Home Top News ଭୁବନେଶ୍ୱର କୁମାରଙ୍କର ପ୍ରଥମ ଶିକାର ହେଲେ ଜସ୍‌ ବଟଲର୍‌

ଭୁବନେଶ୍ୱର କୁମାରଙ୍କର ପ୍ରଥମ ଶିକାର ହେଲେ ଜସ୍‌ ବଟଲର୍‌

50

ନୂଆ ଦିଲ୍ଲୀ ୧୮ ମାର୍ଚ୍ଚ (ଓଡ଼ିଆ ପୁଅ) ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟି -୨୦ ମ୍ୟାଚ୍ ଖେଳାଯାଉଛି। ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୨ ରେ ପଛୁଆ ଅଛି। ସିରିଜରେ ରହିବାକୁ ହେଲେ କୌଣସି ପରିସ୍ଥିତିରେ ଏହି ମ୍ୟାଚ୍‌ଜିତିବା ଆବଶ୍ୟକ। ଅନ୍ୟପକ୍ଷରେ ଇଂଲଣ୍ଡ ମ୍ୟାଚ ଜିତି ସିରିଜ ନିଜ ନାମରେ କରିବାକୁ ଚାହୁଁଛି।ଭାରତ ୮ ୱିକେଟ ହରାଇ ୧୮୫ ରନ୍‌ ସଂଗ୍ରହ କରିଛି। ତେବେ ଇଲଣ୍ଡକୁ ୧୮୬ର ବିଜୟ ଲକ୍ଷ ଦେଇଛି।ଜେସନ୍ ରୟ ଏବଂ ଜୋସ୍ ବଟଲର୍ ଖେଳୁଛନ୍ତି। ଭୁବନେଶ୍ୱର କୁମାର ପ୍ରଥମ ବୋଲିଂ ରେ ମେଡେନ୍ ନେଇଛନ୍ତି। ଜେସନ୍ ରୟ ପ୍ରଥମ ୬ଟି ବଲ୍‌ରେ ଖାତାଖୋଲିନଥିଲେ।

ତେବେ ଭୁବନେଶ୍ୱର କୁମାରଙ୍କର ପ୍ରଥମ ଶିକାର ହୋଇଛନ୍ତି ଜସ୍‌ ବଟଲର୍‌। ସେ କେବଳ ୯ ରନ୍‌ କରି ଭୁବନେଶ୍ୱରଙ୍କର ବଲ୍‌ର ଶିକାର ହୋଇଥିଲେ ଏବଂ ତାଙ୍କର କ୍ୟାଚ୍‌ ଲୋକେଶ୍ ରାହୁଲ୍ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.