Home ଅପରାଧ ଜଗନ୍ନାଥଙ୍କୁ ଅପମାନ!ଧାର୍ମିକ ଭାବନାକୁ ଆଘାତ:ଅଭିନେତ୍ରୀଙ୍କର ଅଶାଳୀନ ମନ୍ତବ୍ୟ

ଜଗନ୍ନାଥଙ୍କୁ ଅପମାନ!ଧାର୍ମିକ ଭାବନାକୁ ଆଘାତ:ଅଭିନେତ୍ରୀଙ୍କର ଅଶାଳୀନ ମନ୍ତବ୍ୟ

2614

ମୁମ୍ବାଇ:କିଛି ସେଲିବ୍ରେଟି ବିଭିର୍ଣ୍ଣ ସମୟରେ କେବଳ ନିଜର ପବ୍ଲିସିଟି ପାଇଁ ବିଶେଷ କରି ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଲା ପରି ମନ୍ତବ୍ୟ ଦେଉଛନ୍ତି।ଏବଂ ଏହାକୁ କୁହାଯାଉଛି, ଅଭିବ୍ୟକ୍ତି ଆଜାଦି?ବିରୋଧ କରାଗଲେ କୁହାଯାଉଛି ଅସହିଷ୍ଣୁତା!ଏବେ ଏହିପରି ଆଉ ଏକ ଉଦାହରଣ ସାମ୍ନାକୁ ଆସିଛି।”ଆଣ୍ଡ” ଟିଭିରେ ପ୍ରସାରିତ ବଢ଼ୋ ବୋହୂ ସିରିଏଲରେ କୋମଲ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ରିତେଶା ରାଥୋଡ଼ ଓଡ଼ିଆ ଜାତିର ଆରାଧ୍ୟ ଦେବତା ତଥା ଜଗତର ନାଥ ଜଗନ୍ନାଥଙ୍କୁ ନେଇ ଅତ୍ୟନ୍ତ ଅଶାଳୀନ ମନ୍ତବ୍ୟ ଦେଇଥିବାର ଜଣାପଡ଼ିଛି।ସେ ତାଙ୍କ ଇଂଷ୍ଟାଗ୍ରାମରେ ଜଗନ୍ନାଥଙ୍କୁ ନେଇ ଅରୁଚିକର,ଅଭଦ୍ର ଟିପ୍ପଣୀ କରିଛନ୍ତି।

ରିତେଶା ଲେଖିଛନ୍ତି,”ଦୁନିଆରେ ଏବଂ ଇଂଷ୍ଟାଗ୍ରାମରେ କିଛି ପୁରୁଷ ମହିଳାମାନଙ୍କୁ ଅଧିକ ହଇରାଣ କରୁଛନ୍ତି।ଯଦି ତୁମକୁ ଏତେ ଇଚ୍ଛା ତେବେ ଏକୁଟିଆ ପର୍ଣ୍ଣ ଦେଖି ନିଜକୁ ଖୁସି… ନିଜ ହାତ,ଜଗନ୍ନାଥଙ୍କ ଟାଇପ(ପରି) କରି ନିଅ…କିନ୍ତୁ କୌଣସି ମହିଳାଙ୍କୁ ଅଶ୍ଳୀଳ ମେସେଜ ପଠାଅ ନାହିଁ।ଦୟାକରି ମୁଁ ବିନତି କରୁଛି..ଆମେ ଯାହା ପିନ୍ଧୁ,ଯୁଆଡ଼େ ବୁଲୁ,ଯାହା ସହ କଥା ହେଉ,ତାହା ଆମ ଇଚ୍ଛା ଏବଂ ଆମର ଅଧିକାର।ସୁରକ୍ଷା ଅନୁଭବ କରିବା ଆମର ଅଧିକାର।ତେଣୁ,ଦୟାକରି ପ୍ରାଇଭେଟଲି (ବ୍ୟକ୍ତିଗତ ଭାବରେ) ଯାହା କରିବା କଥା କର।କିନ୍ତୁ ଅନ୍ୟ କାହାରିକୁ ଅସହଜ,ଅସୁରକ୍ଷିତ ଅନୁଭବ କରାଅ ନାହିଁ।ବୁଝିଲ କି ବୁଝିଲନି,ନାଁ ଦେବି ଏକ ଚାପୁଡ଼ା?

ଜଗନ୍ନାଥଙ୍କୁ ନେଇ ରିତେଶାଙ୍କର ଏପରି ଅତ୍ୟନ୍ତ ଅଭଦ୍ର,ଅରୁଚିକର ମନ୍ତବ୍ୟ ବୋଧହୁଏ ସେପରି କୌଣସି ଜଗନ୍ନାଥ ପ୍ରେମୀ,ଭକ୍ତ କିମ୍ବା ହିନ୍ଦୁବାଦୀ ସଙ୍ଗଠନ ନଜରରେ ପଡ଼ି ନାହିଁ।ରିତେଶା ସିଧାସଳଖ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ କଲା ପରି ମନ୍ତବ୍ୟ ଦେଇଛନ୍ତି।ଯେତେବେଳେ ଏହା ନଜରକୁ ଆସିଯିବ ସେତେବେଳେ ଏହାକୁ ନେଇ ଏକ ବଡ଼ ଧରଣର ବିବାଦ ସୃଷ୍ଟି ହେବା ସହ ରିତେଶାଙ୍କୁ ଅସୁବିଧାରେ ପକାଇବାର ସମ୍ଭାବନା ରହିଛି।|।ଜୟ ଜଗନ୍ନାଥ।|/ଦେବଦତ୍ତ

https://www.instagram.com/p/BpkOS_IBbuB/?utm_source=ig_web_button_native_share

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.