ ରହିଛି। ଓଡ଼ିଶା ୫୪୫ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ଠକେଇ ରିପୋର୍ଟ କରିଛି, ଯାହା ମହାରାଷ୍ଟ୍ର ୫୫୨ ପରେ ସର୍ବାଧିକ ଦ୍ୱିତୀୟ ସ୍ଥାନରେ ରହିଛି। ମହିଳା ସହ ଜଡ଼ିତ ସାଇବର ଅପରାଧ ପାଇଁ ୨୦୧୯ ରେ ୩୯୦ ରୁ ତୀବ୍ର ବୃଦ୍ଧି – ମୋଟ ୫୨୬ ମାମଲା ସହିତ ଓଡ଼ିଶା ଦେଶରେ ଶୀର୍ଷରେ ରହିଛି। ଅଶ୍ଳୀଳ ଭିଡ଼ିଓ ସେୟାର୍ କରିବା ମାମଲାରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସେହିପରି ଅନଲାଇନ୍ ବ୍ଲାକମେଲିଂ, ମୋର୍ଫିଂ କିମ୍ବା ନକଲି ପ୍ରୋଫାଇଲ୍ ସୃଷ୍ଟି କରିବାରେ ଓଡ଼ିଶା ଦେଶରେ ଶୀର୍ଷ ସ୍ଥାନରେ ଅଛି। ଜାତୀୟ ସ୍ତରରେ ପ୍ରାୟ ୩୫ ପ୍ରତିଶତ ମାମଲା କେବଳ ଓଡ଼ିଶାରେ ରହିଛି। ଏସସି-ଏସଟି ବିରୋଧୀ ଅପରାଧ – ଅନ୍ୟ ରାଜ୍ୟ ତୁଳନାରେ ଏସଟି ଏବଂ ଏସସି ବିରୋଧୀ ଅପରାଧ ୬୦% ଅଭିବୃଦ୍ଧି ଘଟିଛି। ନିକଟରେ ଛତ୍ରପୁର ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଏସସି / ଏସଟି ଭିଜିଲାନ୍ସ ମନିଟରିଂ କମିଟିର ଏକ ସମୀକ୍ଷା ବୈଠକରେ ଏହା ପ୍ରକାଶ ପାଇଛି। ୨୦୧୪ ରୁ ୨୦୧୯ ପର‌୍ୟ୍ୟନ୍ତ କେବଳ ଗଞ୍ଜାମ ଏବଂ ବ୍ରହ୍ମପୁରରେ ମୋଟ ୪୨୯ ଏସସି/ଏସଟି ଅତ୍ୟାଚାର ମାମଲା ରିପୋର୍ଟ କରାଯାଇଥିଲା। ଜିଲ୍ଲାଓ୍ୱାରୀ ଅପରାଧ ପ୍ରୋଫାଇଲ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୃହ ଜିଲ୍ଲା ଗଞ୍ଜାମ ୨୯୮ ମାମଲା ଏବଂ ବ୍ରହ୍ମପୁର ଜିଲ୍ଲାରେ ୧୩୧ ଅପରାଧ ମାମଲା ସହ ଶୀର୍ଷରେ ରହିଛି। ୨୦୨୦ରେ ଗଞ୍ଜାମ ଜିଲ୍ଲା ପୋଲିସ୍ ସର୍ବାଧିକ ଅପରାଧ ମାମଲା ୭, ୮୫୮ ରୁଜୁ କରିଥିଲା। ସେହିପରି ଭୁବନେଶ୍ୱର ପୋଲିସ୍ ୭, ୬୭୪ ଏବଂ ଅନୁଗୁଳ ଜିଲ୍ଲା ପୋଲିସ୍ ୭, ୦୨୪ ମାମଲା ରୁଜୁ କରିଥିଲା। ଦେବଗଡ଼ – ୧୮୨ ପ୍ରତିଶତ ଅଭିବୃଦ୍ଧି ସହିତ ଅପରାଧ ଟେବୁଲରେ ଶୀର୍ଷରେ ଅଛି। ଗତ ବର୍ଷ ଟ୍ରିପଲ ମଡ଼ର ମାମଲାରେ ଜିଲ୍ଲାପାଳଙ୍କ ଉପରେ ରୋକ୍ ଲଗାଯାଇଥିଲା। ଯେଉଁଠାରେ ପୋଲିସ ପ୍ରଶାସନ ବିରୋଧରେ ଅଭିଯୋଗ କରାଯାଇଥିଲା। ଆଦିବାସୀ ଜିଲ୍ଲା ମୟୁରଭଞ୍ଜ ୩୯.