Home ଅପରାଧ ମହିଳା ଦୁଷ୍କର୍ମକାରୀଙ୍କୁ ବିଜେଡି ଟିକେଟ; ଆକ୍ଷେପ କଲେ ଅପରାଜିତା,ପ୍ରଭାତୀ,ଲେଖାଶ୍ରୀ: ଟାର୍ଗେଟରେ ଅନନ୍ତ,ପ୍ରଦୀପ,ମହେଶ୍ବର

ମହିଳା ଦୁଷ୍କର୍ମକାରୀଙ୍କୁ ବିଜେଡି ଟିକେଟ; ଆକ୍ଷେପ କଲେ ଅପରାଜିତା,ପ୍ରଭାତୀ,ଲେଖାଶ୍ରୀ: ଟାର୍ଗେଟରେ ଅନନ୍ତ,ପ୍ରଦୀପ,ମହେଶ୍ବର

1437

ମହିଳା ଦୁଷ୍କର୍ମକାରୀଙ୍କୁ ବିଜେଡି ଟିକେଟ; ଆକ୍ଷେପ କଲେ ଅପରାଜିତା,ପ୍ରଭାତୀ,ଲେଖାଶ୍ରୀ: ଟାର୍ଗେଟରେ ଅନନ୍ତ,ପ୍ରଦୀପ,ମହେଶ୍ବର

ଭୁବନେଶ୍ୱର:ମହିଳା ଦୁଷ୍କର୍ମକାରୀ ମାନଙ୍କୁ ଟିକେଟ ଦେଇ ମହିଳା ବିରୋଧୀର ପରିଚୟ ଦେଇଛନ୍ତି ନବୀନ ପଟ୍ଟନାୟକ।ଏ’ ନେଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ପ୍ରେସ ମିଟରେ ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ କରିଛନ୍ତି ଓଡ଼ିଶା ବିଜେପିର ତିନି ପ୍ରମୁଖ ନେତ୍ରୀ ଭୁବନେଶ୍ୱର ଲୋକସଭା ପାର୍ଥିନୀ ଅପରାଜିତା ଷଡ଼ଙ୍ଗୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏବଂ ରାଜ୍ୟ ସମ୍ପାଦିକା ଡଃ: ଲେଖାଶ୍ରୀ ସାମନ୍ତସିଂହାର।

ପ୍ରଥମେ ଅପରାଜିତା ଷଡ଼ଙ୍ଗୀ କହିଥିଲେ, “ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ୨୦୧୬ ରିପୋର୍ଟ ଅନୁଯାୟୀ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଏବଂ ଘରୋଇ ହିଂସା କ୍ଷେତ୍ରରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ଥିଲା।ତେଣୁ ନାରୀ ସୁରକ୍ଷା ଏବଂ ରାଜନୀତିରେ ସ୍ୱଚ୍ଛତା ନେଇ ସମସ୍ତେ ଚିନ୍ତା କରିବାର ଆବଶ୍ୟକତା ଅଛି।କିନ୍ତୁ ଏହା ଘୋର ଚିନ୍ତାଜନକ ବିଷୟ ବିଜେଡି ଭୁବନେଶ୍ୱର ଉତ୍ତରରୁ ଏପରି ଜଣେ ଲୋକକୁ ପାର୍ଥି କରିଛନ୍ତି, ଯିଏ ମହିଳା ଦୁଷ୍କର୍ମ ଘଟଣାରେ ନିଜେ ଜଡ଼ିତ।ତାଙ୍କ କଥା ଏବେ ସବୁଆଡ଼େ ଚର୍ଚ୍ଚା।ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ତାଙ୍କର ସେକ୍ସ ଭିଡିଓ।ରୁଷି ହତ୍ୟା ଘଟଣାରେ ସେ ଜଡ଼ିତ।ନାଁ ନ’ ନେଇ, ସେ ବିଏମସିର ପୂର୍ବତନ ମେୟର।ତାଙ୍କ ନାଁ’ ସମସ୍ତେ ଜାଣନ୍ତି ବୋଲି କହିଥିଲେ ଅପରାଜିତା।ଏବଂ ସେ ନିର୍ଦ୍ଦିଷ୍ଟ ଭାବରେ ସେହି ପାର୍ଥିଙ୍କ ନାମ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।ଏହା ସହ ଏହିପରି ଆହୁରୀ ଅନେକ ପାର୍ଥିଙ୍କର ପ୍ରୋଫାଇଲ ଆମେ ଦେଖିଛୁ।ଏଣେ ନାରୀ ସଶକ୍ତିକରଣ କଥା କହି ଏପରି ପାର୍ଥିଙ୍କୁ ଟିକେଟ ଦେବା କେବଳ ଲିପ ସର୍ଭିସ (ଭାଷଣ ବାଜୀ) ବୋଲି କହିଥିଲେ ଅପରାଜିତା।ଏହାପରେ ଅପରାଜିତା ସେଠାରୁ ଚାଲି ଯାଇଥିଲେ।

