Home ଓଡ଼ିଶା ମୋଦିଙ୍କୁ ଜନ୍ମଦିନ ଉପହାର: ମହିଳା ମୋର୍ଚ୍ଚା ପକ୍ଷରୁ ସେବା ଓ ସମର୍ପଣ ଅଭିଯାନ ..

ମୋଦିଙ୍କୁ ଜନ୍ମଦିନ ଉପହାର: ମହିଳା ମୋର୍ଚ୍ଚା ପକ୍ଷରୁ ସେବା ଓ ସମର୍ପଣ ଅଭିଯାନ ..

52

ଭୁବନେଶ୍ୱର/ଭଦ୍ରକ: ମୋଦିଙ୍କ ଜନ୍ମଦିନ ଅବସରରେ ରାଷ୍ଟ୍ରବ୍ୟାପୀ ବିଜେପି ଚଲାଇଛି ସେବା ଓ ସମର୍ପଣ ଅଭିଯାନ। ଏହି ଅଭିଯାନରେ ନିଜକୁ ସାମିଲ କରି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରଥମ ଦିନରେ ମୋଦିଙ୍କ ଉଦ୍ଦେଶ୍ୟରେ ଦୀପଦାନ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏବେ ମହିଳା ମୋର୍ଚ୍ଚା ପକ୍ଷରୁ କରାଯାଇଛି ଶୁଖିଲା ଖାଦ୍ୟ ବଣ୍ଟନ। ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚା ପକ୍ଷରୁ ଭଦ୍ରକ ଜାନୁଗଞ୍ଜ ସ୍ଥିତ ଆଦିବାସୀ ବସ୍ତିକୁ ଯାଇ ପାଉଁରୁଟି, କେକ୍ ଆଦି ବଣ୍ଟନ କରାଯାଇଥିବା ବେଳେ ଚାରିଘରିଆ ସ୍ଥିତ ବାତ୍ସଲ୍ୟ ଆଶ୍ରମରେ ଚୁଡ଼ା, ଚାଉଳ, ଡାଲି, ତେଲ, ଅଟା, ଆଳୁ, ମୁଢ଼ି, କେକ୍, ପାଉଁରୁଟି ଆଦି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏକ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ପ୍ରବାସରେ ଯାଇଥିବା ରାଷ୍ଟ୍ରୀୟ ସେବିକା ସମିତିର କ୍ଷେତ୍ରୀୟ ପ୍ରଚାରିକା ଲତିକା ପାଢ଼ୀ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ଚାଲିଥିବା ଏହି ଅଭିଯାନରେ ଯୋଗ ଦେଇଥିବା ବେଳେ ଜିଲ୍ଲା ମହିଳା ମୋର୍ଚ୍ଚା ଉପାଧ୍ୟକ୍ଷା ଉଷା ପାଢ଼ୀ, ସାଧାରଣ ସମ୍ପାଦିକା ଲିପିକା ବାରିକ, ସମ୍ପାଦିକା ବିଷ୍ଣୁପ୍ରିୟା ଲେଙ୍କା, ବିଷ୍ଣୁପ୍ରିୟା ଜେନା ଏବଂ ଜିଲ୍ଲା ମହିଳା ମୋର୍ଚ୍ଚା ଆଇଟି ସେଲ୍ ପ୍ରମୂଖ ସ୍ୱର୍ଣ୍ଣଲତା ମିଶ୍ର ପ୍ରମୂଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.