Home ଓଡ଼ିଶା ଆକାଶବାଣୀ ପକ୍ଷରୁ ବିଶ୍ୱକର୍ମା ପୂଜା

ଆକାଶବାଣୀ ପକ୍ଷରୁ ବିଶ୍ୱକର୍ମା ପୂଜା

121

ସମ୍ବଲପୁର, ୧୮/୯ (ଓଡ଼ିଆ ପୁଅ) – ସମ୍ବଲପୁର ଆକାଶବାଣୀ କେନ୍ଦ୍ର ଓ ମାନେଶ୍ୱରଠାରେ ଥିବା ଆକାଶବାଣୀର ପ୍ରସାରଣ କେନ୍ଦ୍ରରେ ବିଶ୍ୱବିନ୍ଧାଣୀ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ଧୁମଧାମରେ ପାଳିତ ହୋଇଯାଇଛି। ମାନେର୍ଶ୍ୱ ଟ୍ରାନ୍ସମିସନ କେନ୍ଦ୍ରଠାରେ ବିଶ୍ୱକର୍ମାଙ୍କ ମୂର୍ତ୍ତିରେ ପୂଜାଅର୍ଚ୍ଚନା କରାଯିବା ସହିତ ଦର୍ଶକ ଏବଂ ଭକ୍ତମାନଙ୍କ ପାଇଁ ଦୁଇଟି ମେଢ଼ କରାଯାଇଥିଲା। ଗୋଟିଏ ମେଢ଼ରେ ଚନ୍ଦ୍ରଯାନ ଆଉ ଦ୍ୱିତୀୟ ମେଢ଼ଟିରେ ପିଲାମାନଙ୍କୁ ଆକର୍ଷିତ କଲା ଭଳି କିଛି ଶିକ୍ଷଣୀୟ ଜିନିଷ ଦୃଶ୍ୟମାନ ହେଇଥିଲା। ବିଶ୍ୱକର୍ମାଙ୍କ ମୂର୍ତ୍ତିର ଚାରିପଟେ ପରିବେଶ ସମ୍ବନ୍ଧରେ ସଚେତନ କରିବା ନେଇ ଅନେକ ବାର୍ତ୍ତା ଲେଖାଯାଇଥିଲା। ଆକାଶବାଣୀ କେନ୍ଦ୍ରର ଯାନ୍ତ୍ରିକ ବିଭାଗର କର୍ମଚାରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଆକାଶବାଣୀ କଲୋନୀ, ଏଫ୍ ଏମ୍ ଷ୍ଟେସନ୍ ରେ ମଧ୍ୟ ବିଶ୍ୱକର୍ମାଙ୍କ ପୂଜାଅର୍ଚ୍ଚନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.