Home ଓଡ଼ିଶା ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଦଳରେ ୩ଟଙ୍କିଆ ବିସ୍କୁଟ

ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଦଳରେ ୩ଟଙ୍କିଆ ବିସ୍କୁଟ

891

କୋରାପୁଟ ୧୫-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାନ୍ନ ଭୋଜନରେ ପୁଷ୍ଟିକର ଖାଦ୍ୟ ଯେଗାଇ ଦେବାକୁ ରାଜ୍ୟ ସରକାର ଦୈନନ୍ଦିନ ଖାଦ୍ୟ ସରାଣୀ ପ୍ରଚଳିତ କରିଛନ୍ତି। ସରକାର ଜାରି କରିଥିବା ନିୟମ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାନ୍ନ ଭୋଜନ ଯୋଗାଇ ଦେବା ବିଭାଗୀୟ କର୍ତୂପକ୍ଷ ଓ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱ। ତେବେ କୋରାପୁଟ ଜିଲାର କେତେକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବିଶେଷ କରି ଜିଲାର କୋରାପୁଟ, ସୁନାବେଡା, ଜୟପୁର ଓ କୋଟପାଡ ସହରାଂଚଳ ବିଦ୍ୟାଳୟ ଗୁଡିକରେ କେନ୍ଦ୍ରୀୟ ରୋଷେୟଶାଳା ଦ୍ୱାରା ମଧ୍ୟହ୍ନ ଭୋଜନ ଯୋଗାଇ ଦେବା ବ୍ୟବସ୍ଥା ଆରମ୍ଭ ହେବା ଦିନରୁ ବିଭିନ୍ନ ସମସ୍ୟା ଦେଖା ଦେଇଛି। ବିଭିନ୍ନ ସମୟରେ ଅନେକ ସ୍କୁଲରେ ଭାତ ଓ ତରକାରୀରେ ପୋକମାଛି ବାହାରୁ ଥିବାବେଳେ ପୋଚକା ଦରସିଝା ଅଣ୍ଡା ଦିଆଯାଉଥିବା ଅଭିଯୋଗ ଉଠିଛି। କେନ୍ଦ୍ରୀୟ ରୋଷେୟ ଶାଳା ପରିଚାଳନା ନେଇଥିବା ସଂସ୍ଥା ନିଜ ମନମାନିରେ ଖାଦ୍ୟ ଯୋଗାଉଥିବା ଅଭିଯୋଗ ହେଉଥିବାବେଳେ ବେଳେ ଅଣ୍ଡା ବଦଳରେ ପିଲାଙ୍କୁ ୩ଟଙ୍କିଆ ବିସ୍କୁଟ ଦିଆ ଯାଉଛି। ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି କୋରାପୁଟ ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ନିଘାମାନିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ। ଖାଦ୍ୟ ଯୋଗାଣକାରୀ ସଂସ୍ଥା ଅଣ୍ଡା ନଦେଇ ୩ଟଙ୍କା ଦାମର ବିସ୍କୁଟ ଦେଇଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କର୍ତ୍ତୃପକ୍ଷଙ୍କ ତାଗିଦ ଯୋଗୁଁ ଶିକ୍ଷକ ଶିକ୍ଷୟତ୍ରୀ ମୁହଁ ଖୋଲୁନଥିବାବେଳେ ବାରମ୍ବାର ଏଭଳି ଅଭିଯୋଗ ଆସୁଥିଲେ ମଧ୍ୟ ବିଭାଗୀୟ ଜିଲା ମୁଖ୍ୟ ଚୁପ ରହିବା କାରଣ କଣ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ରାଜ୍ୟ ସରକାର ଅଣ୍ଡା ପିଛା ୪ ଟଙ୍କା ୭୫ପଇସା ଦେଉଥିବାବେଳେ ପିଲାଙ୍କୁ କାହିଁକି ୩ ଟଙ୍କାର ବିସ୍କୁଟ ଦିଆ ଯାଉଛି ବୋଲି କେତେକ ଅଭିଭାବକ ପ୍ରଶ୍ନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.