Home Coronavirus Outbreak ଓଡ଼ିଶାରେ ପୁଣି ଜଣେ କରୋନା ଆକ୍ରାନ୍ତ – ନୂଆ କରୋନା ପଜିଟିଭ କେସ୍

ଓଡ଼ିଶାରେ ପୁଣି ଜଣେ କରୋନା ଆକ୍ରାନ୍ତ – ନୂଆ କରୋନା ପଜିଟିଭ କେସ୍

478

ଭୁବନେଶ୍ୱର ୬-୪ (ଓଡ଼ିଆ ପୁଅ) କେନ୍ଦ୍ରାପଡାର ୩୨ ବର୍ଷ ବୟସ୍କ ଯୁବକଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ସେ ମାର୍ଚ୍ଚ ୨୪ ତାରିଖରେ ଦୁବାଇରୁ ଫେରିଥିଲେ। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ କରି ସୂଚନା ଦେଇଛି। ଏହି ମାମଲାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୪୦ ହୋଇଛି।

ସୂଚନାଯୋଗେୟଯେ, ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ୧୬ଜଣ ଆକ୍ରାନ୍ତ ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖେୟା ୩୯ କୁ ବୃଦ୍ଧି ପାଇଥିଲା।

ତେବେ ରାଜ୍ୟରେ କରୋନାଭାଇରସ୍ ରେ ସଂକ୍ରମିତ ୪୦ ହୋଇଥିବା ବେଳେ ଭୁବନେଶ୍ୱରରେ ୩୧ ଜଣ ଓ ଭଦ୍ରକରୁ ୩ ଜଣ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ବେଳେ କଟକ, ପୁରୀ, ଯାଜପୁର ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଚିକିତ୍ସାଧିନ ଅଛନ୍ତି। ୨ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏ ପର୍ଯ୍ୟନ୍ତ ୧୮୮୮ ଜଣଙ୍କର ଟେଷ୍ଟ ହୋଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.