Home Top News ସରକାରଙ୍କ ଦ୍ୱାରା ପରିଚାଳିତ ମଦ୍ରାସା, ସଂସ୍କୃତ ଟୋଲ୍ ବନ୍ଦ କରିବାକୁ ଆସାମ କ୍ୟାବିନେଟ୍ ପ୍ରସ୍ତାବକୁ ଅନୁମୋଦନ

ସରକାରଙ୍କ ଦ୍ୱାରା ପରିଚାଳିତ ମଦ୍ରାସା, ସଂସ୍କୃତ ଟୋଲ୍ ବନ୍ଦ କରିବାକୁ ଆସାମ କ୍ୟାବିନେଟ୍ ପ୍ରସ୍ତାବକୁ ଅନୁମୋଦନ

62

ଗୌହାଟୀ ଡିସେମ୍ବର ୧୩ (ଓଡ଼ିଆ ପୁଅ) ଆସାମ କ୍ୟାବିନେଟ ରବିବାର ଦିନ ସମସ୍ତ ସରକାରୀ ମଦ୍ରାସା ଏବଂ ସଂସ୍କୃତ ଟୋଲ (ସ୍କୁଲ) ବନ୍ଦ କରିବାକୁ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି ଏବଂ ରାଜ୍ୟ ବିଧାନସଭାରେ ଆସନ୍ତା ଶୀତକାଳୀନ ଅଧିବେଶନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ମୋହନ ପଟୱାରୀ ଏହି ପ୍ରସଙ୍ଗରେ ଏକ ବିଲ୍ ଆଗତ କରାଯିବ ବୋଲି କହିଛନ୍ତି।

ଆସାମ ସରକାରଙ୍କ ମୁଖପାତ୍ର ଥିବା ପଟୱାରୀ କହିଛନ୍ତି ଯେ “ମଦ୍ରାସା ଏବଂ ସଂସ୍କୃତ ଟୋଲ ସହ ଜଡିତ ଆଇନଗୁଡିକ ରଦ୍ଦ କରାଯିବ ବିଧାନସଭାର ପରବର୍ତ୍ତୀ ଅଧିବେଶନରେ ଏକ ବିଲ୍ ଆଗତ କରାଯିବ।” ଆସାମ ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ୨୮ ରୁ ଆରମ୍ଭ ହେବ।

ସୂଚନାଯୋଗ୍ୟଯେ, ଆସାମରେ ୬୧୦ ଟି ସରକାରୀ ମଦ୍ରାସା ଅଛି ଏବଂ ସରକାର ଏହି ଅନୁଷ୍ଠାନଗୁଡ଼ିକ ପାଇଁ ବାର୍ଷିକ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଶିକ୍ଷା ମନ୍ତ୍ରୀ ହିମନ୍ତ ବିଶ୍ବା ସରମା ଏହା ପୂର୍ବରୁ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.