୭ ପ୍ରତିଶତ ଅଭିବୃଦ୍ଧି ସହିତ ସେଠାରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ୩୬ ପ୍ରତିଶତ ବୃଦ୍ଧି ସହିତ ସୁନ୍ଦରଗଡ଼ରେ ଅପରାଧ ଅଭିବୃଦ୍ଧି ମାମଲା ରହିଛି। ଝାରସୁଗୁଡା ୩୧ ପ୍ରତିଶତ ଅଭିବୃଦ୍ଧି ସହିତ ସୁନ୍ଦରଗଡ଼ରେ ମଧ୍ୟ ଅପରାଧିକ ମାମଲା ବୃଦ୍ଧି ପାଇଛି। ୨୦୨୦ରେ ଢ଼େଙ୍କାନାଳରେ ଅପରାଧ ମାମଲାରେ ୩୧ ପ୍ରତିଶତ ବୃଦ୍ଧି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୃହ ଜିଲ୍ଲା ଗଞ୍ଜାମ ୨୬.୮୬ ପ୍ରତିଶତ ସହ ଅପରାଧିକ ମାମଲା ବୃଦ୍ଧି ପାଇଛି। ଗଞ୍ଜାମ ଭଳି ପୁରୀରେ ମଧ୍ୟ ଅପରାଧ ମାମଲାର ଅଭିବୃଦ୍ଧି ହାର ୨୬.୧ ପ୍ରତିଶତ ରହିଛି। ଅନ୍ୟ ଏକ ଶିଳ୍ପ ସହର ଅନୁଗୁଳ ଜିଲ୍ଲାରେ ପ୍ରାୟ ୨୫ ପ୍ରତିଶତ ମାମଲା ବୃଦ୍ଧି ଘଟିଛି। ଅନ୍ୟ ଜିଲ୍ଲା ଗୁଡ଼ିକ ହେଉଛି ଯାଜପୁର (୧୧.୭%), ଖୋର୍ଦ୍ଧା (୧୩.୪%), ଜଗତସିଂହପୁର ( ୧୩.୪%), ବରଗଡ (୧୫.୩%), ବଲାଙ୍ଗୀର (୧୧.୧%) ଅପରାଧ ମାମଲା ବୃଦ୍ଧି ପାଇଛି ବୋଲି ଡ. ଲେଖାଶ୍ରୀ କହିଛନ୍ତି।

ମାମଲା ବିଚାରଧୀନ ଏବଂ ଚାର୍ଜ ସିଟ୍ ହାର- ମହିଳାଙ୍କ ବିରୋଧରେ ମୋଟ ୧, ୩୫, ୩୧୩ ଅପରାଧ ମାମଲା ପଡ଼ିରହିଛି। ସେଥିମଧ୍ୟରୁ ୧, ୧୪, ୧୫୫ ମାମଲା ଗତ ବର୍ଷ ଠାରୁ ପଡ଼ି ରହିଛି ଏବଂ ୨୦୨୦ରେ ରୁଜୁ ହୋଇଥିବା ମାମଲାରେ କେହି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ମହିଳା ବିରୋଧୀ ଅପରାଧରେ ଦେଶରେ ୯.୨% (ଦେଶରେ ଷଷ୍ଠ ସର୍ବନିମ୍ନ)ରେ ଦୋଷୀ ସାବ୍ୟସ୍ତ ହାର ୯୮.୯% (ଦେଶରେ ତୃତୀୟ ସର୍ବୋଚ୍ଚ) ରହିଛି। ୧୪୨୭ ଅଭିଯୁକ୍ତଙ୍କ ମଧ୍ୟରୁ ଲ’ କୋର୍ଟ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ କେବଳ ୧୪୪ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୯.