Home Top News ମଇ ୫ ରୁ ୧୨ ବଜରଙ୍ଗ ଦଳ ପ୍ରାନ୍ତ ଶୌର୍ଯ୍ୟ ପ୍ରଶିକ୍ଷଣ ବର୍ଗ

ମଇ ୫ ରୁ ୧୨ ବଜରଙ୍ଗ ଦଳ ପ୍ରାନ୍ତ ଶୌର୍ଯ୍ୟ ପ୍ରଶିକ୍ଷଣ ବର୍ଗ

63

ଭୁବନେଶ୍ୱର/କଟକ: ଆସନ୍ତା ମାସ ମଇ ୫ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ କଟକ, ଜଗତପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବଜରଙ୍ଗ ଦଳ ପୂର୍ବ ପ୍ରାନ୍ତ ଶୌର୍ଯ୍ୟ ପ୍ରଶିକ୍ଷଣ ବର୍ଗ ଆୟୋଜିତ ହେବ। ସୂଚନାଯୋଗ୍ୟ ଯେ ସଙ୍ଗଠନର ଯୁବା କାର୍ଯ୍ୟକର୍ତ୍ତା ମାନଙ୍କ ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ନିମନ୍ତେ ପ୍ରତ୍ୟେକ ବର୍ଷ ବଜରଙ୍ଗ ଦଳ ପକ୍ଷରୁ ଏପରି ପ୍ରଶିକ୍ଷଣ ବର୍ଗ ଆୟୋଜିତ ହୋଇଥାଏ। ତେବେ, ପ୍ରଶିକ୍ଷଣ ବର୍ଗରେ ଯୋଗ ଦେବାକୁ ଥିବା ଆପେକ୍ଷିତ ବଜରଙ୍ଗୀ ଭାଇ ମାନଙ୍କୁ ପୂର୍ଣ୍ଣ ଗଣବେଶ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ନିର୍ଦ୍ଧାରିତ ସମୟରେ ଶିବିର ସ୍ଥଳରେ ଉପସ୍ଥିତ ରହିବାକୁ ବଜରଙ୍ଗ ଦଳ ପୂର୍ବ ପ୍ରାନ୍ତ ସଂଯୋଜକ ଅମ୍ବିକା ଦାସ ସୂଚନା ଦେଇଛନ୍ତି।
-/Dev@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.