Home ଓଡ଼ିଶା “ପ୍ରତି ବୁନ୍ଦା, ଅଧିକ ଶସ୍ୟ” କାର୍ଯ୍ୟକ୍ରମ ଅଧିନରେ ୨୦୨୦- ୨୧ ଆର୍ଥିକ ବର୍ଷ ନିମନ୍ତେ ରାଜ୍ୟ...

“ପ୍ରତି ବୁନ୍ଦା, ଅଧିକ ଶସ୍ୟ” କାର୍ଯ୍ୟକ୍ରମ ଅଧିନରେ ୨୦୨୦- ୨୧ ଆର୍ଥିକ ବର୍ଷ ନିମନ୍ତେ ରାଜ୍ୟ ସରକାରମାନଙ୍କ ପାଇଁ ୪୦୦୦ କୋଟି ଟଙ୍କା ମଞ୍ଜୁର

272

– ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା (ପିଏମକେଏସୱାଇ- ପିଡ଼ିଏମସି) କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ “ପ୍ରତି ବୁନ୍ଦା, ଅଧିକ ଶସ୍ୟ” କାର୍ଯ୍ୟକ୍ରମ ଅଧିନରେ ୨୦୨୦- ୨୧ ଆର୍ଥିକ ବର୍ଷ ନିମନ୍ତେ ରାଜ୍ୟ ସରକାରମାନଙ୍କ ପାଇଁ ୪୦୦୦ କୋଟି ଟଙ୍କା ମଞ୍ଜୁର

– କେତେକ ରାଜ୍ୟକୁ ପାଣ୍ଠି ଯୋଗାଣ କାର୍ଯ୍ୟ ଆରମ୍ଭ ହୋଇଛି

– ନାବାର୍ଡ଼ ସହ ଅଣୁ ଜଳସେଚନ ପାଇଁ ୫୦୦୦ କୋଟି ଟଙ୍କାର କର୍ପସ ପାଣ୍ଠି ସୃଷ୍ଟି; ଏହି ଅର୍ଥ ସ୍ୱତନ୍ତ୍ର ଓ ଅଭିନବ ପ୍ରକଳ୍ପମାନ ପ୍ରତିଷ୍ଠା କରିବା ନିମନ୍ତେ ବ୍ୟୟ କରାଯିବ

– ଏହା ଅଣୁ ଜଳସେଚନ ପ୍ରକଳ୍ପକୁ ପ୍ରୋତ୍ସାହିତ କରିବ ଯାହାକି ପିଏମକେଏସୱାଇ- ପିଡ଼ିଏମସି ପରିସର ବହିର୍ଭୂତ

ନୂଆ ଦିଲ୍ଲୀ ୧୦-୬ (ଓଡ଼ିଆ ପୁଅ) କେନ୍ଦ୍ର ସରକାରଙ୍କ କୃଷି ସହଯୋଗ ଏବଂ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା (ପିଏମକେଏସୱାଇ- ପିଡ଼ିଏମସି) କାର୍ଯ୍ୟକ୍ରମ ଅଧୀନରେ “ପ୍ରତି ବୁନ୍ଦା ଅଧିକ ଉତ୍ପାଦନ”ଯୋଜନା କାର୍ଯ୍ୟକାରୀ କରାଯାଉଛି। କୃଷିକ୍ଷେତ୍ରରେ ଅଣୁ ଜଳସେଚନ ପ୍ରଯୁକ୍ତିର ବ୍ୟବହାର ମାଧ୍ୟମରେ ଜଳର ସର୍ବାଧିକ ଉପଯୋଗ କରାଯିବା ଉପରେ ଏଥିରେ ଗୁରୁତ୍ୱ ଆରୋପ କରାଯାଉଛି। ଡ୍ରିପ୍ ଅଣୁ ଜଳସେଚନ ପ୍ରଯୁକ୍ତି ଦ୍ୱାରା କେବଳ ଜଳ ସଂଚୟ କରାଯାଇନଥାଏ ଅପରନ୍ତୁ ଏହି ବ୍ୟବସ୍ଥା ଉପଯୋଗ ଦ୍ୱାରା କମ୍ ସାର, କମ୍ ଶ୍ରମ ବ୍ୟୟ ଏବଂ ଅନ୍ୟାନ୍ୟ ଚାଷଜନିତ ବ୍ୟୟ ମଧ୍ୟ ହ୍ରାସ ହୋଇଥାଏ।

