Home Top News ନୟାଗଡ଼ ବିଜେପିକୁ ବୁଡ଼ାଇ ଦେବେ ପତି, ପତ୍ନୀ ଔର ୱ .. ବଢ଼ୁଛି ଅସନ୍ତୋଷ, ଦଳ...

ନୟାଗଡ଼ ବିଜେପିକୁ ବୁଡ଼ାଇ ଦେବେ ପତି, ପତ୍ନୀ ଔର ୱ .. ବଢ଼ୁଛି ଅସନ୍ତୋଷ, ଦଳ ଛାଡ଼ୁଛନ୍ତି ଆଉ ଛାଡ଼ିବେ ଅନେକ ..

78

ଭୁବନେଶ୍ୱର/ନୟାଗଡ଼: ନୟାଗଡ଼ ବିଜେପିରେ ଚାଲିଛି ପତି – ପତ୍ନୀ ପଲଟିକ୍ସ। ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ପତି – ପତ୍ନୀ ଯୋଡ଼ି, ଲାଲା ମନୋଜ ରାୟ ଏବେ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ଥିବା ବେଳେ ତାଙ୍କ ପତ୍ନୀ ଇରାଣୀ ରାୟ ୨୦୧୯ ନିର୍ବାଚନରେ ବିଜେପି ଟିକେଟରୁ ଲଢ଼ିଥିଲେ ନିର୍ବାଚନ। ଏବେ ଇରାଣୀ ମଧ୍ୟ ଅଛନ୍ତି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା। ନିର୍ବାଚନ ମଣ୍ଡଳୀ ଉପରେ ପତି ପତ୍ନୀଙ୍କ ପୂରା କବ୍ଜା। ଯେମିତି ଚାହୁଁଛନ୍ତି ସେମିତି ଚଲାଉଛନ୍ତି। ଯାହାକୁ ଚାହୁଁଛନ୍ତି ତାକୁ ଗୁରୁତ୍ୱ ଦେଉଛନ୍ତି, ଯାହାକୁ ନ’ଚାହୁଁଛନ୍ତି ତାକୁ ଅଣଦେଖା କରୁଛନ୍ତି। କହିବାକୁ କେହି ନାହିଁ। କାରଣ ଏମାନେ କୁଆଡ଼େ ମନ୍ତ୍ରୀଙ୍କ ପାଖ ଲୋକ। ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ଆସୁଥିବା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ମହିଳା ମୋର୍ଚ୍ଚା ରାଜ୍ୟ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷା ରହି ସାରିଛନ୍ତି। ରଣପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଥିଲେ ମଧ୍ୟ ନୟାଗଡ଼ ଜିଲ୍ଲା ବିଜେପି ରାଜନୀତିରେ ସୁରମା ପାଢ଼ୀଙ୍କର ଏକ ସ୍ୱତନ୍ତ୍ର ପ୍ରଭାବ ରହିଥିଲା। କିନ୍ତୁ ଲାଲା – ଇରାଣୀ ରାୟ ପତି – ପତ୍ନୀ ଯୋଡ଼ି ବିଜେପିକୁ ଆସିବା ପରଠାରୁ ସୁରମା ପାଢ଼ୀଙ୍କର ଆଉ ସେ ଭାଉ ନାହିଁ। କେବଳ ସେତିକି ନୁହେଁ, ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା କନ୍ଧମାଳର ପୂର୍ବତନ ସାଂସଦ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ମଧ୍ୟ ହେଉଛନ୍ତି ଅବହେଳିତ। ଲାଲା – ଇରାଣୀ ରାୟ ପତି – ପତ୍ନୀ ଯୋଡ଼ି ରାଣୀଙ୍କୁ ସଂପୂର୍ଣ୍ଣ ଭାବରେ କଣଠେସା କରି ରଖିବାକୁ ଚାହୁଁଛନ୍ତି। ଭୟ ରହିଛି କାଳେ ରାଣୀ ୨୦୨୪ରେ ଟିକେଟ୍ ନେଇଯିବେ। କେବଳ ସେତିକି ନୁହେଁ ଜିଲ୍ଲାର ଆଉ କିଛି ନେତାନେତ୍ରୀଙ୍କୁ ମଧ୍ୟ କରାଯାଉଛି ଅଣଦେଖା। କୁହାଯାଉଛି ଆଗକୁ ହେବାକୁ ଥିବା ପଞ୍ଚାୟତ – ପୌର ନିର୍ବାଚନରେ ପାର୍ଥି ହେବାକୁ ଇଚ୍ଛା ରଖିଥିବା କିଛି ନେତାନେତ୍ରୀଙ୍କ ଉପରେ ବ୍ରେକ୍ ଲଗାଇବା କରିବା କାମ କରୁଛନ୍ତି ଏହି ପତି – ପତ୍ନୀ ଯୋଡ଼ି।