Home ଅପରାଧ କାର୍ଯ୍ୟକାରିଣୀରେ ଉଠିଲା ବେଆଇନ୍ ଗୋଚାଲାଣ ଓ ଧଳାଜହର କାରବାର ପ୍ରସଙ୍ଗ ..

କାର୍ଯ୍ୟକାରିଣୀରେ ଉଠିଲା ବେଆଇନ୍ ଗୋଚାଲାଣ ଓ ଧଳାଜହର କାରବାର ପ୍ରସଙ୍ଗ ..

59

ଭୁବନେଶ୍ୱର/ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଉଠାଇ ଆସୁଥିବା ଦୁଇଟି ପ୍ରସଙ୍ଗ, ଜିଲ୍ଲାରେ ବେଆଇନ ଗୋଚାଲାଣ ଏବଂ ଧଳାଜହର (ଡ୍ରଗ୍ସ) କାରୋବାର ବୃଦ୍ଧି ପ୍ରସଙ୍ଗ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଉତ୍ଥାପିତ ହୋଇଛି। ମଙ୍ଗଳବାର ଦିନ ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁଙ୍କ ଦ୍ୱାରା ଆଗତ ରାଜନୈତିକ ଚିଠା ପ୍ରସ୍ତାବରେ ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା, ଧାମରାରେ ବୃହତ ଶିଳ୍ପ ପ୍ରତିଷ୍ଠା ପାଇଁ ଗୁରୁତ୍ୱ ଦେବା ସହ କୁଆଁସ ନିକଟରେ ଅର୍ଜୁନ ସେତୁକୁ ତରବରିଆ ଭାବେ ଭାଙ୍ଗି ନିର୍ମାଣରେ ବିଳମ୍ବ, ନିର୍ବାଚିତ ଜନପ୍ରତିନିଧିଙ୍କୁ ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଓ ଅସହଯୋଗକୁ ନିନ୍ଦା ଏବଂ ଭଦ୍ରକରେ ଧଳା ଜହର କାରବାର, ଗୋଚାଲାଣ ରୋକିବାରେ ବିଫଳତାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ଅନ୍ୟତମ ଉପସଭାପତି ଦୁର୍ଗା ଚରଣ ନାୟକ ଏହି ଚିଠା ପ୍ରସ୍ତାବକୁ ସମର୍ଥନ କରିବା ପରେ ତାହା କାର୍ଯ୍ୟକାରିଣୀରେ ପାରିତ ହୋଇଛି।ଏହି କାର୍ଯ୍ୟକାରିଣୀ ବୈଠକରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ସମ୍ପାଦକ ତଥା ଭଦ୍ରକ ଜିଲ୍ଲା ପ୍ରଭାରୀ କାଳନ୍ଦୀ ସାମଲ, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡା: ପ୍ରଦୀପ କୁମାର ନାୟକ, ବଦ୍ରିନାରାୟଣ ଧଳ, ମାଧବାନନ୍ଦ ମଲ୍ଲିକ ପ୍ରମୂଖ ଉପସ୍ଥିତ ଥିଲେ। ଧଳା ଜହର କାରବାର ଏବଂ ବେଆଇନ ଗୋଚାଲାଣ ପ୍ରସଙ୍ଗରେ ଜିଲ୍ଲା କାର୍ଯ୍ୟକାରିଣୀରେ ଚିଠା ପ୍ରସ୍ତାବ ଆଗତ ହୋଇଥିବାରୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ ଜିଲ୍ଲା ନେତୃତ୍ୱଙ୍କ ନିକଟରେ କୃତଜ୍ଞତା ପ୍ରକଟ କରିଛନ୍ତି। ସୂଚନାଯୋଗ୍ୟ ଯେ ଜିଲ୍ଲା ସଭାନେତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ହରପ୍ରିୟାଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚା ଧଳା ଜହର କାରବାର, ବେଆଇନ୍ ଗୋଚାଲାଣ ଏବଂ ମହିଳା ସୁରକ୍ଷା ଦିଗରେ କ୍ରମାଗତ ଆନ୍ଦୋଳନ କରିଆସୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.