Home Top News ରାଜ୍ୟ ମହିଳା ମୋର୍ଚ୍ଚା ଟାର୍ଗେଟରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା!

ରାଜ୍ୟ ମହିଳା ମୋର୍ଚ୍ଚା ଟାର୍ଗେଟରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା!

44

ଭୁବନେଶ୍ୱର: ରାଜ୍ୟ ମହିଳା ମୋର୍ଚ୍ଚା ଟାର୍ଗେଟରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା! ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରିଛନ୍ତି ରାଜ୍ୟ ମହିଳା ମୋର୍ଚ୍ଚା ଆଇଟି ସେଲ୍ ସଂଯୋଜିକା। ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କରି ସିଧାସଳଖ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରି ସେ ଅନେକ ଗୁଡ଼ିଏ କଥା ଲେଖିଛନ୍ତି। ଏପରିକି ତାଙ୍କୁ ଦଳକୁ ଆଣିଲା କିଏ ବୋଲି ପ୍ରଶ୍ନ କରିଛନ୍ତି। ବାସ୍ତବରେ ଓଡ଼ିଶାରେ ବିଜେପିର ମଙ୍ଗୁଆଳ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୁହାଯାଏ। ଦଳରେ ତାଙ୍କ ବିନା ଇଙ୍ଗିତରେ ପତ୍ରଟିଏ ବି ହଲେନି। ନିର୍ବାଚନରେ କିଏ ଟିକେଟ୍ ପାଇବ ଠାରୁ ଆରମ୍ଭ କରି କିଏ ରାଜ୍ୟ ସଭାପତି କିଏ ହେବ, ଅନ୍ୟାନ୍ୟ ପଦାଧିକାରୀ ସବୁ କିଏ ହେବେ, କିଏ ଜିଲ୍ଲା ସଭାପତି ହେବ, ମିଶ୍ରଣ ପର୍ବ କରି ଦଳରେ କାହାକୁ ମିଶାଯିବ ସବୁ ନିଷ୍ପତ୍ତି ମନ୍ତ୍ରୀଙ୍କର। କିନ୍ତୁ, ଅପରାଜିତା ଷଡ଼ଙ୍ଗୀଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଘଟିଗଲା। ଅପରାଜିତା ସିଧାସଳଖ ମୋଦୀ/ପିଏମଓ ଯୋଗାଯୋଗରେ ବିଜେପିରେ ଯୋଗେଦେଲେ ବୋଲି କୁହାଯାଏ। ଯାହା କି ନାଁ, ମନ୍ତ୍ରୀଙ୍କୁ ନାଁ, ରାଜ୍ୟ ବିଜେପିରେ ତାଙ୍କ ଅନୁଗତ ମାନଙ୍କୁ ହଜମ ହେଲା। ସେବେଠାରୁ ଧର୍ମେନ୍ଦ୍ର ଏବଂ ଅପରାଜିତାଙ୍କ ମଧ୍ୟରେ ଏକ ଶୀତଳ ଯୁଦ୍ଧ ଚାଲିଆସିଛି। ବିଜେଡି ସରକାରକୁ ଅପରାଜିତା ଟାର୍ଗେଟ୍ କରିବାରେ କିମ୍ବା ବିଜେଡି ସରକାର ପକ୍ଷରୁ ଅପରାଜିତାଙ୍କୁ ଟାର୍ଗେଟ୍ କରାଯିବାରେ ଅନେକ ଥର ଏକାକୀ ଲଢ଼ି ଆସିଛନ୍ତି ଅପରାଜିତା। ରାଜ୍ୟ ବିଜେପିର ଆଗ ଧାଡ଼ିର ଧର୍ମେନ୍ଦ୍ରଙ୍କ ଅନୁଗତ ପଦାଧିକାରୀ ମାନେ ଅପରାଜିତାଙ୍କୁ ଅସହଯୋଗ କରିବା, ଅଣଦେଖା କରିବା, ଗୁରୁତ୍ୱ ନଦେବା ଆଦି କାମ କରି ଆସୁଛନ୍ତି।ଏବେ ରାଜ୍ୟ ମହିଳା ମୋର୍ଚ୍ଚା ଆଇଟି ସେଲ୍ ସଂଯୋଜିକା ନିଜ ଦଳର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ସିଧାସଳଖ ଟାର୍ଗେଟ୍ କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି। ଯାହା କି ଦଳୀୟ ଶୃଙ୍ଖଳା ଭଙ୍ଗ କରୁଛି। ନିଜ ପ୍ରତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆଇଟି ସେଲ୍ ସଂଯୋଜିକା ଜଣଙ୍କ ନିଜେ ଏପରି ପୋଷ୍ଟ୍ କରିଛନ୍ତି, ନାଁ ଏପରି ପୋଷ୍ଟ୍ କରିବାକୁ ତାଙ୍କୁ ସିଆଡ଼ୁ ଲିଖିତ (ନିର୍ଦ୍ଦେଶ) ପୋଷ୍ଟ୍ ଆସିଛି ତାହା ସନ୍ଦେହ ସୃଷ୍ଟି କରୁଛି। ଏଥିରେ ପୁଣି ରାଜ୍ୟ ମହିଳା ମୋର୍ଚ୍ଚାର ଜଣେ ଉପସଭାନେତ୍ରୀ ତାଙ୍କୁ ସମର୍ଥନ ଦେଉଛନ୍ତି। ଆଉ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ମୌନ ରହିଛନ୍ତି। ମହିଳା ମୋର୍ଚ୍ଚା ସୋସିଆଲ୍ ମିଡିଆ ସଂଯୋଜିକାଙ୍କ ନିଜ ଦଳର ଜଣେ ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ପ୍ରତି ଆକ୍ଷେପମୂଳକ ପୋଷ୍ଟ୍ ଉପରେ କ’ଣ ରାଜ୍ୟ ସଭାନେତ୍ରୀଙ୍କ ସମର୍ଥନ ରହିଛି? ନାଁ, ମହିଳା ମୋର୍ଚ୍ଚା ତାଙ୍କ କଣ୍ଟ୍ରୋଲରେ ନାହିଁ? ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.