Home ଓଡ଼ିଶା ଜାତୀୟ କ୍ରୀଡ଼ା ପୁରସ୍କାର-୨୦୧୯ ଘୋଷଣା: ବଜରଙ୍ଗ ପୁନିଆ ଓ ଦୀପା ମଲିକଙ୍କୁ ରାଜୀବ ଗାନ୍ଧୀ ଖେଳ...

ଜାତୀୟ କ୍ରୀଡ଼ା ପୁରସ୍କାର-୨୦୧୯ ଘୋଷଣା: ବଜରଙ୍ଗ ପୁନିଆ ଓ ଦୀପା ମଲିକଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର

237

ନୂଆ ଦିଲ୍ଲୀ ୨୦-୮ (ଓଡ଼ିଆ ପୁଅ) କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତାକୁ ମାନ୍ୟତା ପ୍ରଦାନ କରିବା ଏବଂ କ୍ରୀଡ଼ାବିତ୍ଙ୍କୁ ପୁରସ୍କୃତ କରିବା ଲାଗି ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରତ୍ୟେକ ବର୍ଷ ଦିଆଯାଇଥାଏ। ରାଜୀବ ଗାନ୍ଧୀ କ୍ରୀଡ଼ା ରତ୍ନ ପୁରସ୍କାର ଚାରି ବର୍ଷର ଅବଧି ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ସର୍ବଶ୍ରେଷ୍ଠ ତଥା ଉକ୍ରୃଷ୍ଟ ପ୍ରଦର୍ଶନ କରୁଥିବା କ୍ରୀଡ଼ାବିତଙ୍କୁ ଦିଆଯାଇଥାଏ। ଅର୍ଜୁନ ପୁରସ୍କାର ଲଗାତାର ଚାରି ବର୍ଷ ପର୍ଯ୍ୟନ୍ତ ଉକ୍ରୃଷ୍ଟ ପ୍ରଦର୍ଶନ ଲାଗି ଦିଆଯାଏ। ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରତିଷ୍ଠିତ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ପଦକ ବିଜେତାଙ୍କୁ ପ୍ରଶିକ୍ଷଣ ଦେଉଥିବା କୋଚଙ୍କୁ ଦିଆଯାଇଥାଏ। କ୍ରୀଡ଼ାର ବିକାଶ କ୍ଷେତ୍ରରେ ଜୀବନବ୍ୟାପୀ ଯୋଗଦାନ ଲାଗି ଧ୍ୟାନଚାନ୍ଦ ପୁରସ୍କାର ଦିଆଯାଇଥାଏ। କର୍ପୋରେଟ ସଂସ୍ଥା (ଘରୋଇ ଏବଂ ରାଷ୍ଟ୍ରାୟତ କ୍ଷେତ୍ର) ଏବଂ ସେହି ବ୍ୟକ୍ତିମାନଙ୍କୁ ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ଦିଆଯାଇଥାଏ ଯେଉଁମାନେ କ୍ରୀଡ଼ାର ପ୍ରୋତ୍ସାହନ ଏବଂ ବିକାଶ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ବିଶ୍ୱବିଦ୍ୟାଳୟକୁ ମୌଲାନା ଅବୁଲ କଲାମା ଆଜାଦ ଟ୍ରଫି ପ୍ରଦାନ କରାଯାଇଥିଲା।

ଚଳିତ ବର୍ଷ ପୁରସ୍କାର ଲାଗି ବହୁସଂଖ୍ୟାରେ ନାମାଙ୍କନ ମିଳିଥିଲା। ପୂର୍ବତନ ଅର୍ଜୁନ ପୁରସ୍କାର ବିଜେତା, ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା, କ୍ରୀଡ଼ା ସାମ୍ବାଦିକ/ବିଶେଷଜ୍ଞ/ଭାଷ୍ୟକାର ଓ କ୍ରୀଡ଼ା ପ୍ରଶଂସକମାନଙ୍କୁ ନେଇ ଚୟନ ସମିତି ଏସବୁର ବିଚାର କରିଥିଲେ। କ୍ରୀଡ଼ା ପୁରସ୍କାର ୨୦୧୯ ଲାଗି ଗଠିତ ଚୟନ ସମିତିର ଅଧ୍ୟକ୍ଷ ଥିଲେ ସର୍ବୋଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ନ୍ୟାୟମୂର୍ତି ମୁକୁନ୍ଦକମ ଶର୍ମା।

