Home Top News ହିନ୍ଦୁ ମହିଳାଙ୍କୁ ଟାର୍ଗେଟ୍ କରୁଥିବା ଚ୍ୟାନେଲ୍ ବ୍ଲକ୍; ଅଶ୍ୱିନୀ ବୈଷ୍ଣବଙ୍କ ତୁରନ୍ତ ଆକ୍ସନ୍!

ହିନ୍ଦୁ ମହିଳାଙ୍କୁ ଟାର୍ଗେଟ୍ କରୁଥିବା ଚ୍ୟାନେଲ୍ ବ୍ଲକ୍; ଅଶ୍ୱିନୀ ବୈଷ୍ଣବଙ୍କ ତୁରନ୍ତ ଆକ୍ସନ୍!

68

ନୂଆଦିଲ୍ଲୀ: ରାତିରେ ଅଭିଯୋଗ; ସକାଳୁ କାର୍ଯ୍ୟାନୁଷ୍ଠାନ! ହିନ୍ଦୁ ମହିଳାଙ୍କୁ ଟାର୍ଗେଟ୍ କରୁଥିବା ଏକ ଚ୍ୟାନେଲକୁ ବ୍ଲକ୍ କରାଇଛନ୍ତି କେନ୍ଦ୍ର ଆଇଟି ଏବଂ ଟେଲି କମ୍ୟୁନିକେସନ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। “ହିନ୍ଦୁ ରା_* ” (ଅତ୍ୟନ୍ତ ଅଶାଳୀନ ଶବ୍ଦ) ନାମରେ ଟେଲିଗ୍ରାମ୍ ଆପ୍ ମାଧ୍ୟମରେ ଚାଲିଥିଲା ଏହି ଚ୍ୟାନେଲ୍। ଏଥିରେ ମହିଳା ମାନଙ୍କୁ ଟାର୍ଗେଟ୍ କରି ଫଟୋ ଏବଂ ପୋଷ୍ଟ୍ ସେୟାର୍ କରାଯାଉଥିଲା। ପ୍ରଥମେ ଅଂଶୁଲ ସକସେନା ନାମକ ଜଣେ ବ୍ୟକ୍ତି ଏହା ଉପରେ ଅଭିଯୋଗ ଆଣି ମୁମ୍ବାଇ ପୋଲିସକୁ ଟ୍ୟାଗ୍ କରି ଟ୍ୱିଟ୍ କରି ଲେଖିଥିଲେ, “ଟେଲିଗ୍ରାମରେ ‘ହିନ୍ଦୁ ରା_*’ ନାମକ ଏକ ଚ୍ୟାନେଲ୍ ଅଛି। ଏହି ଚ୍ୟାନେଲ୍ ହିନ୍ଦୁ ମହିଳା ମାନଙ୍କୁ ଟାର୍ଗେଟ୍ କରୁଛି, ଫଟୋ ସେୟାର କରୁଛି ଏବଂ ସେମାନଙ୍କୁ ଦୁର୍ବ୍ୟବହାର କରୁଛି। ଏହି ଚ୍ୟାନେଲଟି ଜୁନ୍ ୨୦୨୧ରେ ଆରମ୍ଭ ହୋଇଥିଲା। ଏହି ଚ୍ୟାନେଲ୍ ପଛରେ ଥିବା ଦୋଷୀ ମାନଙ୍କ ବିରୋଧରେ ଦୟାକରି କାର୍ଯ୍ୟାନୁଷ୍ଠାନ ନିଆଯାଉ।”


ମଙ୍ଗଳବାର ବିଳମ୍ବିତ ରାତିରେ ଏହି ପୋଷ୍ଟ୍ ହୋଇଥିଲା। ମୁମ୍ବାଇ ପୋଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ତେବେ, ଏହାପରେ ମୀରା ମହାନ୍ତି ନାମକ ଜଣେ ମହିଳା ଏହି ଟ୍ୱିଟକୁ ରି- ଟ୍ୱିଟ୍ କରି ଅଶ୍ୱିନୀ ବୈଷ୍ଣବଙ୍କୁ ଟ୍ୟାଗ୍ କରି ଲେଖିଲେ, “ଯଦି ଆପଣ ପ୍ରକୃତରେ ଚିନ୍ତିତ, ତେବେ ଆଇଟି ଏବଂ ଟେଲି କମ୍ୟୁନିକେସନ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କିମ୍ବା ଗୃହମନ୍ତ୍ରୀଙ୍କୁ ଏ’ ବିଷୟରେ କିଛି କରିବାକୁ କହୁନାହାଁନ୍ତି କାହିଁକି? ସକାଳୁ ସକାଳୁ ଏହାର ରେଜଲ୍ଟ୍ ଦେଖିବାକୁ ମିଳିଲା। ଆଜି ସକାଳେ କେନ୍ଦ୍ର ଆଇଟି ଏବଂ ଟେଲି କମ୍ୟୁନିକେସନ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ କଲେ, “ଚ୍ୟାନେଲ୍ ବ୍ଲକ୍। କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ସରକାର ରାଜ୍ୟ ପୋଲିସ୍ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ କରୁଛନ୍ତି।” ଏହାକୁ କୁହାଯାଏ ତ୍ୱରିତ କାର୍ଯ୍ୟାନୁଷ୍ଠାନ।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.