Home Top News କଥା ରହିଲାନି; ଅପରାଜିତା ହେଲେ ଅପଦସ୍ତ !

କଥା ରହିଲାନି; ଅପରାଜିତା ହେଲେ ଅପଦସ୍ତ !

166

ଭୁବନେଶ୍ୱର: କଥା ରହିଲାନି। ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ଅପଦସ୍ତ ହେବାକୁ ପଡ଼ିଛି। ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଗୃହ ରାଜ୍ୟମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଏବଂ ଗିରଫ ସହିତ ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପି ଚଲାଇଛି ଆନ୍ଦୋଳନ। ଏହାକୁ ନେଇ ମହିଳା ସୁରକ୍ଷା ଯାତ୍ରା, ନ୍ୟାୟ ଯାତ୍ରା, କୋକେଇ ଯାତ୍ରା, କ୍ୟାଣ୍ଡେଲ୍ ଯାତ୍ରା, ଦୀପଦାନ, ଘେରାଓ, କୁଶପୁତ୍ତଳିକା ଦାହ ଆଦି କାର୍ଯ୍ୟକ୍ରମ କରୁଛି ବିଜେପି। ନିକଟରେ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଏହା ଉପରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସାଙ୍ଗରେ ଉପସ୍ଥିତ ଥିଲେ ବିଜେପି ରାଜ୍ୟ ପ୍ରବକ୍ତା ଉର୍ମିଳା ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା କସ୍ତୁରୀ ମିଶ୍ର ଏବଂ ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟା ପ୍ରତିଭା ଶତପଥି। ମମିତା ମେହେରଙ୍କ ହତ୍ୟା ତଥା ଓଡ଼ିଶାରେ ମହିଳାଙ୍କ ପ୍ରତି ଘଟୁଥିବା ହିଂସା ଘଟଣାରେ ଏନସିଆରବି ରିପୋର୍ଟ ଆଧାରରେ ଓଡ଼ିଶାର ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ।
ଏହି ଅବସରରେ ଅପରାଜିତା କହିଥିଲେ, ରାଜ୍ୟରେ ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ହିଂସାତ୍ମକ ଘଟଣାକୁ ନେଇ ବିଜେପି ଗାଁ’, ଗାଁ’ କୁ ଯିବ। “ମୁଁ ମହିଳା, ମୁଁ ଅସୁରକ୍ଷିତ” ହେଉଛି ଆଗାମୀ ଦିନରେ ଆମ ନ୍ୟାରା। ସୁନ୍ଦରଗଡ଼ ଠାରୁ ମାଲକାନଗିରି, କଳାହାଣ୍ଡି ଠାରୁ କୋରାପୁଟ ସାରା ଓଡ଼ିଶାରେ ଆମେ ଏହି ୪ଟି ଶବ୍ଦର ନ୍ୟାରା ଦେବାକୁ ଯାଉଛୁ। ତେବେ, ବିଜେପି ତାର ଆନ୍ଦୋଳନକୁ ତୀବ୍ର କରିଛି ସତ, କିନ୍ତୁ ଅପରାଜିତା ଷଡ଼ଙ୍ଗୀ ଦେଇଥିବା ନ୍ୟାରା “ମୁଁ ମହିଳା, ମୁଁ ଅସୁରକ୍ଷିତ”କୁ ଗ୍ରହଣ କରିନି ରାଜ୍ୟ ବିଜେପି। “ବିଜେଡି ଶାସନରେ ମହିଳା ବିପଦରେ” ଏକ ନୂଆ ନ୍ୟାରା ଦେଇ ବିଜେପି ଚଲାଇଛି ଆନ୍ଦୋଳନ।
ଅପରାଜିତା ଷଡ଼ଙ୍ଗୀଙ୍କ କଥା ରଖିଲାନି ତାଙ୍କ ନିଜ ଦଳ ବିଜେପି। ଅପଦସ୍ତ ହେବାକୁ ପଡ଼ିଛି ତାଙ୍କୁ। ତେବେ, ଏଠାରେ ଦୁଇଟି ପ୍ରଶ୍ନ ଉଠୁଛି। ପ୍ରଥମତଃ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ପ୍ରଭାବ ଅନୁଯାୟୀ ଏଠି ଅପରାଜିତାଙ୍କୁ ନିଚା ଦେଖାଇବାକୁ ଜାଣିଶୁଣି ତାଙ୍କ ନ୍ୟାରା/ସ୍ୱରକୁ ଦମନ କରିଦିଆଯାଇଛି କି? ଦ୍ଵିତୀୟରେ “ମୁଁ ମହିଳା, ମୁଁ ଅସୁରକ୍ଷିତ” ନ୍ୟାରା ଦେଇ ଆନ୍ଦୋଳନ କରିବା ନେଇ ଘୋଷଣା କରିବା ପୂର୍ବରୁ ଅପରାଜିତା ଏ’ନେଇ ଦଳୀୟ ନେତୃତ୍ୱଙ୍କ ସହିତ ଆଲୋଚନା କରିଥିଲେ, ନାଁ ନିଜେ ମନ ଇଚ୍ଛା ଏପରି ଘୋଷଣା କରି ଦେଇଥିଲେ?
-@DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.