Home ଓଡ଼ିଶା ‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଂଗୀତ ମାନ୍ୟତା

‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଂଗୀତ ମାନ୍ୟତା

297

ଭୁବନେଶ୍ୱର ୭-୬ (ଓଡ଼ିଆ ପୁଅ) : ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡିଶା କ୍ୟାବିନେଟ ବୈଠକରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ପ୍ରଦାନ ପାଇଁ ଏକ ପ୍ରସ୍ତାବ ପାରିତ ହୋଇଛି।

୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ଓଡ଼ିଶାର ପ୍ରାଦେଶିକ ଗାନ (ସଙ୍ଗୀତ) ଭାବରେ ପରିଚିତ ହୋଇଥିଲା। ଗତ ୩୦ ତାରିଖ ଦିନ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ସନ୍ଧ୍ୟା ୫ଟା ୩୦ ସମୟରେ ସମସ୍ତେ ସାମାଜିକ ଦୂରତ୍ଵକୁ ଧ୍ୟାନ ଦେଇ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକଙ୍କର ନିବେଦନରେ ସାରା ଓଡ଼ିଶା ଏବଂ ପ୍ରବାସୀ ଓଡ଼ିଆ ମାନେ ଗାନ କରିଥିଲା ବନ୍ଦେ ଉତ୍କଳ ଜନନୀ।

ଓଡ଼ିଶା ମାଟିର କୃତିତ୍ୱ ତଥା ଯଶ ଗାନ କରୁଥିବା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରଚନା କରିଥିଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.