Home Top News ପବିତ୍ର ‘ସିନ୍ଦୁକ’ Ark of covenant କୁ ରକ୍ଷା କରିବା ପାଇଁ ୮୦୦ ଶ୍ରଦ୍ଧାଳୁଙ୍କର ମୃତ୍ୟୁ,...

ପବିତ୍ର ‘ସିନ୍ଦୁକ’ Ark of covenant କୁ ରକ୍ଷା କରିବା ପାଇଁ ୮୦୦ ଶ୍ରଦ୍ଧାଳୁଙ୍କର ମୃତ୍ୟୁ, ଅନେକ ଦିନ ଧରି ଶବ ଚର୍ଚ୍ଚ ଚାରିପାଖରେ ପଡ଼ିରହିଲା

124

ନୂଆ ଦିଲ୍ଲୀ ୨୨-୨ (ଓଡ଼ିଆ ପୁଅ) ଇଥିଓପିଆର ଅତି ପବିତ୍ର ସିନ୍ଦୁକ Ark of covenantକୁ ରକ୍ଷା କରିବାକୁ ଯାଇ ପ୍ରାୟ ୮୦୦ ଲୋକ ପ୍ରାଣ ହରାଇଛନ୍ତି।

ଇଥିଓପିଆର ଟିଗ୍ରେ ଅଞ୍ଚଳର ସେଣ୍ଟ ମେରି ଚର୍ଚ୍ଚରେ ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ଏହି ଆର୍ଚକୁ ସୁରକ୍ଷିତ କରାଯାଇଛି ଏବଂ ଖ୍ରୀଷ୍ଟିଆନ ଧର୍ମରେ ଏହା ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଖବର ଅନୁଯାୟୀ ସେଣ୍ଟ ମେରୀ ଚର୍ଚ୍ଚ ପରିସରରେ ପ୍ରାୟ ୮୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ସେମାନଙ୍କ ଶବ ଅନେକ ଦିନ ଧରି ସେହି ରାସ୍ତାରେ ପଡ଼ି ରହିଥିଲା। ଏହାର ଖବର ପ୍ରସାରଣ ହୋଇପାରିନଥିଲା।

ଗେଟୁ ମାକ ନାମକ ଜଣେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଏହି ଭୟଙ୍କର ପରିସ୍ଥିତି ବିଷୟରେ କହିଛନ୍ତି।

ସେ ଟାଇମ୍ସ ୱେବସାଇଟ୍ ସହ ଏକ ବାର୍ତ୍ତାଳାପରେ କହିଛନ୍ତି ଯେ, ଯେତେବେଳେ ଲୋକମାନେ ବନ୍ଧୁକ ଗୁଳିର ଶବ୍ଦ ଶୁଣିବା ଆରମ୍ଭ କଲେ, ସେମାନେ ଏହି ପବିତ୍ର ଆର୍ଚକୁ ସୁରକ୍ଷା ଦେଉଥିବା ସେଠାରେ ଉପସ୍ଥିତ ଥିବା ପୁରୋହିତମାନଙ୍କୁ ସାହାଯ୍ୟ କରିବା ପାଇଁ ଚର୍ଚ୍ଚ ଆଡକୁ ଦୌଡିଥିଲେ ଏବଂ ଏହାଦ୍ୱାରା ଅନେକ ଲୋକ ପ୍ରାଣ ହରାଇଥିଲେ।