ଏହାପରେ ଲେଖାଶ୍ରୀ ନବୀନ ପଟ୍ଟନାୟକ କିପରି ୩୩% ମହିଳାଙ୍କୁ ଟିକେଟ ଦେବା କଥା କହି ଏଣେ ମହିଲା ବିରୋଧୀ,ଚିଟ ଫଣ୍ଡ ଚୋର,ଖଣି ମାଫିଆଙ୍କୁ ଟିକେଟ ଦେଉଛନ୍ତି କହି ସମାଲୋଚନା କରିଥିଲେ।ଅପରାଜିତା କହିଥିବା ଭୁବନେଶ୍ୱର ପୂର୍ବତନ ମେୟରଙ୍କ କଥା ଲେଖାଶ୍ରୀ ଦୋହରାଇବା ସହ ପ୍ରଦୀପ ମହାରଥୀଙ୍କ କଥା ଉଠାଇଥିଲେ।ମହାରଥୀ ସିଧା ସଳଖ ବେବିନା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ସଂପୃକ୍ତ ଥିଲେ।ପରେ ପୁଣି ବିବାଦୀୟ ମନ୍ତବ୍ୟ ଦେଲେ।ବିଜେପିର ଜଣେ ମହିଳା ବିଧାୟକାଙ୍କୁ ବିଧାନସଭା ଭିତରେ ଅଶୋଭନୀୟ କଥା କହିଥିଲେ।ଏବଂ ପିପିଲି ଟୋଲ ଗେଟ ନିକଟରେ ତାଙ୍କ ଉପରକୁ ଅଣ୍ଡା ମାଡ଼ କରିଥିଲେ।ସେଥିପାଇଁ ତାଙ୍କର ମନ୍ତ୍ରୀ ପଦ ଯାଇଥିଲା।ଏବେ ପୁଣି ତାଙ୍କୁ କିପରି ଟିକେଟ ଦିଆଗଲା ବୋଲି ଲେଖାଶ୍ରୀ କହିଥିଲେ।ସେହପରି ପୁରୀ ବିଧାୟକ ପାର୍ଥି ମହେଶ୍ବର ମହାନ୍ତି କିପରି ଜଣେ ମହିଳା ମାର୍ଶାଲଙ୍କୁ ଦୁର୍ବ୍ୟବହାର କରିଥିଲେ।ତାଳଚେର ପାର୍ଥି ବ୍ରଜ କିଶୋର ପ୍ରଧାନ ଏବଂ ଏବେ ଉଦଳା ବିଧାୟକ ପାର୍ଥି ଶ୍ରୀନାଥ ସୋରେନଙ୍କ ଯୋଗୁଁ କିପରି ଜଣେ ମହିଳା ନବୀନ ନିବାସ ଆଗରେ ଆତ୍ମାହୁତୀ ଉଦ୍ୟମ କରିଥିଲେ ଏବଂ ସେହି ମାନଙ୍କୁ ନବୀନ ଟିକେଟ ଦେଇ ନିଜର ଦୋହରା ଚରିତ୍ରର ପରିଚୟ ଦେଇଛନ୍ତି ନବୀନ ବୋଲି ଲେଖାଶ୍ରୀ କହିଥିଲେ।

ଏହାପରେ ପ୍ରଭାତୀ ପରିଡ଼ା ସିଧା ସଳଖ ଭୁବନେଶ୍ୱର ମଧ୍ୟ ଆସନର ପାର୍ଥି ଅନନ୍ତ ଜେନାଙ୍କ ନାଁ’ ନେବା ସହ ପ୍ରଦୀପ ମହାରଥୀଙ୍କ କଥା କହି, ଏପରି ମହିଳା ବିରୋଧୀଙ୍କୁ ବିଜେଡି ଟିକେଟ ନ’ ଦେଉ ବୋଲି କହିଥିଲେ।ଯଦି ବା’ ବିଜେଡି ଟିକେଟ ଦେଉଛି, ତେବେ ଓଡ଼ିଶାର ମହିଳା ସମାଜ ସେହିପରି ମହିଳା ବିରୋଧୀଙ୍କୁ ଭୋଟ ନ’ ଦେଉ ବୋଲି ପ୍ରଭାତୀ ପରିଡ଼ା ଆହ୍ୱାନ କରଥିଲେ।//ଦେବଦତ୍ତ

https://twitter.com/odiapuanews/status/1114510305093083136

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.