Home ଅପରାଧ ଭଦ୍ରକ: ଅନୁଭବଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କଲା ମହିଳା ମୋର୍ଚ୍ଚା

ଭଦ୍ରକ: ଅନୁଭବଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କଲା ମହିଳା ମୋର୍ଚ୍ଚା

91

ଭୁବନେଶ୍ୱର: ଅଭିନେତା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେପି ମହିଳା ମୋର୍ଚ୍ଚା। ତଦନୁଯାୟୀ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟର ମା’ ଓ ଭଉଣୀଙ୍କୁ ସୁରକ୍ଷା ଯୋଗାଇ ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଏବେ ନିଜ ଦଳର ସାଂସଦ ଅନୁଭବ ମହାନ୍ତିଙ୍କ ଘଟଣାଟି ରାଜ୍ୟ ସରକାରଙ୍କ ମହିଳା ବିରୋଧି ଆଭିମୁଖ୍ୟକୁ ସ୍ପଷ୍ଟ କରିଛି। ଶାସକ ବିଜେଡି ମୁଖିଆଙ୍କ ନିଜ ପରିବାର ସଦସ୍ୟଙ୍କ ଘରେ ଏଭଳି ମହିଳା ଅତ୍ୟାଚାର ଓ ହିଂସା ଘଟଣା ଘଟିବା ରାଜ୍ୟରେ ମହିଳା ସୁରକ୍ଷା ଦିଗକୁ ଦର୍ଶାଉଛି। ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ନୀରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଲଜ୍ଜାଜନକ ଏବଂ ତାଙ୍କର ‘ମା’କୁ ସମ୍ମାନ’ର ସ୍ଲୋଗାନ ଏକ ଖୋଲା ଉପହାସ ବୋଲି ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

ଘରୋଇ ଏବଂ ମହିଳା ହିଂସା ଅଭିଯୋଗ କାରଣରୁ ନୈତିକତା ଓ ମାନବିକତା ଦୃଷ୍ଟିରୁ ପଦମର୍ଯ୍ୟାଦା ହରାଇଥିବା ସାଂସଦ ଅନୁଭବ ମହାନ୍ତି ତୁରନ୍ତ ନିଜ ସାମ୍ବିଧାନିକ ପଦରୁ ଇସ୍ତଫା ଦିଅନ୍ତୁ। ନିଜ ଦଳର ଜଣେ ମହିଳା ବିରୋଧୀ ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କ ଦଳରୁ ବହିଷ୍କାର କରନ୍ତୁ ବୋଲି ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି। ଏହାକୁ ନେଇ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ ତଥା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ହରପ୍ରିୟା ସାହୁ, ପଦ୍ମିନୀ ଦ୍ବିବେଦୀ, ଉଷା ପାଢ଼ୀ, ବିଷ୍ଣୁପ୍ରିୟା ଜେନା, ମିନତୀ ପାତ୍ର, ଯମୁନା ମହାଳିକ, ସୁକାନ୍ତି ଦାସ, ଉର୍ମିଳା ସେଠୀ, ନବନିତା ନାୟକ, ସୌମ୍ୟଶ୍ରୀ ଜେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। @DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.