Home ଓଡ଼ିଶା ଚଳଚଞ୍ଚଳ ବାରିପଦା ବିଜେପି ମହିଳା ମୋର୍ଚ୍ଚା ..

ଚଳଚଞ୍ଚଳ ବାରିପଦା ବିଜେପି ମହିଳା ମୋର୍ଚ୍ଚା ..

135

ଭୁବନେଶ୍ୱର/ବାରିପଦା: ବିଜେପି ମହିଳା ମୋର୍ଚ୍ଚା ୩୬ଟି ସାଙ୍ଗଠନିକ ଜିଲ୍ଲା ପାଇଁ ପ୍ରଭାରୀ ଘୋଷଣା କରିବା ପରେ ଚଳଚଞ୍ଚଳ ହୋଇଯାଇଛି ବାରିପଦା ଜିଲ୍ଲା ମହିଳା ମୋର୍ଚ୍ଚା। ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସ ବାରିପଦା ସାଙ୍ଗଠନିକ ଜିଲ୍ଲା ମହିଳା ମୋର୍ଚ୍ଚା ପ୍ରଭାରୀ ନିଯୁକ୍ତ ହେବା ପରେ ରଶ୍ମିରେଖା ତୁରନ୍ତ ବାରିପଦା ଗସ୍ତରେ ଯାଇଛନ୍ତି। ସେଠାରେ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ରଶ୍ମିରେଖା ଦାସଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ପୂର୍ବରୁ ସକ୍ରିୟ ରହି ଆସିଥିବା ବାରିପଦା ମହିଳା ମୋର୍ଚ୍ଚା ରଶ୍ମିରେଖା ଦାସଙ୍କୁ ପ୍ରଭାରୀ ଭାବରେ ପାଇ ଅଧିକ ଚଳଚଞ୍ଚଳ ହୋଇଯାଇଛି। ବାରିପଦା ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସରୋଜିନୀ କିସ୍କୁଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ନେତ୍ରୀମାନଙ୍କ ସହ ନବ ନିଯୁକ୍ତ ପ୍ରଭାରୀ ରଶ୍ମିରେଖା ଦାସ ଜିଲ୍ଲାରେ ସାଙ୍ଗଠନିକ ବିସ୍ତାର ନେଇ ଆଲୋଚନା କରିବା ସହ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଯାୟୀ ଅମ୍ବିକା ମନ୍ଦିର ନିକଟରେ ଏକ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସାରସକଣା ବିଧାୟକ ଡ. ବୁଢାନ ମୁର୍ମୁ ଏବଂ ଅନ୍ୟାନ୍ୟ ଜିଲ୍ଲା ନେତୃମଣ୍ଡଳୀ ସାମିଲ୍ ରହିଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.