Home Top News ବିଜୁ ଜନତା ଦଳ (ବିଜେଡି)ର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ବିଜୁ ଜନତା ଦଳ (ବିଜେଡି)ର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

110

ଭୁବନେଶ୍ୱର: ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ରାଜ୍ୟ କାର୍ଯ୍ୟାଳୟଠାରେ ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ବିଧାୟକ ଭୁବନେଶ୍ବର ଉତ୍ତର ସୁଶାନ୍ତ ରାଉତଙ୍କର ସଭାପତିତ୍ୱରେରେ ପାଳିତ ହୋଇଛି। ଆଜିର ଏହି ପ୍ରତିଷ୍ଠା ଦିବସରେ ଦୀର୍ଘ ୨୫ ବର୍ଷ ଧରି ବହୁ ଘାତ ପ୍ରତିଘାତ ମଧ୍ୟରେ ଏକ ଆଞ୍ଚଳିକ ଦଳକୁ ନେଇ ମାନ୍ୟବର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶନବୀନ ପଟ୍ଟନାୟକ ଓଡ଼ିଶାକୁ କିଭଳି ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିଛନ୍ତି ତାହା ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଓଡ଼ିଶାର ବିକାଶକୁ ତ୍ରିଭୁଜ ସହିତ ଯଥା ସ୍ବାସ୍ଥ୍ୟ , ଶିକ୍ଷା ଓ ଭିତ୍ତିଭୂମିର ବିକାଶକୁ ଏକ ସାଙ୍ଗରେ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ବିଶ୍ୱାସଭାଜନ ହୋଇପାରିଛନ୍ତି ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ନିଜ ଅଭିଭାଷଣ ରଖିଥିଲେ।ଭାଷା ଭିତ୍ତିକ ରାଜ୍ୟ ଗଠନ ଓ ମୋ ରାଜ୍ୟକୁ ଆର୍ଥିକ ସ୍ବାଧୀନତା ଦେବା ପାଇଁ ବିଜୁ ବାବୁ ସର୍ବଦା ଚେଷ୍ଟା କରିଥିଲେ ବୋଲି ଯୋଜନା ବୋର୍ଡ ଉପଧାକ୍ଷ ସଞ୍ଜୟ ଦାସ ବର୍ମା ନିଜ ଅଭିଭାଷଣ ରଖିଥିଲେ। ଦୀର୍ଘ ୨୫ ବର୍ଷ ଧରି ନିରନ୍ତର ଭାବରେ ଓଡ଼ିଆ ଜାତି ଓଡିଶା ର ସଂସ୍କୃତି ଓ ସ୍ବାଭିମାନକୁ କିପରି ଆଗକୁ ନେବାକୁ ହେବ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ପ୍ରୟାସ ଜାରି ରଖି ଆଜି ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଅନ୍ୟ ରାଜ୍ୟ ଗୁଡ଼ିକ ପାଇଁ ଉଦାହରଣ ପାଲଟିଛନ୍ତି ବୋଲି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜର ମତବ୍ୟକ୍ତ କରିଥିଲେ।ଆଜିର ଏହି ପ୍ରତିଷ୍ଠା ଦିବସରେ ଅନ୍ୟତମ ଅତିଥୀ ଭାବେ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର , ପୂର୍ବତନ ସାଂସଦ ଡଃ ପ୍ରସନ୍ନ ପାଟଶାଣୀ , ଓଡିଶା ମୋ ପରିବାର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା, ରାଜ୍ୟ ଛାତ୍ର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ବାଦଲ ମହାନ୍ତି, ରବି ସାମଲ, ପ୍ରିୟଦର୍ଶୀ ମିଶ୍ର, ଯୁବ ନେତା ଅମରେଶ ଜେନା, ସୁବାସ ଚନ୍ଦ୍ର ପାତ୍ର, କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ମହସୂପକାର, ସମରେନ୍ଦ୍ର ସାହୁ, ରବି ଛୋଟରାୟ ବାବୁଲି ସାମାର୍ଥା, ସୁଜିତ ସ୍ବାଇଁ, ପ୍ରତାପ ସାହୁ, ଜିତେନ୍ଦ୍ର ନନ୍ଦ, ଚନ୍ଦ୍ରଶେଖର ମଲ୍ଲୀଆ, ନବକିଶୋର ବେହେରା, ମିହିର ରାଉତ, ମନୋଜ ସାହୁ, ସଞ୍ଜୟ ସେଠି, ସୌଭାଗ୍ୟ ବାରିକ, ସେକ ନିଜାମୁଦ୍ଦିନ, ଦେବାଶିଷ ସିଟ, ନିଷ୍ଫଳ ବଳବନ୍ତରାୟ , ମହିଳା ନେତ୍ରୀ ସୁଲତା ଦେଓ, ବିଜୟଲକ୍ଷ୍ମୀ ମହାପାତ୍ର , ସୁମିତ୍ରା ଜେନା, ସଂଯୁକ୍ତା ମହାନ୍ତି, ମହାମାୟା ସ୍ବାଇଁ, ମୀରା ପରିଡ଼ା , ମନ୍ଦାକିନୀ କର, ସନ୍ଧ୍ୟା ବିଶ୍ବାଳ, ଏଲିନା ଦାସ, ଇପ୍ସିତା ସାହୁ, ଯୁବ ସଭାପତି ସମରେଶ ବେଉରା, ବିଜୟକେତନ ସାହୁ, ଛାତ୍ର ସଭାପତି ସୁବାସ ସାହୁଙ୍କ ସହିତ ଭୁବନେଶ୍ବରର ସମସ୍ତ ପୂର୍ବତନ କର୍ପୋରେଟର, ପଞ୍ଚାୟତରୁ ଆସିଥିବା ସରପଞ୍ଚ , ସମିତି ସଭ୍ୟ ଏବଂ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ବରିଷ୍ଠ ପଦାଧିକାରୀ ତଥା ଯୁବ ଛାତ୍ର ମହିଳାର ପଦାଧିକାରୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.