Home Top News ମୋଦୀଙ୍କୁ ଜନ୍ମଦିନ ଭେଟି: ରକ୍ତଦାନ; ଗୋ- ଶାଳାରେ ଶ୍ରମଦାନ ..

ମୋଦୀଙ୍କୁ ଜନ୍ମଦିନ ଭେଟି: ରକ୍ତଦାନ; ଗୋ- ଶାଳାରେ ଶ୍ରମଦାନ ..

47

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଦେଶବ୍ୟାପୀ ବିଜେପି ପାଳୁଛି ସେବା ପକ୍ଷ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆୟୋଜିତ ହୋଇଛି “ଏକ ତାରିଖ ଏକ ଘଣ୍ଟା, ଏକ ସଙ୍ଗେ ଶ୍ରମଦାନ” କାର୍ଯ୍ୟକ୍ରମ। ସେହିକ୍ରମରେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ବାଲେଶ୍ୱର ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୁରକ୍ଷା, ବାଲେଶ୍ୱର ଏବଂ ବାଲେଶ୍ୱର ବିଜେପିର ମିଳିତ ଆନୁକୂଲ୍ୟରେ “ଏକ ତାରିଖ ଏକ ଘଣ୍ଟା, ଏକ ସଙ୍ଗେ ଶ୍ରମଦାନ” କାର୍ଯ୍ୟକ୍ରମ ଗୋଶାଳାପଦାଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଫେଇ କାର୍ଯ୍ୟକ୍ରମରେ ପାଖାପାଖି ୧୦୦ ଜଣ ବୁଦ୍ଧିଜୀବୀ, ମହିଳା ଏବଂ ଯୁବକ ଏକ ଘଣ୍ଟା ଶ୍ରମଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱଚ୍ଛତା ଉପରେ ଏକ ଶପଥ ପାଠ କରାଯାଇଥିଲା। ସଫେଇ କାର୍ଯ୍ୟକ୍ରମ ଗୋଶାଳାପଦା ହନୁମାନ ମନ୍ଦିର, ପ୍ରାଥମିକ ବିଦ୍ୟାଳୟ ପରିସର, ସହଦେବଖୁଣ୍ଟା ୱାର୍ଡ ନଂ ୨୩ ଏବଂ ଗୋଶାଳାପଦା ବସ୍ତିଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କ୍ଷେତ୍ରପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା, ସହଯୋଗୀ ଖଗେଶ ବାଇପାଇ, ସମାଜସେବୀ ତଥା ବିଜେପି ଯୁବନେତା ମାନସ କୁମାର ଦତ୍ତ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୁରକ୍ଷା ସମ୍ପାଦକ ଜ୍ଞାନରଞ୍ଜନ ପରିଡ଼ା, ପ୍ରମୁଖ ଅଂଶଗ୍ରହଣ କରିଥିଲେ।ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ‘ସେବା ସମର୍ପଣ ଅଭିଯାନ’ ଅନ୍ତର୍ଗତ ବାଲେଶ୍ୱର ସଦର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା। ଏହି ରକ୍ତଦାନ ଶିବିରରେ ଯୋଗ ଦେଇ, ନିୟମିତ ଭାବରେ ରକ୍ତଦାନ କରି ଲୋକମାନଙ୍କ ସେବା କରିବା ତଥା ପରସ୍ପରକୁ ସହାୟତା କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହି ସମସ୍ତ ରକ୍ତଦାତାଙ୍କୁ ସାଧୁବାଦ ଜଣାଇଥିଲେ ଯୁବନେତା ମାନସ କୁମାର ଦତ୍ତ।
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.