Odiapua.com

ବୈଜୟନ୍ତଙ୍କ ପାଖରେ ନିଜର ବିକଳ୍ପ ଦେଖି ପାରୁଛନ୍ତି କି’ ନବୀନ?

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଓଡ଼ିଶାର ଅଦୂତୀୟ ନେତା, ଏକଥା ବିଜେଡି କହି ଆସୁଛି।ଏବେ କିନ୍ତୁ ବୋଧେ କଥା ଆଉ ସେମିତି ନାହିଁ।ନବୀନ ଯେ ପ୍ରଥମ, କିନ୍ତୁ ଦୂତୀୟ ସ୍ଥାନ ତ’ ପୁଣି କେହି ନେବ?ରାଜ୍ୟର ନେତୃତ୍ୱ ନେବା ପାଇଁ ନବୀନଙ୍କର ପୁଣି କେହି ତ’ ଜଣେ ବିକଳ୍ପ ବାହାରିବ।ସେ ଆଉ ବୈଜୟନ୍ତ ନୁହଁ ତ’?

ରାଜ୍ୟ ବିଜେପି ନବୀନଙ୍କ ବାବଦରେ ଯେତେ ଚିତ୍କାର କରୁ ମୋଦୀ କିନ୍ତୁ ନବୀନଙ୍କୁ କେବେ ସେପରି ଆକ୍ଷେପ କରୁନଥିଲେ।କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ଅନେକ୍ ସମୟରେ ଓଡ଼ିଶା ଆସି ନବୀନଙ୍କୁ ପ୍ରଶଂସା କରି ଯାଇଛନ୍ତି।ମେଣ୍ଟ ଭାଙ୍ଗିବା ପରେ ତ’ ବିଜେପି ପ୍ରଭାରୀ ଚନ୍ଦନ ମିତ୍ରଙ୍କୁ କେନ୍ଦ୍ର ବିଜେପି ନବୀନଙ୍କ ପାଖକୁ ଦୂତ ଭାବରେ ଦୁଇ ଦୁଇ ଥର ପଠାଇଥିଲା।ପରେ ମୋଦୀ ସରକାର ଆସିବା ପୂର୍ବରୁ ଏବଂ ପରେ ମଧ୍ୟ ନବୀନଙ୍କ ସହ ମେଣ୍ଟ ପାଇଁ ଆଗ୍ରହୀ ଥିବା ଜଣାପଡୁଥିଲା।ବୋଧେ ରାଜ୍ୟ ବିଜେପିର ମଙ୍ଗୁଆଳ ମାନଙ୍କୁ କେନ୍ଦ୍ର ବିଜେପି କିମ୍ବା ମୋଦୀ ଭରଷାକୁ ନେଉନଥିଲେ।

ଏବେ କିନ୍ତୁ ମୋଦୀ ଧୀରେ ଧୀରେ ଟାର୍ଗେଟ କରୁଛନ୍ତି।ନବୀନଙ୍କର ବଡ଼ ବଡ଼ ଶତୃ ବୈଜୟନ୍ତ ପଣ୍ଡା, ଐର ଖାରବେଳ ସ୍ୱାଇଁ, ବିଜୟ ମହାପାତ୍ର, ଏପରିକି ପ୍ରକାଶ ମିଶ୍ର ଏବେ ସବୁ ଏକାଠି, ଏବଂ ସମସ୍ତେ ବିଜେପିରେ।ନବୀନ ମଧ୍ୟ ଏମାନଙ୍କୁ ସବୁ ନେଇ ଏବେ ଟେନ୍ସନ।ତେବେ ନବୀନ ବୋଧେ ସବୁଠାରୁ ଅଧିକ ଟେନ୍ସନ ବୈଜୟନ୍ତଙ୍କୁ ନେଇ।ନିଜେ ନବୀନ ହିଁ ସେହିପରି କହିଛନ୍ତି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅହରହ ନବୀନଙ୍କ ବିରୋଧରେ ଚିତ୍କାର କରୁଥିବା ବେଳେ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବି କେତେବେଳେ କେମିତି ନବୀନଙ୍କୁ ଟାର୍ଗେଟ କରୁଥିବା ବେଳେ ନବୀନ କିନ୍ତୁ କେବେ ଏମାନଙ୍କ ଉତ୍ତର ଦେବା ତ’ ଦୂରର କଥା ଏମାନଙ୍କ ନାଁ’ ବି ପାଟିରେ ଧରି ନାହାଁନ୍ତି।କିନ୍ତୁ ନାଁ’ ନେଇଛନ୍ତି ବୈଜୟନ୍ତଙ୍କର।ବୈଜୟନ୍ତ ବିଜେଡି ଛାଡ଼ିବା ବେଳେ ଏବଂ ଏବେ ପୁଣି ବିଜେପିରେ ଯୋଗଦେବା ପରେ ବୈଜୟନ୍ତଙ୍କ ନାଁ’ ନେଇଛନ୍ତି ନବୀନ।ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ ବୈଜୟନ୍ତଙ୍କ ନାଁ’ ନେଇଛନ୍ତି ନବୀନ।ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ନେଇ ଗୁଜବ ସୃଷ୍ଟି କରିବାରେ ବୈଜୟନ୍ତଙ୍କ ହାତ ରହିଛି କହିବା ସହ ଏପରି କରିବା ପଛରେ ତାଙ୍କର ରାଜନୈତିକ ମହତ୍ୱକାଂକ୍ଷା ଥାଇପାରେ ବୋଲି କହିଥିଲେ ନବୀନ।ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା କଥା ନେଇ ପୂରା ବିଜେପିରେ ଆଲୋଚନା, ବିରୋଧୀ ଦଳରେ ଆଲୋଚନା, ନିଜ ଦଳରେ ବି ଆଲୋଚନା ,ସାଧାରଣ ଜନତାରେ ମଧ୍ୟ ଆଲୋଚନା।ଏଠି ବୈଜୟନ୍ତ କଲେ କ’ଣ?ଏବେ ମୋଦି କୋରାପୁଟ ଆସିବା ସମୟରେ ଏବଂ ଏବେ ଭୁବନେଶ୍ୱରରେ ମଧ୍ୟ ପରୋକ୍ଷରେ କଟାକ୍ଷ କରି (୧୦ ପାହୁଣ୍ଡ ଚାଲିବାକୁ ୧୦ ମିନିଟ ଲାଗୁଛି) ସେହିପରି କିଛି କହିଥିଲେ।

