ଭୁବନେଶ୍ୱର/ଭଦ୍ରକ: ୩୦ ତାରିଖ, ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ୍ କି ବାତ୍”ର ୮୫ ତମ ସଂସ୍କରଣରେ ଦେଶର ୧୧ଟି ସ୍ଥାନ କାର୍ଯ୍ୟକ୍ରମ ସହିତ ସିଧାସଳଖ ଯୋଡ଼ି ହୋଇଥିଲା। ଏଥିରେ ଓଡ଼ିଶାରୁ ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ମଧ୍ୟ ସାମିଲ୍ ଥିଲା। ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ସଂଯୋଜନାରେ ଏଥି ଉପଲକ୍ଷେ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ଲିପିକା ବାରିକଙ୍କ ସମେତ ପ୍ରେମଲତା କର, ସ୍ୱାଗତିକା ସାହୁ, ନଗର ସଭାନେତ୍ରୀ ପଦ୍ମିନୀ ଦ୍ବିବେଦୀ, ସରସ୍ୱତୀ ମହାରଣା ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ’ଙ୍କ “ମନ୍ କି ବାତ୍”ର ୮୫ ତମ ସଂସ୍କରଣରେ ସିଧାସଳଖ ଯୋଡ଼ି ହେବାର ସୌଭାଗ୍ୟ ପ୍ରାପ୍ତ କରିଥିବାରୁ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ କୃତଜ୍ଞତା ଜ୍ଞାପନ କରୁଛୁ ବୋଲି ସଭାନେତ୍ରୀ ହରପ୍ରିୟା ସାହୁ କହିଛନ୍ତି।
The people of Assam have shown great spirit and worked towards protecting the one-horned rhino, who is the pride of the state. #MannKiBaat pic.twitter.com/bXONn3tA6F
— Narendra Modi (@narendramodi) January 30, 2022
-/Dr