Home ଓଡ଼ିଶା ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଟିମ୍ ଘୋଷିତ ..

ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଟିମ୍ ଘୋଷିତ ..

58

ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ କୁମାର ପାଢ଼ୀ ଏବଂ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ ତାଙ୍କ ଜିଲ୍ଲା ଟିମ୍ ଘୋଷଣା କରିଛନ୍ତି। ଜିଲ୍ଲା ଉପସଭାନେତ୍ରୀ ଭାବେ ଭାରତୀ ବିଶ୍ୱାଳ, ଉଷା ପାଢ଼ୀ, ଉମାମଣି ସାହୁ, ଶକୁନ୍ତଳା ସାମଲ, ସାଧାରଣ ସମ୍ପାଦିକା ଭାବରେ ନିବେଦିତା ନାୟକ ଏବଂ ଲିପିକା ବାରିକ, ସମ୍ପାଦିକା ଭାବରେ ଝରଣା ଜେନା, ବିଷ୍ଣୁପ୍ରିୟା ଲେଙ୍କା, ନବନୀତା ନାୟକ, ଚୈତାଳି ଖିଲାର ଏବଂ ସ୍ୱାଗତିକା ସାହୁ, କାର୍ଯ୍ୟାଳୟ ସମ୍ପାଦକ ଭାବେ ସ୍ମୃତିରେଖା ରାଉତ, କୋଷାଧ୍ୟକ୍ଷ ଭାବେ ବିଷ୍ଣୁପ୍ରିୟା ଜେନା ଏବଂ ଆଇଟି ସେଲ୍ ପ୍ରମୂଖ ଭାବରେ ସ୍ୱର୍ଣ୍ଣଲତା ମିଶ୍ର ଦାୟିତ୍ୱ ପାଇଛନ୍ତି। ଏହା ସହ ୨୧ ଜଣ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ଏବଂ ୩୨ଟି ମଣ୍ଡଳ ସଭାନେତ୍ରୀଙ୍କ ନାମ ଘୋଷଣା କରାଯାଇଛି। ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁ ନବ ନିର୍ବାଚିତ ସମସ୍ତ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟା ମାନଙ୍କୁ ଶୁଭେଚ୍ଛା, ଶୁଭକାମନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.