ମୋଦିଙ୍କୁ ଜବାବ କି ! ନବୀନ ପଟ୍ଟନାୟକଙ୍କ ଫିଟନେସ ଭିଡିଓ ?

ବୈଜୟନ୍ତ ବିଜେପିକୁ ଆସିବା କଥା ଆଲୋଚନା ହେଉଥିଲେ ମଧ୍ୟ ବହୁ ବିଳମ୍ବ ହେଲା।ଶତୃର ଶତୃ ମିତ୍ର ହିସାବରେ ବୈଜୟନ୍ତ କେବେଠୁ ବିଜେପିକୁ ଆସିଯିବାର ଥିଲା।କିନ୍ତୁ କାହିଁକି ବିଳମ୍ବ ହେଲା?ସେ ଯାହା ହେଉ, ବିଜେପିକୁ ଆସୁ ଆସୁ ଜାତୀୟ ଉପ ସଭାପତି ଏବଂ ପ୍ରବକ୍ତା।ଏଣେ କେନ୍ଦ୍ରାପଡ଼ାରୁ ପାର୍ଥି ହୋଇ ନବୀନଙ୍କୁ ଟେନ୍ସନ ଦେଇଥିବା ବେଳେ ତେଣେ ରାଜ୍ୟ ସାରା ବୁଲି ମଧ୍ୟ ଟେନ୍ସନ ଦେଉଛନ୍ତି।ନବୀନ ଏଡ଼ାଇ ଦେଇଥିବା କେହି ଜଣେ ନେତୃତ୍ୱ ପ୍ରଥମଥର ନିଜର ପ୍ରଭାବ ବୃଦ୍ଧି କରାଇଛନ୍ତି।ତାଙ୍କୁ ମଧ୍ୟ ବିଜେପି ଭଳି ଦଳରେ ଏକ ଭଲ ପ୍ଲାଟଫର୍ମ ମିଳିଯାଇଛି।ବିଜେପିର ଆଗାମୀ ଚେହେରା ଭାବରେ ଆଲୋଚନା ହେଉଥିବା ନାଁ’ ଗୁଡ଼ିକ ଭିତରେ ବୈଜୟନ୍ତଙ୍କ ନାଁ’ ରହୁଥିବା ବେଳେ ନିଜେ ନବୀନ ବୈଜୟନ୍ତଙ୍କ କଥା ଆଲୋଚନା କରି ତାଙ୍କ ଗୁରୁତ୍ୱ ଆହୁରି ଅଧିକ ବଢ଼ାଇ ଦେଇଛନ୍ତି।//ଦେବଦତ୍ତ

ଜିତିଲେ; ଯାହାର କେନ୍ଦ୍ରମନ୍ତ୍ରୀ ହେବାର ସମ୍ଭାବନା