ଉଲ୍ଲେଖନୀୟଯେ, ଏହି ଘଟଣା ନଭେମ୍ବର ମାସରେ ଘଟିଥିଲା, କିନ୍ତୁ ସେତେବେଳେ ଇଥିଓପିଆର ପ୍ରଧାନମନ୍ତ୍ରୀ ଇଣ୍ଟରନେଟ୍ ଏବଂ ମୋବାଇଲ୍ ନେଟୱାର୍କର ସେବା ବନ୍ଦ କରିଦେଇଥିଲେ, ଯାହା ପରେ ଇଥିଓପିଆର ସମ୍ପର୍କ ସମଗ୍ର ବିଶ୍ୱ ସହିତ ହୋଇପାରିନଥିଲା। କିନ୍ତୁ ବର୍ତ୍ତମାନ ଇଣ୍ଟରନେଟ୍ କ୍ଷେତ୍ରରେ, ସେଠାରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି। ମାକ କହିଛନ୍ତି ଯେ, ନଭେମ୍ବର ମାସରେ ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବା ସହିତ ଲୋକଙ୍କ ମଧ୍ୟରେ ଭୟ ବଢ଼ିବାରେ ଲାଗିଛି ଯେ ଏହି ପବିତ୍ର ସିନ୍ଦୁକ ଅନ୍ୟ ସହରକୁ ନିଆଯିବ କିମ୍ବା ଏହା ନଷ୍ଟ ହୋଇଯିବ। ସେ କହିଛନ୍ତି ଯେ, ଡକାୟତମାନେ କୌଣସି ଦୟା ଦେଖାଇ ନତିଲେ ଏବଂ ଆକ୍ରମଣରେ ଲୋକଙ୍କୁ ହତ୍ୟା କରିଥିଲେ।

ସୂଚନାଯୋଗ୍ୟଯେ, ଅହମ୍ମଦ କ୍ଷମତାକୁ ଆସିବା ପୂର୍ବରୁ ଇଥିଓପିଆକୁ ୨୭ ବର୍ଷ ପାଇଁ ଟିଗ୍ରେ ପିପୁଲ୍ସ ଲିବରେସନ୍ ଆର୍ମି ଶାସନ କରିଥିଲା। ଯଦିଓ ଟିଗ୍ରେ ଅଞ୍ଚଳର ଜନସଂଖ୍ୟା ସମଗ୍ର ଦେଶର ଜନସଂଖ୍ୟାର ମାତ୍ର ୬ ପ୍ରତିଶତ, ସେହି ଅଞ୍ଚଳର ଶକ୍ତିମାନେ ଦୀର୍ଘ ଦିନ ଧରି ଜାତୀୟ ରାଜନୀତିରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ହେଁ ତାଙ୍କ ଶାସନ କାଳରେ ବ୍ୟାପକ ଦୁର୍ନୀତି ଏବଂ ମାନବିକ ଅଧିକାରର ଉଲ୍ଲଂଘନ ହୋଇଥିଲା। ଏହା ଟାଇଗ୍ରେ ପିପୁଲ୍ସ ଲିବରେସନ୍ ଫ୍ରଣ୍ଟ (ଟିପିଏଲ୍ଏଫ୍) ସରକାରଙ୍କୁ ଜନପ୍ରିୟ କରିପାରି ନଥିଲା ଏବଂ ଅହମ୍ମଦ ୨୦୧୮ ରେ କ୍ଷମତାକୁ ଆସିଥିଲେ।

ଟିଗ୍ରେ ଅଞ୍ଚଳରେ ଏକ ସେନା ଶିବିର ଉପରେ ଆକ୍ରମଣ ପରେ ଇଥିଓପିଆର ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ସେନାକୁ ଏହି ଅଞ୍ଚଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେନାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଟିଗ୍ରେ ଅଞ୍ଚଳର ମୁଖ୍ୟ ରାଜନୈତିକ ଦଳ ସେନାବାହିନୀର ଉତ୍ତର କମାଣ୍ଡ ପୋଷ୍ଟ ଦଖଲ କରିବାକୁ ସେଠାକାର ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ବାହିନୀ ସେନାର ଯନ୍ତ୍ରପାତି ଧରି ସେଠାରେ ଅବସ୍ଥାପିତ ସୈନିକମାନଙ୍କୁ ଗିରଫ କରିଥିଲା। ସେବେଠାରୁ ଏହି ଅଞ୍ଚଳରେ ପରିସ୍ଥିତି ଗୃହଯୁଦ୍ଧ ଭଳି ଚାଲିଛି ଏବଂ କରୋନା ଅବଧିରେ ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.