ଏହାକୁ ନେଇ ନୟାଗଡ଼ ବିଜେପିରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଯଦି ରାଜ୍ୟ ନେତୃତ୍ୱ ଏଥିପ୍ରତି ଧ୍ୟାନ ଦେଇ ଏହାର ସମାଧାନ ନକରନ୍ତି, ତେବେ ଖୁବ୍ ଶୀଘ୍ର ନୟାଗଡ଼ ବିଜେପିର କିଛି ନେତାନେତ୍ରୀ ଏବଂ ଏକ ବଡ଼ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଦଳ ଛାଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କିଛିଦିନ ତଳେ ଆମେ ଏକ ରିପୋର୍ଟ ପ୍ରକାଶ କରିଥିଲୁ। ଆଜି ତାହା ସତ୍ୟ ସାବ୍ୟସ୍ତ ହେଲା। ନୟାଗଡ଼ ଜିଲ୍ଲାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ଼, ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଅଧ୍ୟକ୍ଷା ନିରୁପମା ଖଟେଇ, ଶ୍ରୀକାନ୍ତ ଖଟେଇ, ରାଜ ପ୍ରଧାନଙ୍କ ସମେତ ନୟାଗଡ଼ ପୌରପରିଷଦର ବିଭିନ୍ନ ୱାର୍ଡ଼ରୁ ବହୁ ବିଜେପି କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସେହିପରି ଭାବେ ନୟାଗଡ଼ ବ୍ଲକର ୬ଟି ପଞ୍ଚାୟତର ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି। ନୟାଗଡ଼ ବ୍ଲକ କାଳିକାପ୍ରସାଦ ପଞ୍ଚାୟତର ୧୪ ପରିବାର, ବିରୁଡ଼ା ଗ୍ରାମ ପଞ୍ଚାୟତର ୨୭ ପରିବାର, କ୍ରୀଦାସପୁର ପଞ୍ଚାୟତର ୧୦ ପରିବାର, ଶରଧାପୁର ଗ୍ରାମପଞ୍ଚାୟତର ୧୫ ପରିବାର, ଗମ୍ଭାରିଡିହି ପଞ୍ଚାୟତର ୫୦ ପରିବାର ଓ ଖୁଣ୍ଟୁବନ୍ଧ ପଞ୍ଚାୟତର ୨୧ ପରିବାର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଣେ ଅରୁଣ ସାହୁ ଅନ୍ୟ ଦଳର କର୍ମୀଙ୍କୁ ଫୁଲମାଳ ପିନ୍ଧାଇ ନିଜ ଦଳରେ ସାମିଲ୍ କରାଉଥିବା ବେଳେ ତେଣେ ଇରାଣୀ ନିଜେ ଫୁଲମାଳ ପିନ୍ଧି ବୁଲୁଛନ୍ତି। ଲାଲା – ଇରାଣୀ ପତି – ପତ୍ନୀଙ୍କ ମନମାନୀ ଯୋଗୁଁ ବିଜେପି ଭିତରେ ଅସନ୍ତୋଷ ବଢ଼ି ଚାଲିଛି, ଦଳ ଭାଙ୍ଗି ଚାଲିଛି। ସୁଧାରିବାକୁ କେହି ନାହାଁନ୍ତି। କାରଣ ପତି – ପତ୍ନୀଙ୍କ ମୁଣ୍ଡ ଉପରେ ମନ୍ତ୍ରୀଙ୍କ ହାତ ରହିଛି। ଏପରି ସ୍ଥିତିରେ ନୟାଗଡ଼ ବିଜେପିକୁ ବୁଢ଼ାଇ ଦେବେ ପତି ପତ୍ନୀ ଔର ୱ .. ବୋଲି ଆଲୋଚନା ଚାଲିଛି।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.