Home ଜିଲ୍ଲା ପରିକ୍ରମା ବିଭିନ୍ନ ଦାବି ନେଇ ପାଚିକା ସହାୟିକାଙ୍କ ଧାରଣା

ବିଭିନ୍ନ ଦାବି ନେଇ ପାଚିକା ସହାୟିକାଙ୍କ ଧାରଣା

123

ନୟାଗଡ଼, ୧୬ା୬(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ସିଆଇଟିୟୁ ପରିଚାଳିତ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘର ଜିଲ୍ଲାସ୍ତରୀୟ ବିାକ୍ଷୋଭରେ ଜିଲ୍ଳାର ୮ଟି ବ୍ଳକରୁ ଆସିଥିବା ପାଚିକାମାନଙ୍କର ବିଭିନ୍ନ ଦାବିକୂ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି। ବିଭିନ୍ନ ଦାବି ଭିତରେ ସରକାରଙ୍କ ଘୋଷଣା ମୁତାବକ ତୁରନ୍ତ ମାସିକ ଭତ୍ତା ୨ହଜାର ଟଙ୍କା ପ୍ରଦାନ ସହ ସର୍ବନିମ୍ନ ୧୮ହଜାର ଟଙ୍କା ପ୍ରଦାନ, ବକେୟା ଥିବା ୨୮ ମାସର ଭତ୍ତା ପ୍ରଦାନ, ଅଷ୍ଟମ ଶ୍ରେଣୀ ବନ୍ଦ ହେତୁ ପାଚିକାମାନଙ୍କୁ ନିକଟସ୍ଥ ବିଦ୍ୟାଳୟରେ ଥଇଥାନ, ଛଟେଇ ପାଚିକାମାନଙ୍କ ନିଯୁକ୍ତିକୁ ଅନୁମୋଦନ, ପାଚିକାମାନଙ୍କୁ ୧୨ ମାସର ଭତ୍ତା ପ୍ରଦାନ, ବର୍ଷରେ ୨ଖଣ୍ଡ ସୂତା ଶାଢୀ ପ୍ରଦାନ, ଅବସରପ୍ରାପ୍ତ ସହାୟିକାଙ୍କୁ ଅବସରକାଳୀନ ଭତ୍ତା ଓ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ, ପାଚିକାଙ୍କୁ ପ୍ରୋଭିଡେଂଟ ଫଣ୍ଡ, ଇଏସଆି ଅନ୍ତର୍ଭୁକ୍ତ କରାଯିବା, ପାଚିକାଙ୍କ ନିରାପତ୍ତା ଓ ସ୍ଥାୟୀତ୍ୱ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ପ୍ରଦାନ ଓ ରୋଷେଇରେ ଗ୍ୟାସ ଯୋଗାଇଦେବା ଆଦି ରହିଛି। ସିଆଇଟିୟୁର ଜିଲ୍ଲା ସଭାପତି ବିଶ୍ୱନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଶ୍ରମିକ ନେତା ଶରତ ଚନ୍ଦ୍ର ବେହେରା, ଗଙ୍ଗାଧର ପଣ୍ଡା, ଗୋଲକବିହାରୀ ମୁଦୁଲି, ଏସ ଏ କରିମ୍, ଜୟନ୍ତୀ ଦାଶ, ପବିତ୍ର ଇନ୍ଦ୍ରଜିତ୍, ସରୋଜ ନାୟକ, ଆଲୋକ ପ୍ରଧାନ, ଜ୍ୟୋତିପ୍ରଭା ଜେନା, ଚାପଧାରୀ ରାଉତ ପ୍ରମୁଖ ଉଦବୋଧନ ଦେଇଥିଲେ। ଏହି ପରିପ୍ରେକ୍ଷିରେ ଏକ ବିଶାଳ ଶୋଭାଯାତ୍ରା ସିନ୍ଦୁରିଆ ଠାରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚି ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.