ଚଳିତ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିମନ୍ତେ ମୋଟ ୪୦୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ଏବଂ ତାହା ରାଜ୍ୟ ସରକାରମାନଙ୍କୁ ପ୍ରଦାନ ଆରମ୍ଭ ହୋଇସାରିଛି। ରାଜ୍ୟ ସରକାରମାନେ ଏହି କାର୍ଯ୍ୟକ୍ରମ ପାଇଁ ହିତାଧିକାରୀ ଚୟନ କରିସାରିଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ କେତେକ ରାଜ୍ୟ ପାଇଁ ପାଣ୍ଠି ଯୋଗାଣ ପ୍ରକ୍ରିୟା ଏବେ ସୁଦ୍ଧା ଆରମ୍ଭ କରାଯାଇଛି।

ଅଧିକନ୍ତୁ, ଅଣୁ ଜଳସେତନ ପାଣ୍ଠି କର୍ପସ ପାଇଁ ୫୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ଯାହାକି ନାବାର୍ଡ଼ ସହଯୋଗରେ ସୃଷ୍ଟି କରାଯାଇଛି। ଏହି ପାଣ୍ଠି ସୃଷ୍ଟିର ଉଦ୍ଦେଶ୍ୟ ହେଲା ରାଜ୍ୟମାନଙ୍କୁ ଅଣୁ ଜଳସେଚନର କ୍ଷେତ୍ର ସଂପ୍ରସାରଣ ପାଇଁ ସମ୍ବଳ ଯୋଗାଣ କରିବା। ସେଥିପାଇଁ ସ୍ୱତନ୍ତ୍ର ଏବଂ ଅଭିନବ ପ୍ରକଳ୍ପମାନ ସୃଷ୍ଟି କରାଯିବ। ପିଏମକେଏସୱାଇ- ପିଡ଼ିଏମସି ଅଧୀନରେ ଯେଉଁଭଳି ପାଣ୍ଠି ଯୋଗାଣର ବ୍ୟବସ୍ଥା ରହିଛି ତାହା ବାହାରେ ଏଭଳି ପ୍ରୋତ୍ସାହନ ରାଶି ଯୋଗାଣ କରାଯିବ। ଏହାଦ୍ୱାର କୃଷକମାନେ ସେମାନଙ୍କ କୃଷିକ୍ଷେତରେ ଅଣୁ ଜଳସେଚନ ପ୍ରକଳ୍ପ ସ୍ଥାପନ ପାଇଁ ପ୍ରୋତ୍ସାହିତ ହେବେ। ଏପର୍ଯ୍ୟନ୍ତ, ଅଣୁ ଜଳସେଚନ ପାଣ୍ଠି ରାଶି ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ ଭଳି ରାଜ୍ୟଙ୍କୁ ଯୋଗାଇ ଦିଆଯାଇଛି। ଏହି ଦୁଇ ରାଜ୍ୟକୁ ନାବାର୍ଡ଼ ମାଧ୍ୟମରେ ଯଥାକ୍ରମେ ୬୧୬.୧୪ କୋଟି ଏବଂ ୪୭୮.୭୯ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଏଥିରେ ଆନ୍ଧ୍ର ପ୍ରଦେଶରେ ୧.୦୨୧ ଲକ୍ଷ ହେକ୍ଟର ଏବଂ ତାମିଲ ନାଡ଼ୁରେ ୧.୭୬ ଲକ୍ଷ ହେକ୍ଟର ଜମିରେ ଅଣୁ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜଳସେଚନ କାର୍ଯ୍ୟକାରୀ ହୋଇପାରିବ।

ଗତ ପାଞ୍ଚ ବର୍ଷ ( ୨୦୧୫-୧୬ ଠାରୁ ୨୦୧୯-୨୦) ମଧ୍ୟରେ ୪୬.୯୬ ଲକ୍ଷ ହେକ୍ଟର ଜମିରେ ପିଏମକେଏସୱାଇ- ପିଡ଼ିଏମସି ମାଧ୍ୟମରେ ଅଣୁ ଜଳସେଚନ ବ୍ୟବସ୍ଥା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.