Home ଓଡ଼ିଶା ପ୍ରଧାନମନ୍ତ୍ରୀ ମୋଦୀ ଉପରେ ନିର୍ମିତ ବାୟୋପିକକୁ ଉର୍ମିଲା ମାତୋଣ୍ଡକର କହିଲେ ଏକ ମଜାକ – କମେଡ଼ି...

ପ୍ରଧାନମନ୍ତ୍ରୀ ମୋଦୀ ଉପରେ ନିର୍ମିତ ବାୟୋପିକକୁ ଉର୍ମିଲା ମାତୋଣ୍ଡକର କହିଲେ ଏକ ମଜାକ – କମେଡ଼ି ଫିଲ୍ମ ନିର୍ମାଣ ହେବାର ଆବଶ୍ୟକ ଥିଲା

1646

ମୁମ୍ବାଇ ୧୯-୪ (ଓଡ଼ିଆ ପୁଅ) ଅଭିନେତ୍ରୀରୁ କଂଗ୍ରେସ ପ୍ରାର୍ଥିୀ ହୋଇଥିବା ଉର୍ମିଲା ମାତୋଣ୍ଡକର ଉତ୍ତର ମୁମ୍ବାଇ ଆସନରୁ କଂଗ୍ରେସ ପ୍ରାର୍ଥିୀ ଅଟନ୍ତି। ଉର୍ମିଲା ମାତୋଣ୍ଡକର ମୁମ୍ବାଇ ମରାଠୀ ପତ୍ରକାର ସଂଘ ସହିତ ବାର୍ତ୍ତାଳାପ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରତ୍ୟେକ୍ଷ ଭାବରେ ରାଜନୈତିକ ଆକ୍ରମଣ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ବାୟୋପିକକୁ ମଧ୍ୟ ବଡ଼ ମଜାକ ଉଡ଼ାଇଛନ୍ତି। ଉର୍ମିଲା ସମ୍ପୂର୍ଣ୍ଣ ସଭା ସମୟରେ ଭାରତୀୟ ଜନତା ପାର୍ଟି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରତିଶୃତି ମନେ ପକାଇବାରେ ଲାଗିପଡ଼ିଥିଲେ।

ସେ କହିଲେ କି ‘ମୋଦୀଜୀଙ୍କ ଜୀବନ ଉପରେ ନିର୍ମିତ ଫିଲ୍ମ କିଛି ନୁହେଁ, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଉପରେ ଏହା ଏକ ମଜାକ ଅଟେ। କାରଣ ୫୬ ଇଞ୍ଚର ଛାତିର ଦାବି କରୁଥିବା ବ୍ୟକ୍ତି କିଛି ମଧ୍ୟ କରିବାପାଇଁ ସମ୍ପୂର୍ଣ୍ଣ ଭାବରେ ବିଫଳ ପ୍ରମାଣିତ ହୋଇଛନ୍ତି।’ ଉର୍ମିଲା କହିଲେ ‘ତାଙ୍କ ଜୀବନ ଉପରେ ନିର୍ମିତ ଫିଲ୍ମ ଲୋକତନ୍ତ୍ର, ଗରୀବୀ ଏବଂ ଭାରତର ବିବିଧତା ଉପରେ ଏକ ମଜାକ ଅଟେ।’

ଏହା ବ୍ୟତୀତ ଉର୍ମିଲା ଚୁଟକୀ ନେଇ କହିଛନ୍ତି ‘ତାଙ୍କ ଉପରେ ଏବଂ ତାଙ୍କର ଅଧୂରା ପ୍ରତିଶୃତି ଉପରେ କମେଡି ଫିଲ୍ମ ନିର୍ମାଣ ହେବାର ଆବଶ୍ୟକ ଥିଲା।’ ସେ କହିଛନ୍ତି ‘ଏହା ଠାରୁ ଅଧିକ ଖରାପ କ’ଣ ହୋଇପାରେ କି ଲୋକତାନ୍ତ୍ରିକ ଦେଶର ପ୍ରଧାନମନ୍ତ୍ରୀ ପାଞ୍ଚ ବର୍ଷରେ ଥରେମାତ୍ର ସାମ୍ବାଦିକ ସମ୍ମିଳନୀ କରୁନାହାଁନ୍ତି।’

ସୂଚନାଯୋଗ୍ୟଯେ, ମୋଦୀଙ୍କର ବାୟୋପିକ୍ ଉପରେ ନିର୍ମିତ ଫିଲ୍ମ ଗତ ୧୧ ତାରିଖରେ ରିଲିଜ୍ ହେବାର ଥିଲା କିନ୍ତୁ ଏହା ପୂର୍ବରୁ ନିର୍ବାଚନ ଆୟୋଗ ବାୟୋପିକ ‘ପିଏମ ନରେନ୍ଦ୍ର ମୋଦୀ’ର ରିଲିଜ ଉପରେ ରୋକ ଲଗାଇଥିଲେ। ଏହାକୁ ନିର୍ବାଚନ ପ୍ରତ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ରୋକ ଲଗାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.