Home ଓଡ଼ିଶା ସେନା କମାଣ୍ଡର ସମ୍ମିଳନୀ

ସେନା କମାଣ୍ଡର ସମ୍ମିଳନୀ

114

ନୂଆ ଦିଲ୍ଲୀ ୨୬-୫ (ଓଡ଼ିଆ ପୁଅ) ସେନା କମାଣ୍ଡର ସମ୍ମିଳନୀ, ଏକ ସର୍ବୋଚ୍ଚ ସ୍ତରର ଦ୍ୱିପାକ୍ଷିକ କାର୍ଯ୍ୟକ୍ରମ ଯାହା ଏପ୍ରିଲ ୨୦୨୦ ପାଇଁ ଧାର୍ଯ୍ୟ ହୋଇଥିଲା। କୋଭିଡ-୧୯ ମହାମାରୀ କାରଣରୁ ସ୍ଥଗିତ ରଖାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ବିଚାର ବିମର୍ଶ କାର୍ଯ୍ୟକ୍ରମକୁ ବର୍ତ୍ତମାନ ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯିବ। ସମ୍ମିଳନୀର ପ୍ରଥମ ପର୍ଯ୍ୟାୟ ୨୭ ରୁ ୨୯ ମେ’ ୨୦୨୦ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଜୁନ ୨୦୨୦ର ଶେଷ ସପ୍ତାହରେ ହେବା ନେଇ ଧାର୍ଯ୍ୟ କରାଯାଇଛି।

ଭାରତୀୟ ସେନାର ସର୍ବୋଚ୍ଚସ୍ତରୀୟ ନେତୃତ୍ୱ ବର୍ତ୍ତମାନର ସୁରକ୍ଷା ଏବଂ ପ୍ରଶାସନିକ ଆହ୍ଵାନ ସମ୍ପର୍କରେ ବିଚାର ବିମର୍ଶ କରିବା ଏବଂ ଭାରତୀୟ ସେନା ପାଇଁ ଭବିଷ୍ୟତର କାର୍ଯ୍ୟ ଖସଡା ପ୍ରସ୍ତୁତ କରିବ। ସେନା କମାଣ୍ଡର ଏବଂ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ କଲେଜିୟଟ ସିଷ୍ଟମ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥାଏ।

ସାଉଥ ବ୍ଲକରେ ଆୟୋଜିତ ହେବାକୁଥିବା ଏହି ସମ୍ମିଳନୀର ପ୍ରଥମ ପର୍ଯ୍ୟାୟରେ ଲଜିଷ୍ଟିକ ଏବଂ ମାନବ ସମ୍ବଳ ସମ୍ବନ୍ଧୀୟ ଅଧ୍ୟୟନ ସହିତ ପରିଚାଳନା ଏବଂ ପ୍ରଶାସନିକ ପ୍ରସଙ୍ଗର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.