Home ଓଡ଼ିଶା କୋଚିଂ ଷ୍ଟାଫ ପାଇଁ BCCI କୁ ମିଳିଲା ୨୦୦୦ ରୁ ଅଧିକ ଆବେଦନ – କୌଣସି...

କୋଚିଂ ଷ୍ଟାଫ ପାଇଁ BCCI କୁ ମିଳିଲା ୨୦୦୦ ରୁ ଅଧିକ ଆବେଦନ – କୌଣସି ହାଇ ପ୍ରୋଫାଇଲ ନାମ ନାହିଁ, ତେବେ କ’ଣ ରବି ଶାସ୍ତ୍ରୀ ପୁଣି …

258

ନୂଆ ଦିଲ୍ଲୀ ୨-୮ (ଓଡ଼ିଆ ପୁଅ) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ କୋଚ ପାଇଁ ୨୦୦୦ ରୁ ଅଧିକ ଆବେଦନ ଆସିଛି। ଅବଶ୍ୟ ଏଥିରେ ଅନ୍ତରାଷ୍ଟ୍ରୀୟ ସ୍ତରର କୌଣସି ବଡ଼ ନାମ ସାମିଲ ନାହିଁ। ତେଣୁ ଏହା ଫଳରେ ରବି ଶାସ୍ତ୍ରୀଙ୍କର ପକ୍ଷକୁ ମଜଭୁତ କରୁଛି।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଟିମ ଇଣ୍ଡିଆର କୋଚ ପଦ ପାଇଁ ବିଜ୍ଞାପନ ଜାରୀ କରିଥିଲେ ତା’ ପରେ ଅନେକ ଆବେଦନ କରିଛନ୍ତି। ଖବର କାଗଜ ମୁମ୍ବାଇ ମିରର ମୁତାବକ ଏଥିରେ ଏମିତି କୌଣସି ବଡ଼ ଅନ୍ତରାଷ୍ଟ୍ରୀୟ ନାମ ସାମିଲ ନାହିଁ ଯିଏ କି ରବି ଶାସ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରିପାରିବେ।

ପୂର୍ବ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଟମ ମୁଡି ମଧ୍ୟ ଟିମ ଇଣ୍ଡିଆର ମୁଖ୍ୟ କୋଚ ହେବା ପାଇଁ ଆବେଦନ କରିଛନ୍ତି। ତା’ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡର ଅନ୍ତରାଷ୍ଟ୍ରୀୟ କ୍ରିକେଟ ଟିମର ପୂର୍ବତନ କୋଚ ଏବଂ ବର୍ତ୍ତମାନ ଇଣ୍ଡିଆନ୍ ପ୍ରୀମିୟର ଲୀଗରେ କିଂଗ୍ସ ଇଲେଭେନ ପଂଜାବ ସହିତ ଥିବା ମାଇକ ହେସନ ମଧ୍ୟ ଦାବିଦାରଙ୍କର ସୂଚୀରେ ସାମିଲ ଅଛନ୍ତି। ଭାରତୀୟ କ୍ରିକେଟିୟରଙ୍କ ମଧ୍ୟରୁ ରବିନ ସିଂହ ଏବଂ ଲାଲଚନ୍ଦ ରାଜପୂତ ମଧ୍ୟ କୋଚ ବନିବାର ଇଚ୍ଛା ପ୍ରକାଶ କରିଛନ୍ତି। କିନ୍ତୁ ଜଣାପଡ଼ିଛି କି ମୁଖ୍ୟ କୋଚ ପାଇଁ କୌଣସି ବଡ଼ ଅନ୍ତରାଷ୍ଟ୍ରୀୟ ଖେଳାଳି ଆଗକୁ ଆସିନାହାଁନ୍ତି।

ପୂର୍ବରୁ ଶ୍ରୀଲଙ୍କାର ଖ୍ୟାତନାମା ବ୍ୟାଟ୍ସମ୍ୟାନ୍ ମହେଲା ଜୟବର୍ଦ୍ଧନେ ଭାରତୀୟ ଟିମର ମୁଖ୍ୟ କୋଚ ହେବା ପାଇଁ ଆବେଦନ କରିଥିଲେ କିନ୍ତୁ ତାଜା ସୂଚନା ଅନୁସାରେ ସେ ମଧ୍ୟ ନିଜର ରେଜ୍ୟୁମ୍ ପଠାଇ ନାହାଁନ୍ତି। ମିରର ଅନୁସାରେ ଅନେକ ଅନ୍ତରାଷ୍ଟ୍ରୀୟ କ୍ରିକେଟିୟର ନିଜର ଏଜେଣ୍ଟଙ୍କ ଜରିଆରେ ଆବେଦନ ପଠାଇଛନ୍ତି ଏବଂ ବିସିସିଆଇ ମହତ୍ଵପୂର୍ଣ୍ଣ ନାମକୁ ସର୍ଟଲିଷ୍ଟ କରିବାକୁ ବର୍ତ୍ତମାନ ସମୟ ନେଇପାରେ। ଆପଣଙ୍କୁ କୁହାଯାଇପାରେଯେ, ସାଉଥ ଆଫ୍ରିକାର ଖ୍ୟାତନାମା ଜଣ୍ଟି ରୋଡ୍ସ ଭାରତୀୟ ଟିମର ଫିଲ୍ଡିଂଗ କୋଚ ପଦ ପାଇଁ ଆବେଦନ କରିଛନ୍ତି।

ବିସିସିଆଇ ମୁଖ୍ୟ କୋଚ, ଫିଲ୍ଡିଂଗ କୋଚ, ବ୍ୟାଟିଙ୍ଗ କୋଚ, ବୋଲିଂଗ କୋଚ, ଫିଜିୟୋଥେରାପିଷ୍ଟ, ଷ୍ଟ୍ରେଙ୍ଗ୍ଥ ଏବଂ କଣ୍ଡିସନିଙ୍ଗ କୋଚଙ୍କ ବ୍ୟତୀତ ଆଡମିନିଷ୍ଟ୍ରେଟିଭ ମ୍ୟାନେଜର ପଦ ପାଇଁ ଆବେଦନ ମଗାଯାଇଛି। ଟିମର ବର୍ତ୍ତମାନର କୋଚିଂ ଷ୍ଟାଫ କୁ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଅଟୋମେଟିକ୍ ଏଣ୍ଟ୍ରି ମିଳିଛି। ସମସ୍ତ ପଦ ପାଇଁ ଆବେଦନ କରିବାର ଅନ୍ତିମ ତାରିଖ ମଙ୍ଗଳବାର, ୩୦ ଜୁଲାଇ ଥିଲା।

ବିସିସିଆଇ କପିଲ ଦେବଙ୍କର ଅଧ୍ୟକ୍ଷତାରେ କ୍ରିକେଟ ଆଡଭାଇଜରୀ କମିଟୀ ହିଁ ମୁଖ୍ୟ କୋଚ ଚୟନ କରିବାର ଅଧିକାର ଅଛି। ଅଂଶୁମାନ ଗାୟକୱାଡ଼ ଏବଂ ଶାନ୍ତା ରଙ୍ଗାସ୍ଵାମୀ ଏହି ପ୍ୟାନେଲର ଅନ୍ୟ ସଦସ୍ୟ ଅଟନ୍ତି। ଟିମ ଇଣ୍ଡିଆର ମୁଖ୍ୟ କୋଚ ପାଇଁ ଇଣ୍ଟରଭ୍ୟୁ ୧୪ ଏବଂ ୧୫ ଅଗଷ୍ଟରେ ହୋଇପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.