Home Top News ବଡ଼ ଅହଙ୍କାରୀ ଏ’ ଅନୁପମା: ରିଲ୍ ଲାଇଫ୍ ଠାରୁ ରିଅଲ୍ ଲାଇଫ୍ ପୂରା ଓଲଟା ..

ବଡ଼ ଅହଙ୍କାରୀ ଏ’ ଅନୁପମା: ରିଲ୍ ଲାଇଫ୍ ଠାରୁ ରିଅଲ୍ ଲାଇଫ୍ ପୂରା ଓଲଟା ..

236

ମୁମ୍ବାଇ: ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ହେଉଥିବା ଧାରାବାହିକ ‘ଅନୁପମା’ରେ ଜଣେ ସାଧାରଣ ମହିଳାଙ୍କ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ପାଲଟି ପାରିଛନ୍ତି ରୁପାଲୀ ଗାଙ୍ଗୁଲୀ। ତେବେ ଧାରାବାହିକରେ ସମସ୍ତଙ୍କୁ ଯୋଡ଼ି ରଖୁଥିବା ଅନୁପମା କିନ୍ତୁ ବାସ୍ତବ ଜୀବନରେ ଟିକେ ଅଲଗା। ସୂଚନା ଅନୁଯାୟୀ ସୁଟିଂ ସେଟ୍‌ରେ ତାଙ୍କର ଅନେକ କଳାକାରଙ୍କ ସହ ଭଲ ପଡ଼େ ନାହିଁ। ଅଭିନୟ କଲା ବେଳେ ଯଦିଓ ‌ସେ ସମସ୍ତଙ୍କୁ ଆପଣାପଣର ଡୋରି‌ରେ ବାନ୍ଧିପକାନ୍ତି, ମାତ୍ର ବାସ୍ତବ ଜୀବନରେ ସେ କିଛି କଳାକାରଙ୍କ ସହ କଥା ବି ହୁଅନ୍ତି ନାହିଁ। ଧାରାବାହିକରେ ବନ୍‌ରାଜ୍ ଶାହା ଭାବେ ପରିଚିତ ସୁଧାଂଶୁ ସହ କଳାକାର ରୁପାଲୀଙ୍କ ସହ କେବଳ ଦରକାର ପଡ଼ିଲେ ହିଁ କଥା ହୁଅନ୍ତି। ସୋ’ରେ ପୂର୍ବରୁ ସମର୍‌ ଚରିତ୍ରରେ ନଜର ଆସୁଥିବା ପାରସ୍‌ କଲନାବତଙ୍କର ବି କୁଆଡ଼େ ରୁପାଲୀଙ୍କ ସହ ଭଲ ସଂପର୍କ ନଥିଲା। ତାଙ୍କର ଅଭିଯୋଗ ରହିଛି ଯେ ଯେବେ ତାଙ୍କୁ ଧାରାବାହିକରୁ ବାହାର କରାଗଲା ରୁପାଲୀ ତାଙ୍କୁ ଥରୁଟେ ବି ଭଲମନ୍ଦ ପଚାରି ବୁଝିନାହାନ୍ତି। ସେହିପରି ଧାରାବାହିକରେ ସମରଙ୍କ ପ୍ରଥମ ପ୍ରେମିକା ଭାବେ ନଜର ଆସିଥିବା ଅନଘା ଭୋସ୍‌ଲେ ଗ୍ଲାମର୍‌ ଦୁନିଆକୁ ଛାଡ଼ି ଏବେ ଆଧ୍ୟାତ୍ମିକ ମାର୍ଗରେ ପାଦ ଦେଇଛନ୍ତି। ସେ ସୋ’ରେ ଥିଲା ବେଳେ ତାଙ୍କର ବି ରୁପାଲୀଙ୍କ ସହ ଭଲ ପଡୁନଥିଲା। ଧାରବାହିକରେ କିଞ୍ଜଲ ଭୂମିକା ନିଭାଉଥିବା ନିଧି ଶାହା ଏବଂ କାବ୍ୟା ଭୂମିକାରେ ନଜର ଆସୁଥିବା ମଦଲସା ଶର୍ମାଙ୍କର ବି ରୁପାଲୀଙ୍କ ସହ ଭଲ ପଡ଼େ ନାହିଁ ବୋଲି ଚର୍ଚ୍ଚା ହେଉଛି।
-/Dev@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.