Home ଜିଲ୍ଲା ପରିକ୍ରମା ବିଶ୍ୱ ଉଚ୍ଚ ରକ୍ତଚାପ ଦିବସରେ ଜୀବନ ଶୈଳୀ ପରିବର୍ତ୍ତନ ପାଇଁ ଗୁରୁତ୍ୱ

ବିଶ୍ୱ ଉଚ୍ଚ ରକ୍ତଚାପ ଦିବସରେ ଜୀବନ ଶୈଳୀ ପରିବର୍ତ୍ତନ ପାଇଁ ଗୁରୁତ୍ୱ

142

ନୟାଗଡ଼, ୨୧ା୫: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ଜିଲ୍ଳା ମୁଖ୍ୟ ଚିକିିତ୍ସାଳୟର ସମ୍ମିଳନୀ କକ୍ଷରେ ଜିଲ୍ଳା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଶ୍ୱ ଉଚ୍ଚ ରକ୍ତ ଚାପ ଦିବସ ଅନୁଷ୍ଠିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ନୀରଞ୍ଜନ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ସୁରେଶ ଚନ୍ଦ୍ର ମିଶ୍ର, ନୀଳମାଧବ ଶତପଥୀ, ପ୍ରମିଳା ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ.ପ୍ରମୋଦ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ସ୍ୱାଇଁ ଉଚ୍ଚ ରକ୍ତ ଚାପର କାରଣ ଓ ନିରାକରଣ ଉପରେ ବିକ୍ଷିପ୍ତ ଭାବରେ ବକ୍ତବ୍ୟ ରଖିବା ସହିତ ଆଜିର ଯୁଗରେ ଜୀବନ ଶୈଳୀର ପରିବର୍ତ୍ତନ ଘଟିଲେ ସରସ ସୁନ୍ଦର ଜୀବନ ବିତେଇବାର ନୂଆ ତରିକା ମିଳି ପାରିବ ବୋଲି କହିଥିଲେ। ଏଥିପାଇଁ ସଚେତନତାର ଆବଶ୍ୟକତା ରହିଛି ବୋଲି କହିବା ସହିତ ମନୂଷ୍ୟ ଜାଣିଶୁଣି ନିଜର ଅମୁଲ୍ୟ ସମ୍ପଦକୁ ବିପଦ ଆଡ଼କୁ ଠେଲି ଦେଇ ନାନା ଦୂରାରୋଗ୍ୟରେ ଶିକାର ହେଉଥିବା କହିଥିଲେ। ସେ କହିଥିଲେଯେ, ସମ୍ପ୍ରତ୍ତି ଦେଶ, ରାଜ୍ୟ ତଥା ଜିଲ୍ଲାରେ ୩୦ରୁ ୩୫ ପ୍ରତିଶତ ଲୋକ ଏହି ଉଚ୍ଚ ରକ୍ତ ଚାପ ରୋଗରେ ପିଡ଼ୀତ ହେଉଛନ୍ତି। ଏହାର କେବଳ କାରଣ ହେଉଛି ଖାଦ୍ୟ ପେୟରେ ସନ୍ତୁଳନ ନରଖିବା ଓ ଶରୀରକୁ ଶାରିରୀକ ପରିଶ୍ରମରେ ବିନିଯୋଗ ନକରିବା। ଅସ୍ୱାସ୍ଥ୍ୟକର ଖାଦ୍ୟ, ମାଦକଦ୍ରବ୍ୟ ସେବନ, ଶାରିରୀକ ପରିଶ୍ରମକୁ ଗୁରୁ୍ତ୍ୱ ନଦେବାରୁ ପକ୍ଷାଘାତ, ଉଚ୍ଚରକ୍ତଚାପ, ମଧୁମେହ, ଡୃଦଘାତ୍ ଆଦି ବିଭିନ୍ନ ମାରତ୍ମକ ରୋଗ ଅତିମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଜୀବନ ଶୈଳୀର ପରିବର୍ତ୍ତନ ପାଇଁ ଗୁରୁତ୍ୱ ଦେବା ସହ ସଚେତନତା କରାଇ ଜନ ଜାଗରଣ କରିପାରିଲେ ଏପରି ମାରାତ୍ମକ ରୋଗରୁ ମୁକୁଳି ପାରିବା ବୋଲି ବକ୍ତମାନେ ମତପୋଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.