Home ଆନ୍ତର୍ଜାତୀୟ ମହମ୍ମଦ ଶମୀଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ ଜାରୀ, ଏବେ ଯିବେ ଜେଲ!

ମହମ୍ମଦ ଶମୀଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ ଜାରୀ, ଏବେ ଯିବେ ଜେଲ!

1003

ନୂଆ ଦିଲ୍ଲୀ ୨-୯ (ଓଡ଼ିଆ ପୁଅ) ଟିମ ଇଣ୍ଡିଆର ଫାଷ୍ଟ ବୋଲର୍ ମହମ୍ମଦ ଶମୀ ପୁଣି ଥରେ ଅସୁବିଧାର ସମ୍ମୁଖାନ ହେବାକୁ ଯାଉଛନ୍ତି। କୋଲକାତା ନ୍ୟାୟାଳୟ ଶମୀଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ (Mohammed Shami Arrest Warrant) ଜାରୀ କରିଛନ୍ତି। ସୂଚନାମତେ, ମହମ୍ମଦ ଶମୀଙ୍କୁ ୧୫ ଦିନ ଭିତରେ କୋର୍ଟରେ ହାଜର ହେବାର ଆଦେଶ ମିଳିଥିଲା କିନ୍ତୁ ସେ ଏହା ପାଳନ କଲେ ନାହିଁ ଏହା ପରେ ତାଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ ଜାରୀ କରାଯାଇଛି।

ୱେଷ୍ଟ ଇଣ୍ଡିଜ୍ ରେ ଶମୀ :

କୁହାଯାଇପାରେଯେ, ମହମ୍ମଦ ଶମୀ ଟିମ ଇଣ୍ଡିଆ ସହିତ ୱେଷ୍ଟ ଇଣ୍ଡିଜ୍ ଗସ୍ତରେ ଅଛନ୍ତି। ବର୍ତ୍ତମାନ ସେ ଜାମାଇକାରେ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି। ୨୦୧୮ ରେ ମହମ୍ମଦ ଶମୀଙ୍କ ବିରୁଦ୍ଧରେ ତାଙ୍କ ପତ୍ନୀ ଘରୋଇ ହିଂସାର ମାମଲା ରୁଜୁ କରିଥିଲେ। ଶମୀ ଏବଂ ତାଙ୍କର ଭାଇଙ୍କ ବିରୁଦ୍ଧରେ IPC ର ଧାରା ୪୯୮ଏ ଅନୁଯାୟୀ କେସ ରେଜିଷ୍ଟର କରାଯାଇଛି। ଏହି କେସ ଅନୁଯାୟୀ କୋଲକାତାର କୋର୍ଟ ଶମୀଙ୍କୁ ହାଜର ହେବାପାଇଁ କହିଥିଲେ। ଶମୀ ହାଜର ହୋଇପାରିଲେ ନାହିଁ ଏବଂ ACJM ତାଙ୍କର ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ ଜାରୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.