Home Coronavirus Outbreak ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପୃଥକବାସରେ – ଆସନ୍ତାକାଲି ହେବ କୋଭିଡ୍ -୧୯ ଟେଷ୍ଟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପୃଥକବାସରେ – ଆସନ୍ତାକାଲି ହେବ କୋଭିଡ୍ -୧୯ ଟେଷ୍ଟ

340

ନୂଆ ଦିଲ୍ଲୀ ୮-୬ (ଓଡ଼ିଆ ପୁଅ) ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ଜ୍ୱର ଏବଂ ରବିବାର ଠାରୁ ତାଙ୍କ ଗଳାରେ ଯନ୍ତ୍ରଣା ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ଦିନ କରୋନାଭାଇରସ (କୋଭିଡ -୧୯) ଟେଷ୍ଟ କରିପାରନ୍ତି ବୋଲି ତାଙ୍କ ଦଳର ମୁଖପାତ୍ର ଆଜି କହିଛନ୍ତି।

ଅରବିନ୍ଦ କେଜ୍ରିୱାଲ ନିଜକୁ ନିଜେ ଅଲଗା କରିଛନ୍ତି ବୋଲି ଆମ୍ ଆଦମୀ ପାର୍ଟି ମୁଖପାତ୍ର ପ୍ରକାଶ କରିଛନ୍ତି।

ସେ ଫୋନରେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ ଏବଂ ଲକ୍ଷଣ କମି ନ ଗଲେ ଆସନ୍ତାକାଲି ନିଜର କୋଭିଡ୍ ଟେଷ୍ଟ କରିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟଯେ, ରବିବାର ସନ୍ଧ୍ୟାରେ ଏକ ଅନଲାଇନ୍ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ଦେଖିବାକୁ ମିଳିଥିଲା।

ପୁନଶ୍ଚ ସୂଚନାଯୋଗ୍ୟଯେ, ଦିଲ୍ଲୀରେ ୨୮, ୯୩୬ କୋଭିଡ -୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜାତୀୟ ରାଜଧାନୀରେ ଏପର୍ଯ୍ୟନ୍ତ ୮୧୨ ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.