୨ ପ୍ରତିଶତ ରହିଛି, ଯାହା ଦେଶର ଶ୍ରେଷ୍ଠ ୫ ଦୁର୍ବଳ ହାର ମଧ୍ୟରେ ରହିଛି। ଏସିଡ୍ ଆକ୍ରମଣ ପଶ୍ଚିମବଙ୍ଗ – ୫୧, ଉତ୍ତରପ୍ରଦେଶ – ୩୦, ମଧ୍ୟପ୍ରଦେଶ – ୧୩, କେରଳ / ଓଡ଼ିଶା – ୧୧ ; ଓଡ଼ିଶା ସର୍ବାଧିକ ଚତୁର୍ଥ ସ୍ଥାନରେ ରହିଛି। ଦୁଷ୍କର୍ମ (ଧାରା ୩୭୬ ଓଚଉ): ରାଜସ୍ଥାନ – ୫୩୧୦, ଉତ୍ତରପ୍ରଦେଶ – ୨୭୬୯, ମଧ୍ୟପ୍ରଦେଶ – ୨୩୩୯, ମହାରାଷ୍ଟ୍ର – ୨୦୬୧, ଆସାମ – ୧୬୫୧, ଓଡ଼ିଶା ୧୨ ତମ ସ୍ଥାନରେ ରହିଛି। ଉଦ୍ଦେଶ୍ୟ ରଖି ମହିଳାଙ୍କୁ ନିର୍ଯ୍ୟାତନା: ଓଡ଼ିଶା – ୧୨, ୬୦୫; ମହାରାଷ୍ଟ୍ର – ୯୯୬୫; ଉତ୍ତରପ୍ରଦେଶ – ୯୮୬୪; ରାଜସ୍ଥାନ – ୮୬୬୧; ମଧ୍ୟପ୍ରଦେଶ – ୫୩୭୮; ୧ ଲକ୍ଷ ଜନସଂଖ୍ୟାରେ ଅପରାଧ ହାର ୫୫.୮ ଥିବାବେଳେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି।

ଯୌତୁକ ଜନିତ ମୃତ୍ୟୁ: ଉତ୍ତରପ୍ରଦେଶ – ୨୨୭୪; ବିହାର – ୧୦୪୬; ମଧ୍ୟପ୍ରଦେଶ – ୬୦୮; ପଶ୍ଚିମବଙ୍ଗ – ୫୨୨; ରାଜସ୍ଥାନ – ୪୭୯; ଚିକିତ୍ସା ଅବହେଳାରୁ ମୃତ୍ୟୁ: ଉତ୍ତରପ୍ରଦେଶ – ୨୯; ରାଜସ୍ଥାନ – ୨୩; ମଧ୍ୟପ୍ରଦେଶ – ୧୧; ଝାଡଖଣ୍ଡ – ୧୦; ହରିୟାଣା – ୭; ହିଟ୍ ଏବଂ ରନ୍ : ଉତ୍ତରପ୍ରଦେଶ – ୧୩, ୮୬୨; ମଧ୍ୟପ୍ରଦେଶ – ୬୬୬୪; ଓଡ଼ିଶା – ୩୭୩୫; ମହାରାଷ୍ଟ୍ର – ୨୧୭୯; ଛତିଶଗଡ – ୧୭୪୯; ୧ ଲକ୍ଷ ଜନସଂଖ୍ୟାରେ ୮.୨ ମାମଲା ସହ ଓଡିଶା ତୃତୀୟ ସ୍ଥାନରେ ରହିଛି। ଅପହରଣ : ଉତ୍ତରପ୍ରଦେଶ – ୧୨, ୯୧୩; ପଶ୍ଚିମବଙ୍ଗ – ୯୩୦୯; ମହାରାଷ୍ଟ୍ର – ୮୧୦୩; ବିହାର – ୭୮୮୯; ମଧ୍ୟପ୍ରଦେଶ – ୭୩୨୦; ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୯.୨ ମାମଲା ସହ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିଛି। ଏହା ଦେଶର ଚତୁର୍ଥ ସର୍ବୋଚ୍ଚ ହାର। ଦଙ୍ଗା: ବିହାର – ୯୪୨୨; ମହାରାଷ୍ଟ୍ର – ୯୧୫୭; ଉତ୍ତରପ୍ରଦେଶ – ୬୧୨୬; କର୍ଣ୍ଣାଟକ – ୪୫୫୩; କେରଳ – ୩୫୨୦ ଅଛି ବୋଲି ଡ. ଲେଖାଶ୍ରୀ କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର ଓ ସୋନାଲୀ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଇରାନୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.