Home ଓଡ଼ିଶା ବଡ଼ମାଳ ଗୋଳବାରୁଦ କାରଖାନା କର୍ମଚାରୀଙ୍କ ଧାରଣା

ବଡ଼ମାଳ ଗୋଳବାରୁଦ କାରଖାନା କର୍ମଚାରୀଙ୍କ ଧାରଣା

221

ଟିଟିଲାଗଡ଼ ୨୩-୧ (ଓଡ଼ିଆ ପୁଅ/) ସର୍ବ ଭାରତୀୟ ସ୍ତରରେ ଏଆଇଡିଇଏଫ, ଆଇଏନଡିଡବ୍ଲୁଏଫ, ବିପିଏମଏସର ମିଳିତ ଆନୁକୁଲ୍ୟରେ ଶ୍ରମିକ ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ କେନ୍ଦ୍ର ସରକାରଙ୍କର ପ୍ରତିରକ୍ଷା ବିଭାଗ ବଡ଼ମାଳର ଗେଟ ନମ୍ବର ୧ ଓ ୨ ରେ ବିଭିନ୍ନ କର୍ମଚାରୀ ସଂଘ ଦ୍ୱାରା ଧାରଣା ପ୍ରଦର୍ଶନ କରାଯାଇଛି। ଆଜି ସକାଳ ୬ ଟାରୁ ଗୋଲାବାରୁଦ କାରଖାନାର କର୍ମଚାରୀମାନଙ୍କ ଦ୍ୱାରା ସରକାର ବିରୋଧୀ ବିଭିନ୍ନ ନାରାଦେବା ସହ ରାସ୍ତାରୋକ କରାଯାଇଥିଲା କେନ୍ଦ୍ର ସରକାରଙ୍କ ଶ୍ରମିକ ମରଣା ନୀତି, ଦିନ କୁ ଦିନ ସରକାରୀ କ୍ଷେତ୍ର ବିଶେଷ କରି ପ୍ରତିରକ୍ଷା ବିଭାଗକୁ ଘୋରୋଇ କରଣ, ନୂତନ ପେନସନ ଯୋଜନା, ପୂର୍ବ ଭଳି ଶନିବାର ଦିନ ୩.୧୫ ଏକ ଘଣ୍ଟା ପନ୍ଦର ମିନିଟ ଅଧିକ କାମ ଦେବା, ଗୋଳାବାରୁଦ କାରଖାନାକୁ ୨ ହଜାର କୋରଡ଼ କାର୍ଯ୍ୟଭାର ସୁନିଶ୍ଚିତ, ଡିଆରଡ଼ିଓ ଏବଂ ଡିଜିକିଉକୁ ଶକ୍ତିଶାଳୀ କରି ବିକାଶ କରିବା ଓ ଅନ୍ୟ ସବୁ ଦାବୀ ନେଇ ଧାରଣା ପ୍ରଦର୍ଶନ କରିଥିଲେ। ଆନ୍ଦୋଳନରେ ମଜଦୁର ୟୁନିଅନର ପଞ୍ଚୁ ପଟେଲ, ମୋନଜ, ଗୌଡ଼, ସତ୍ୟପ୍ରେମ ମାଝୀ, ଜୟସିଂ ନାଏକ, ନିମାଇଁ ପଧାନ, କର୍ମଚାରୀ ୟୁନିଅନର ସଂଜୀବ ବଗର୍ତ୍ତୀ, ରାଜେଶ ନାଏକ, ଟୁନୁ ତ୍ରିପାଠୀ, କର୍ମଚାରୀ ୟୁନିଅନର ରବୀନ୍ଦ୍ର ମିଶ୍ର, ଅରୁଣ ପଟେଲ, ହରିହର ସିଂ, ଡ଼କ୍ଟର ବାବାସାହେବ ଆମ୍ବେଦକର ୟୁନିଅନର ସୁଧୀର ଦୀପ, ନରେନ୍ଦ୍ର ପଧାନ, ଦୁର୍ଯ୍ୟୋଧନ ମାଝୀ, ଶ୍ୟାମଳ ସୁନା ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇ ଆନ୍ଦୋଳନକୁ ଆଗକୁ ବଢ଼ାଇ ଥିଲେ। ୟୁନିଅନ ତରଫରୁ ସୂଚନାଯେ ଆନ୍ଦୋଳନ ଜାନୁଆରୀ ୨୫ ପର୍ଯ୍ୟନ୍ତ ଜାରି ରହିବ। ସେହିପରି କେତେକ ନିର୍ଦ୍ଦିଷ୍ଟ ଠିକାଦାରଙ୍କ ଜରିଆରେ ଖୋଲମ ଖୋଲା କାରଖାନା ଭିତରେ ବାହାରୁ ସାଧାରଣ ଶ୍ରମିକଙ୍କୁ ଆଣି ବିଭିନ୍ନ କାର୍ଯ୍ୟ ସମ୍ପାଦନ କରାଯାଉଛି। କେତେକ ପଦସ୍ଥ ଅଧିକାରୀ ବେଆଇନ ଭାବେ ଏ କାମ କରେଇ ସରକାରୀ ନିୟମ ଅନୁଯାୟୀ ଟଙ୍କା ନ ଦେଇ ଅତ୍ୟନ୍ତ କମ ରାଶି ଦେଇ ଲାଭବାନ ହୋଇ ଆସୁଛନ୍ତି। ଯଦ୍ୱାରା ଶ୍ରମିକଙ୍କ ସମସ୍ୟା ବୃଦ୍ଧି ପାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.