ଆସନ୍ତା ୨୯ ତାରିଖରେ ରାଷ୍ଟ୍ରପତି ଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ। ରାଜୀବ ଗାନ୍ଧୀ ଖେଳରତ୍ନ ବିଜେତାଙ୍କୁ ୭.୫ ଲକ୍ଷ ଏବଂ ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ଓ ଧ୍ୟାନଚାନ୍ଦ ପୁରସ୍କାର ବିଜେତାଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ସହିତ ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯିବ।

ସମିତିର ସୁପାରିସ ଏବଂ ବ୍ୟାପକ ଯାଂଚ କରିବା ପରେ ସରକାର ନିମ୍ନଲିଖିତ କ୍ରୀଡ଼ାବିତ, କୋଚ, ସଂସ୍ଥା ଏବଂ ବିଶ୍ୱବିଦ୍ୟାଳୟକୁ ପୁରସ୍କାର ଦେବା ଲାଗି ନିଷ୍ପତି ନେଇଛନ୍ତି:-

(A) RAJIV GANDHI KHEL RATNA AWARD

S.No. Name of the Sportsperson Discipline
1. Sh. Bajrang Punia Wrestling
2. Ms. Deepa Malik Para Athletics

(B) DRONACHARYA AWARD

Regular Category
S.No. Name of the Coach Discipline
1. Sh. Vimal Kumar Badminton
2. Sh. Sandeep Gupta Table tennis
3. Sh. Mohinder Singh Dhillon Athletics

Life-Time Category
S.No. Name of the Coach Discipline
1. Sh. Merzban Patel Hockey
2. Sh. Rambir Singh Khokhar Kabaddi
3. Sh. Sanjay Bhardwaj Cricket

(C) ARJUNA AWARD

S.No. Name of the Sportsperson Discipline
1. Sh. Tajinderpal Singh Toor Athletics
2. Mohammed Anas Yahiya Athletics
3. Sh. S. Bhaskaran Body Building
4. Ms. Sonia Lather Boxing
5. Sh. Ravindra Jadeja Cricket
6. Sh. Chinglensana Singh Kangujam Hockey
7. Sh. Ajay Thakur Kabaddi
8. Sh. Gaurav Singh Gill Motor Sports
9. Sh. Pramod Bhagat Para Sports (Badminton)
10. Ms. Anjum Moudgil Shooting
11. Sh. Harmeet Rajul Desai Table Tennis
12. Ms. Pooja Dhanda Wrestling
13. Sh. Fouaad Mirza Equestrian
14. Sh. Gurpreet Singh Sandhu Football
15. Ms. Poonam Yadav Cricket
16. Ms. Swapna Barman Athletics
17. Sh. Sundar Singh Gurjar Para Sports  (Athletics)
18. Sh. Bhamidipati Sai Praneeth Badminton
19. Sh. Simran Singh Shergill Polo

(D) DHYANCHAND AWARD

S.No. Name Discipline
1.   Sh. Manuel Fredricks Hockey
2.   Sh. Arup Basak Table Tennis
3.   Sh. Manoj Kumar Wrestling
4.   Sh. NittenKirrtane Tennis
5.   Sh. C. Lalremsanga Archery

(E) RASHTRIYA KHEL PROTSAHAN PURUSKAR

S. No. Category Entity recommended for Rashtriya Khel Protsahan Puruskar, 2019
1. Identification and Nurturing of Budding and Young Talent’ (i) Gagan Narang Sports Promotion Foundation
(ii) GoSports Foundation
2. Encouragement to sports through Corporate Social Responsibility —
3. ‘Employment to sportspersons and other welfare measures’ —
4. Sports for Development
Rayalaseema Development Trust

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.